Taliban New Rule / ଚୁପ୍ ରହିବା କୁଆଁରୀଙ୍କ ପାଇଁ କାଳ; ତାଲିବାନ ସରକାରର ନୂଆ ନିୟମକୁ ନେଇ ଚର୍ଚ୍ଚା
·3 months ago·3 min read

Key Points
ପୁଣି ତାଲିବାନ ସରକାରର ମହିଳା ବିରୋଧୀ ନିୟମ
ଏବେ ବାଲ୍ୟ ବିବାହକୁ କରିଦେଲା ଆଇନ
ଝିଅ ଚୁପ୍ ରହିବା ଅର୍ଥ ବିବାହ ପାଇଁ ରାଜି
ଛାଡ଼ପତ୍ରକୁ ନେଇ ମଧ୍ୟ ପୁରୁଷ ସପକ୍ଷରେ ନିୟମ
ଏବେ ବାଲ୍ୟ ବିବାହକୁ କରିଦେଲା ଆଇନ
ଝିଅ ଚୁପ୍ ରହିବା ଅର୍ଥ ବିବାହ ପାଇଁ ରାଜି
ଛାଡ଼ପତ୍ରକୁ ନେଇ ମଧ୍ୟ ପୁରୁଷ ସପକ୍ଷରେ ନିୟମ
ଏଠି ଝିଅର ଇଚ୍ଛାକୁ ଦିଆଯାଇଛି ଜଳାଞ୍ଜଳି । ମହିଳାର ମନକୁ ହେଉଛି କୁଠାରଘାତ । ମହିଳା ବିରୋଧୀ ନିୟମ ପାଇଁ ପୁଣି ଚର୍ଚ୍ଚାରେ ତାଲିବାନ ସରକାର । ଏବେ ଆଫଗାନିସ୍ତାନରେ ତାଲିବାନୀ ଶାସନ ଚାଲିଥିବାବେଳେ ତାଲିବାନ ସରକାର ନୂଆ 'ପରିବାର ଆଇନ' ଲାଗୁ କରିଛି, ଯାହାକୁ ନେଇ ବିବାଦ ଉପୁଜିଛି । ନୂଆ ଆଇନରେ ବିବାହ, ଛାଡ଼ପତ୍ର ଓ ବାଲ୍ୟ ବିବାହ ସହ ଜଡ଼଼ିତ ନିୟମ ସାମିଲ । ଏହି ନୂଆ ନିୟମ ଲାଗୁ ହେବାପରେ ସାରା ବିଶ୍ଵର ମାନବ ଅଧିକାର କର୍ମକର୍ତ୍ତାମାନେ ଚିନ୍ତା ପ୍ରକଟ କରିଛନ୍ତି ।
ଆଫଗାନିସ୍ତାନର ଏକ ମିଡିଆ ଅନୁସାରେ, ନୂଆ ଆଇନର ନାମ ରଖାଯାଇଛି 'ସ୍ଵାମୀ-ସ୍ତ୍ରୀଙ୍କ ଅଲଗା ହେବା ନୀତି' । ଏହି ୩୧ ଧାରାର ପୂରା ଡ୍ରାଫ୍ଟରେ ତାଲିବାନର ସୁପ୍ରିମ ଲିଡର୍ ହିବତୁଲ୍ଲା ଅଙ୍ଖୁଦଜାଦା ମଞ୍ଜୁରୀ ଦେଇଛନ୍ତି । ଏଥିରେ ବାଲ୍ୟ ବିବାହ, ନିଖୋଜ ସ୍ଵାମୀ, ଧର୍ମ ପରିବର୍ତ୍ତନ ଓ ଜୋରଜବରଦସ୍ତ ଅଲଗା ହେବା ପରି ମାମଲା ସାମିଲ । କିନ୍ତୁ ସବୁଠୁ ଚର୍ଚ୍ଚାକୁ ଆସିଛି ପରିପକ୍ଵ ଯୁବତୀ (Mature Girl)ଙ୍କ ବିବାହ । ଯଦି ବିବାହକୁ ନେଇ ଝିଅଟି ଚୁପ୍ ରହୁଛି, ତେବେ ଏହାକୁ 'ହଁ' ବୋଲି ଧରାଯିବ ବୋଲି ନିୟମରେ ରହିଛି ।

- ଚୁପ୍ ରହିବା କୁଆଁରୀଙ୍କ ପାଇଁ ବିପଦ
- ଯୌତୁକ ନଦେଲେ ବିବାହ ବେଆଇନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ସ୍ଵାମୀ ମନା କଲେ ମିଳିବନି ଛାଡ଼ପତ୍ର
ପଢନ୍ତୁ ଏହି ଖବର: ତାଲିବାନୀ ମନ୍ତ୍ରୀଙ୍କ ପ୍ରେସ୍ମିଟ୍, ମହିଳା ସାମ୍ବାଦିକଙ୍କୁ ମିଳିଲାନି ଅନୁମତି
- ଆଫଗାନିସ୍ତାନରେ କିପରି ମହିଳାଙ୍କ ସ୍ଥିତି ?
Related Topics
Explore more stories