First Flight / ଗରିବ ମୁହଁରେ ଫୁଟିଲା ହସ; ପ୍ରଥମ ବିମାନ ଯାତ୍ରା କରାଇଲେ ଏହି କଣ୍ଟେଣ୍ଟ କ୍ରିଏଟର
·1 hour ago·2 min read

Key Points
ଜଣାଶୁଣା କଣ୍ଟେଣ୍ଟ କ୍ରିଏଟରଙ୍କ ବଦାନ୍ୟତା
ଗରିବ ପିଲାଙ୍କୁ କରାଇଲେ ବିମାନ ଯାତ୍ରା
ସୋସିଆଲ ମିଡିଆରେ ପ୍ରଶଂସାର ସୁଅ
ଗରିବ ପିଲାଙ୍କୁ କରାଇଲେ ବିମାନ ଯାତ୍ରା
ସୋସିଆଲ ମିଡିଆରେ ପ୍ରଶଂସାର ସୁଅ
ନୂଆଦିଲ୍ଲୀ: ଜୀବନରେ ଥରେ ବିମାନରେ ବସିବା, ଆକାଶରେ ଉଡ଼ିବା କାହାର ବା ସ୍ଵପ୍ନ ନଥାଏ । କିଏ ସଂଘର୍ଷ କରି ଏହି ସ୍ଵପ୍ନକୁ ପୂରଣ କରେ ତ ଆଉ କିଏ ଅଭାବ ଯୋଗୁଁ ସମୟସ୍ରୋତରେ ସ୍ଵପ୍ନକୁ ଭସାଇଦିଏ । ଆଜିକାଲି ବିମାନ ଯାତ୍ରା ସାଧାରଣ କଥା ହେଲାଣି । ମାତ୍ର ଏବେ ବି ଏମିତି ପରିବାର ଅଛି ଯାହା ପାଇଁ ଏହା ସେମିତି ସ୍ଵପ୍ନ ହୋଇ ରହିଛି । ଏବେ ଇଣ୍ଟରନେଟରେ କିଛି ଫଟୋ, ଭିଡିଓ ଭାଇରାଲ ହେଉଛି । ଯେଉଁଠି ଦେଖିବାକୁ ମିଳିଛି ଅଭାବ ଅନଟନରେ ବଢିଥିବା କିଛି ଗରିବ ଅବହେଳିତ ପିଲା ବିମାନରେ ବସିଛନ୍ତି ଓ ଆକାଶରେ ଉଡ଼ିଛନ୍ତି । ଏହା କେବଳ ସମ୍ଭବ ହୋଇପାରିଛି ଜଣେ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ।
ୟୁଟ୍ୟୁବର ତଥା ଜଣାଶୁଣା କଣ୍ଟେଣ୍ଟ କ୍ରିଏଟର ସୌରଭ ଯୋଶୀ ଏହି ସ୍ଵପ୍ନକୁ ସତ କରିଛନ୍ତି । ସେ ପ୍ରଥମ ଥର ଲାଗି କିଛି କୁନି ସ୍କୁଲ ପିଲାଙ୍କୁ ବିମାନ ଯାତ୍ରା ଯୋଗାଇଛନ୍ତି । ସେମାନଙ୍କ ଲାଗି ପୂରା ଇଣ୍ଡିଗୋ ଫ୍ଲାଇଟ୍ ବୁକ୍ କରିଥିବାବେଳେ ସେମାନଙ୍କୁ ଏପରି ଅନୁଭବ ପ୍ରଦାନ କରିଛନ୍ତି, ଯାହା କୁନି କୁନି ପିଲାଙ୍କ ହସରୁ ବାରି ହୋଇପଡୁଛି । ସୌରଭ ଯୋଶୀ ନିଜର ଏକ ବ୍ଲଗ୍ରେ ଏହାର ପ୍ରଥମ ଝଲକ ଦେଖାଇଛନ୍ତି । ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଉଛି ।
ପଢନ୍ତୁ ଏହି ଖବର: IT ଚାକିରି ଛାଡ଼ି କରୁଛନ୍ତି କ୍ଷୀର ବ୍ୟବସାୟ; ରୋଜଗାର ଶୁଣି ଉଡ଼ିବ ହୋସ୍

- ଅବହେଳିତ ଶିଶୁଙ୍କ ପ୍ରଥମ ଉଡ଼ାଣ
ପଢନ୍ତୁ ଏହି ଖବର: IT ଚାକିରି ଛାଡ଼ି କରୁଛନ୍ତି କ୍ଷୀର ବ୍ୟବସାୟ; ରୋଜଗାର ଶୁଣି ଉଡ଼ିବ ହୋସ୍
- ନୋଏଡାରେ ବିତାଇଲେ ଖାସ୍ ସମୟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories