Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କିଏ ଏହି ମହିଳା ? ଭୀଷଣ ଗରମରେ ମଶାଣିରେ କରୁଛନ୍ତି ତପସ୍ୟା

Viral stories

Russian Yogini / କିଏ ଏହି ମହିଳା ? ଭୀଷଣ ଗରମରେ ମଶାଣିରେ କରୁଛନ୍ତି ତପସ୍ୟା

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
କିଏ ଏହି ମହିଳା ? ଭୀଷଣ ଗରମରେ ମଶାଣିରେ କରୁଛନ୍ତି ତପସ୍ୟା
Russian Yogini

Key Points

୪୩ ଡିଗ୍ରୀ ତାପମାତ୍ରାରେ ମହିଳାଙ୍କ ଅଗ୍ନି ପରୀକ୍ଷା
ମଶାଣିରେ ବସି କରୁଛନ୍ତି ତପସ୍ୟା, କିନ୍ତୁ କାହିଁକି ?
ସାଧୁ ସନ୍ଥ ଏବଂ ମୁନିଋଷିମାନଙ୍କୁ ତପସ୍ୟା କରୁଥିବାର ଆପଣ ଦେଖିଥିବେ ନିଶ୍ଚିତ । କିନ୍ତୁ ଏଠାରେ ଜଣେ ମହିଳା ଦେହ ସାରା ପାଉଁଶ ବୋଳି ହୋଇ ଡହ ଡହ ଖରାରେ ବସି ତପସ୍ୟା କରୁଛନ୍ତି । ପୁଣି ମଶାଣିରେ ୪୩ ଡିଗ୍ରୀ ତାପମାତ୍ରା ସହିତ ଧ୍ଵନି ତପସ୍ୟା କରୁଛନ୍ତି ମହିଳା । ଏହି ମହିଳା ଜଣକ ଋଷିଆର ହୋଇଥିବାବେଳେ ତାଙ୍କୁ ନେଇ ବେଶ ଚର୍ଚ୍ଚା ହେଉଛି । ଏହି ଦୃଶ୍ୟ ରାଜସ୍ଥାନର ପୁଷ୍କରରୁ ଆସିଛି ।

ଋଷୀୟ ମହିଳା ସୋସିଆଲ ମିଡିଆରେ ଭାଇରାଲ
୩ ମେରୁ ଆରମ୍ଭ ହୋଇଥିବା ଏହି ମହିଳାଙ୍କ ତପସ୍ୟା ୨୫ ମେ ପର୍ଯ୍ୟନ୍ତ ଜାରି ରହିବ । ଏହି ତପସ୍ୟା କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଛି । ଏହି ଋଷିଆନ ମହିଳାଙ୍କ ତପସ୍ୟା ଦେଖିବା ପାଇଁ ଦୂର ଦୂରାନ୍ତରୁ ଲୋକମାନେ ପୁଷ୍କରକୁ ଆସୁଛନ୍ତି । ତାଙ୍କର ତପସ୍ୟାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି ।

  • କିଏ ଏହି ଋଷୀୟ ମହିଳା ?
ରିପୋର୍ଟ ଅନୁସାରେ, ଋଷର ବାସିନ୍ଦା ରାଧିକା ଯୋଗିନୀ ଅନ୍ନପୂର୍ଣ୍ଣା ନାଥ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ରିପୋର୍ଟ ଅନୁଯାୟୀ ସେ ୧୦ ବର୍ଷ ପୂର୍ବେ ନାଥ ସଂପ୍ରଦାୟ ଗ୍ରହଣ କରିଥିଲେ । ସେବେଠାରୁ ସେ ନାଥ ସଂପ୍ରଦାୟର ରୀତିନୀତି ଅନୁସାରେ ତାଙ୍କ ଜୀବନଯାପନ କରିଛନ୍ତି । ସେ ୧୭ ବର୍ଷ ପୂର୍ବେ ଭାରତ ଚାଲି ଆସିଥିଲେ ଏବଂ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଭାବରେ ଶିବ ଭକ୍ତି, ଯୋଗ ଏବଂ ସେବା ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଛନ୍ତି । ଏବେ ବି ତାଙ୍କ ନିକଟରେ ଋଷର ନାଗରିକତ୍ଵ ଥିବାବେଳେ ସେ ପର୍ଯ୍ୟଟନ ଭିସାରେ ଭାରତରେ ରହୁଛନ୍ତି ।

  • ୨୧ ଦିନ ଧରି ଚାଲିବ ଅଗ୍ନି ତପସ୍ୟା
ପୁଷ୍କରର ଛୋଟି ବସ୍ତିର ଶ୍ମଶାନ ଭୂମିରେ ଥିବା ଅଘୋରୀ ସୀତାରାମ ବାବାଙ୍କ ଆଶ୍ରମରେ, ରାଧିକା ଯୋଗିନୀ ୯ଟି ଅଗ୍ନିକୁଣ୍ଡ ଘେରି ରହିଥିବା ସ୍ଥାନରେ ବସି ପ୍ରାୟ ୨୧ ଦିନର ଅଗ୍ନି ତପସ୍ୟା କରିବାକୁ ପ୍ରତିଜ୍ଞା କରିଛନ୍ତି । ତାଙ୍କର ତପସ୍ୟା ମେ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟରେ, ଯୋଗିନୀ ପ୍ରତିଦିନ ପ୍ରାୟ ସାଢ଼େ ୩ ଘଣ୍ଟା ପ୍ରଜ୍ୱଳିତ ଅଗ୍ନି ମଧ୍ୟରେ ବସି ଶିବ ସାଧନା ଏବଂ ଗୁରୁମନ୍ତ୍ର ଜପ କରିବେ । ମେ ୨୫ରେ, ସେ ତାଙ୍କର ଆଧ୍ୟାତ୍ମିକ ସାଧନା ସମାପ୍ତ କରିବେ ଏବଂ ସାଧୁସନ୍ଥମାନଙ୍କ ପାଇଁ ଏକ ଭୋଜିର ଆୟୋଜନ କରିବେ । ସେ ତାଙ୍କ ଗୁରୁ ଯୋଗୀ ଦୀପକ ନାଥ ରାମଙ୍କ ମାର୍ଗଦର୍ଶନରେ ଏହି ତପସ୍ୟା କରୁଛନ୍ତି । ଏହା ଅନ୍ନପୂର୍ଣ୍ଣା ନାଥଙ୍କ ପ୍ରଥମ ଅଗ୍ନି ତପସ୍ୟା, ଯେତେବେଳେ ତାଙ୍କ ଗୁରୁ ଏହା ୪ ଥର କରିସାରିଛନ୍ତି ।

ପଢନ୍ତୁ ଏହି ଖବର: ATM ପାଲଟିଲା ସେଲୁନ; ଯିଏ ଦେଖୁଛି ସିଏ କାବା

  • କଣ ଅଗ୍ନି ତପସ୍ୟା ?
ଏହି ତପସ୍ୟା ପ୍ରତ୍ୟେକ ଦିନ ଏକ ସମ୍ପୂର୍ଣ୍ଣ ରୀତିନୀତି ସହିତ ଆରମ୍ଭ ହୁଏ । ଏହାକୁ ଅନ୍ୟ ଆଧ୍ୟାତ୍ମିକ ସାଧନା ଅପେକ୍ଷା ଅଧିକ କଷ୍ଟକର ବୋଲି ବିବେଚନା କରାଯାଏ । ଗୁରୁ ଏବଂ ଶିଷ୍ୟ ଉଭୟ ଅଭ୍ୟାସ ଆରମ୍ଭ କରିବା ପୂର୍ବରୁ ଭସ୍ମ ପ୍ରୟୋଗ କରନ୍ତି ଏବଂ ତା’ପରେ ସକାଳ ୧୧ଟାରୁ ପ୍ରାୟ ୨.୧୫ଟା ପର୍ଯ୍ୟନ୍ତ ଜଳୁଥିବା ଅଗ୍ନି ଚାରିପାଖରେ ଯୋଗ ମୁଦ୍ରାରେ ବସିଥାନ୍ତି । ଗୋବର ଘସିରେ ଅଗ୍ନି ଜଳାଯାଏ, ଯାହା ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଏ । ଶେଷ ଦିନରେ, ୧୦୮ ଗୋବର ଘସି ବ୍ୟବହାର କରାଯାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Who Is Russian Girl Radhika Yogini Performing Shamshan Tapasya in 43°C Heat? | Argus News