Videos
|
Viral stories

Rat Steals Gold / ମୂଷାର ସୁନା ସଉକ; ଜୁଏଲାରୀରୁ ନେଇଗଲା ୧୦ଟି ମୁଦି, ୨ଟି ସୁନା ଚେନ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମୂଷାର ସୁନା ସଉକ; ଜୁଏଲାରୀରୁ ନେଇଗଲା ୧୦ଟି ମୁଦି, ୨ଟି ସୁନା ଚେନ୍
How a Tiny Thief Stole Jewelry

Key Points

ଏକ ଜୁଏଲାରୀରୁ ସୁନା ମୁଦି ଓ ଚେନ୍ ରହସ୍ୟଜନକ ଭାବେ ଚୋରି ହେଉଥିଲା । ଆଉ ଚୋରକୁ ଧରିବା ପାଇଁ ମାଲିକ ଯେତେବେଳେ ସିସିଟିଭି ଫୁଟେଜ୍‌ ତନ୍ନ ତନ୍ନ କରି ଯାଞ୍ଚ କଲେ ତ ଜଣେ 'ଚତୁର ଚୋର' ଧରା ପଡ଼ିଲା ।
ବେଙ୍ଗାଳୁରୁ: ମୂଷା ଘରେ ଧାନ, ଚାଉଳ ଖାଏ । ନହେଲେ ବହିପତ୍ର କାଟି ଖଣ୍ଡ ଖଣ୍ଡ କରିଦିଏ । କେବେ ଭାବିଛନ୍ତି ମୂଷା ସୁନା ମୁଦି ଓ ଚେନ୍ ଗାଏବ କରିଦେବ । ଏହା ଭାବିବା ମଧ୍ୟ କଳ୍ପନା ବାହାରେ । କିନ୍ତୁ କର୍ଣ୍ଣାଟକରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ।

ଏକ ଜୁଏଲାରୀରୁ ସୁନା ମୁଦି ଓ ଚେନ୍ ରହସ୍ୟଜନକ ଭାବେ ଚୋରି ହେଉଥିଲା । ଆଉ ଚୋରକୁ ଧରିବା ପାଇଁ ମାଲିକ ଯେତେବେଳେ ସିସିଟିଭି ଫୁଟେଜ୍‌ ତନ୍ନ ତନ୍ନ କରି ଯାଞ୍ଚ କଲେ ତ ଜଣେ 'ଚତୁର ଚୋର' ଧରା ପଡ଼ିଲା । ଯାହାକୁ ଦେଖି ଦୋକାନର କର୍ମଚାରୀ ସହ ମାଲିକ ବି ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ସିସିଟିଭିରେ ଏକ ମୂଷା ହିଁ ସୁନା ଅଳଙ୍କାର ଚୋରି କରି ନେଉଥିବା ଦେଖାଗଲା ।

ଏଥିସହ ପଢ଼ନ୍ତୁ: ଭଉଣୀ ପାଇଁ ପ୍ରତିବାଦ କଲା: ଲୁହା ରଡ୍‌ରେ ପିଟି ପିଟି ୯ ବର୍ଷର ବାଳକକୁ ହତ୍ୟା ଅଭିଯୋଗ 

କେମିତି ମିଳିଲା ସୁରାକ୍ ?

ଜୁଏଲାରୀରେ ନିୟମିତ ଯାଞ୍ଚ ବେଳେ କର୍ମଚାରୀ ଜାଣିବାକୁ ପାଇଥିଲେ ଯେ ୧୦ଟି ମୁଦି ଓ ୨ଟି ଚେନ୍ ନାହିଁ । ପ୍ରଥମେ ମାଲିକ ବିଶ୍ଵାସ କରିଥିଲେ ଯେ, ସୁନା ଅଳଙ୍କାର ଚୋରି ହୋଇ ଯାଇଛି । କିନ୍ତୁ ପରେ ଯେତେବେଳେ ସିସିଟିଭି ଫୁଟେଜ୍ ପ୍ରତି ସେକେଣ୍ଡ ପରେ ସେକେଣ୍ଡ ଦେଖିଲେ କିଛି ଅସାମାନ୍ୟ ନଜର ଆସିଲା ନାହିଁ ।


କର୍ମଚାରୀ ଭାବିଲେ ହୁଏତ ଗ୍ରାହକ କେହି ଅଳଙ୍କାର ଚୋରି କରି ନେଇଛନ୍ତି । କିନ୍ତୁ ସିସିଟିଭିରେ ତାର ପ୍ରମାଣ ବି ନଥିଲା । କେହି ବି ଭାବି ପାରିଲେ ନାହିଁ ମୁଦି ଓ ଚେନ୍ କୁଆଡ଼େ ଗଲା । କିନ୍ତୁ ପରେ କର୍ମଚାରୀ ଚୋରି ଅଳଙ୍କାରର ପ୍ରାଇସ୍ ଟ୍ୟାଗ୍ ପାଇଥିଲେ ।

ଯାହାକୁ ନେଇ ମାଲିକ ଓ କର୍ମଚାରୀଙ୍କ ଚିନ୍ତା ବଢ଼ିଥିଲା । କାରଣ କେହି ଚୋରି କରିଥିଲେ ପ୍ରାଇସ୍ ଟ୍ୟାଗ୍ ଛାଡ଼ି ଅଳଙ୍କାର ନେଇ ଯାଇଥାନ୍ତା । ତେଣୁ ମାଲିକ ପୁଣି ଥରେ ସିସିଟିଭି ଯାଞ୍ଚ କରିବାକୁ ବାଧ୍ୟ ହେଲେ ।

ସକାଳ ସାଢ଼େ ୪ରେ ଆସିଲା ଚୋର

କର୍ମଚାରୀ ଗତ ରାତିର ସିସିଟିଭି ଭିଡିଓ ତନ୍ନ ତନ୍ନ କରି ଯାଞ୍ଚ କରିବା ବେଳେ ଚୋର ଧରା ପଡ଼ିଲା । ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ ଏକ ମୂଷାକୁ ଦେଖିବାକୁ ମିଳିଲା । ଯିଏ କି ତା ମୁହଁରେ ଏକ ମୁଦି ଚୋବାଇ ନେଇ ଯାଉଥିଲା । ମୂଷାଟି ଦୋକାନରେ ଏକ କଣା କରି ଅନ୍ୟ ପାର୍ଶ୍ଵକୁ ରାସ୍ତା କରିଥିଲା ।

ଏଥିସହ ପଢ଼ନ୍ତୁ: ନିଶ୍ଚିହ୍ନ ହୋଇଗଲା ପରିବାର; IIMରୁ ପଢ଼ିଥିବା ସ୍ଵାମୀ ସହ ସ୍ତ୍ରୀ ଓ ଝିଅର ଆତ୍ମହତ୍ୟା 

ସୁନା ଅଳଙ୍କାର ଚୋରି ପଛରେ ମୂଷା ଥିବା ଜାଣିବା ପରେ ମାଲିକ ମୂଷା ଯାଇଥିବା ରାସ୍ତା ଖୋଜିଥିଲେ । ଆଉ ସେହି ଗାତରୁ ଉଦ୍ଧାର ହୋଇଛି ଚୋରି ଚେନ୍ ଓ ମୁଦି । କର୍ଣ୍ଣାଟକ ତୁମକୁରୁ ଜିଲ୍ଲାରେ ମୂଷାର ଏହି ସୁନା ଚୋରି ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: