Videos
|
Viral-stories

Scorpio on Rooftop / କ୍ରେନ୍‌ରେ ଉଠାଇ ଛାତରେ ପାର୍କ କଲେ SUV, ଦେଖନ୍ତୁ ଭିଡିଓ...

Sushanta Sahoo
Browse all articles by Sushanta Sahoo
·42 mins ago·3 min read
କ୍ରେନ୍‌ରେ ଉଠାଇ ଛାତରେ ପାର୍କ କଲେ SUV, ଦେଖନ୍ତୁ ଭିଡିଓ...
Bihar Family Uses Crane to Park SUV

Key Points

କ୍ରେନ୍‌ରେ ସ୍କର୍ପିଓଟି ଖୋଲା ଆକାଶରେ ଉପରକୁ ଉଠୁଥିବା ଦେଖ ସ୍ଥାନୀୟ ଲୋକେ ବି ସ୍ତବ୍ଧ ହୋଇ ଯାଇଥିଲେ । ଗାଡ଼ିଟିକୁ ଧିରେ ଧିରେ ଉପରକୁ ନେବା ସହ ଛାତ ଉପରେ ସେହିଭଳି ଆସ୍ତେ ଆସ୍ତେ ରଖା ଯାଇଛି ।
ପାଟନା: କାର ଚୋରି ଡର ରହିଲେ ଆପଣ କ'ଣ କରିବେ ? ଗାଡ଼ିରେ ଆଲାର୍ମ ଲଗାଇବେ, ସିସିଟିଭି କ୍ଯାମେରା ଲଗାଇବେ କିମ୍ବା ସୁରକ୍ଷିତ ପାର୍କିଂରେ ରଖିବେ । କିନ୍ତୁ, ବିହାରର ଜଣେ ବ୍ୟକ୍ତି ଯାହା କରିଛନ୍ତି, ତାକୁ ଦେଖି ଆପଣ କହିବେ... ୟେ ତ ସବୁ ସୀମା ପାର୍ କରିଦେଲେ ।

ରିପୋର୍ଟ ଅନୁସାରେ, ସ୍କର୍ପିଓ ମାଲିକ କୌଣସି କାମରେ ବିଦେଶ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ଏଭଳି ସମୟରେ ତାଙ୍କ ଚିନ୍ତା ଥିଲା ଘର ବାହାରେ ଗାଡ଼ି ରଖିଯିବା ସୁରକ୍ଷିତ ହେବ କି ନାହିଁ । ଯାହାପରେ ସେ ବ୍ୟବସ୍ଥା କେ, ଯାହାକୁ ଦେଖି ଏବେ ସ୍ଥାନୀୟ ଲୋକ ମଧ୍ୟ ହତଚକିତ ହୋଇ ଯାଇଛନ୍ତି । ଗାଡ଼ିକୁ ଘର ଆଗରେ ପାର୍କ କରିବା ପରିବର୍ତ୍ତେ ସିଧା ଛାତ ଉପରକୁ ଉଠାଇ ନେଇଛନ୍ତି ।

ଗାଡ଼ି ମାଲିକ କ୍ରେନ୍ ମଗାଇବା ସହ ମହିନ୍ଦ୍ରା ସ୍କର୍ପିଓକୁ ଛାତ ଉପରକୁ ଉଠାଇଛନ୍ତି । ସେହି ସମୟର ଭିଡିଓ ଏବେ ଭାଇରାଲ୍ ହେଉଛି । ଭାଇରାଲ୍ ଭିଡିଓରେ ଦେଖା ଯାଉଛି ଯେ, କ୍ରେନ୍ କର୍ମଚାରୀ ଅତି ସତର୍କତାର ସହ ଗାଡ଼ିଟିକୁ ଛାତ ଉପରକୁ ନେଉଥିବା ଦେଖା ଯାଉଛି ।

ଏଥିସହ ପଢ଼ନ୍ତୁ: ଭାକ୍ୟୁମ୍ କ୍ଲିନରରେ ସ୍ତ୍ରୀର ଅନ୍ତରଙ୍ଗ ମୁହୂର୍ତ୍ତକୁ ରେକର୍ଡ କଲେ; ସ୍ଵାମୀକୁ ଜେଲ୍ 

ସ୍କର୍ପିଓଟିକୁ କ୍ରେନ୍ ଦ୍ଵାରା ଛାତ ଉପରକୁ ଉଠା ଯାଇଛି । କ୍ରେନ୍‌ରେ ସ୍କର୍ପିଓଟି ଖୋଲା ଆକାଶରେ ଉପରକୁ ଉଠୁଥିବା ଦେଖ ସ୍ଥାନୀୟ ଲୋକେ ବି ସ୍ତବ୍ଧ ହୋଇ ଯାଇଥିଲେ । ଗାଡ଼ିଟିକୁ ଧିରେ ଧିରେ ଉପରକୁ ନେବା ସହ ଛାତ ଉପରେ ସେହିଭଳି ଆସ୍ତେ ଆସ୍ତେ ରଖା ଯାଇଛି ।


ଅର୍ଥାତ୍ ସାଧାରଣତଃ ଛାତ ଉପରେ ଆମେ ଯେଉଁଠି ପୋଷାକ ସୁଖାଇ ଥାଉ କିମ୍ବା ସାମଗ୍ରୀ ରଖି ଥାଉ । ଏବେ ସେହି ସ୍ଥାନରେ ସ୍କର୍ପିଓ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି । ଏଭିଲ ଯୋଗାଡ଼ ଦେଖି କେହି କେହି କହୁଛନ୍ତି, ଗାଡ଼ି ପାଇଁ ମାଲିକ ନିଆରା ରାସ୍ତା ଖୋଜି ପାଇଛନ୍ତି ।

ଭାଇରାଲ୍ ଭିଡିଓରେ ଦାବି କରାଯାଉଛି ଯେ, ମାଲିକ ତାଙ୍କ ଗାଡ଼ିକୁ ଚୋରିରୁ ରକ୍ଷା କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି । ଏହି ଭିଡିଓଟି ମାଞ୍ଝା ଥାନା ଅନ୍ତର୍ଗତ ମୀରା ଟୋଲା ଗାଁର ବୋଲି କୁହାଯାଉଛି । ଗାଁର ମନୋଜ ଯାଦବ ନିକଟରେ ସ୍କର୍ପିଓ କିଣିଥିଲେ । ଇସ୍ରାଏଲ୍‌ରେ ମନୋଜ ଚାକିରି କରୁଥିବା ବେଳେ ଘରେ ତାଙ୍କ ପତ୍ନୀ ରୁହନ୍ତି ।

ଏଥିସହ ପଢ଼ନ୍ତୁ: ଡେଟିଂ ଆପ୍‌ରେ ପରିଚୟ, ନାଇଟ୍ ପାର୍ଟି ପାଇଁ କ୍ୟାବ୍‌ରେ ମାରପିଟ୍‌ 

ପରିବାରର ସହାୟତା ଓ ଗାଡ଼ିର ରକ୍ଷାଣବେକ୍ଷଣ ଲାଗି ଏକ ଡ୍ରାଇଭର ଥିଲା, ସେ କାମ ସନ୍ଧାନରେ ବିଦେଶ ପଳାଇଲା । ଯାହା ପରେ ଗାଡ଼ିର ସୁରକ୍ଷାକୁ ନେଇ ପରିବାର ଚିନ୍ତିତ ହୋଇ ପଡ଼ିଥିଲେ । ଫଳରେ ଗାଡ଼ିକୁ ସୁରକ୍ଷିତ ରଖିବା ପାଇଁ ଶେଷରେ ପରିବାର ଲୋକେ ଯେଉଁ ନିଷ୍ପତ୍ତି ନେଲେ, ତାହା ସମସ୍ତଙ୍କ କଳ୍ପନା ବାହାରେ ।

ତେବେ ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ ଗାଡ଼ିର ଓଜନ ସମ୍ଭାଳିବା ଲାଗି ଛାତ ସମର୍ଥ ତ ? ଏଥିପାଇଁ ଘର ମାଲିକ କୌଣସି ଇଞ୍ଜିନିୟରଙ୍କ ଦ୍ଵାରା ଯାଞ୍ଚ କରାଇଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ । କିନ୍ତୁ ଗୋପାଳଗଞ୍ଜର ମୀରା ଟୋଲା ଅଞ୍ଚଳର ଏହି ଛାତ ସ୍କର୍ପିଓ ଭିଡିଓ ଏବେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: