Videos
|
Viral-stories

Tesla Flying Car / ଉଡ଼ନ୍ତା କାରକୁ ନେଇ ସୋସିଆଲ୍ ମିଡିଆରେ Memeର ବନ୍ୟା; ଦେଖନ୍ତୁ ମଜାଦାର Video

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଉଡ଼ନ୍ତା କାରକୁ ନେଇ ସୋସିଆଲ୍ ମିଡିଆରେ Memeର ବନ୍ୟା; ଦେଖନ୍ତୁ ମଜାଦାର Video
Internet Reacts With Memes

Key Points

ଟେସ୍‌ଲାର ରୋଡଷ୍ଟର ଭାରତୀୟ ରାସ୍ତାକୁ ଆସିଲେ କ'ଣ ହେବ ? ଟ୍ରାଫିକ୍‌ରେ କ'ଣ ରହିବ ସ୍ଥିତି ? ଟୋଲ୍ ଗେଟ୍ କେମିତି କରିବ ଅତିକ୍ରମ ? ଦେଖନ୍ତୁ ଭାଇରାଲ୍ ହେଉଥିବା ମଜାଦାର ଭିଡିଓ...
ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ କମ୍ପାନୀ ଟେସ୍‌ଲା (Tesla) ଗୁରୁବାର ଏକ ଲାଇଭଷ୍ଟ୍ରିମ୍ ଇଭେଣ୍ଟରେ ତାର ନେକ୍ସଟ୍ ଜେନ୍ ରୋଡଷ୍ଟର କାର ଲଞ୍ଚ୍ କରିଛି । ଏହି ଡେମୋ କାର୍ କମାଲ୍ ଆଖି ଝଲସାଇ ଦେଇଥିବା ବେଳେ ସମସ୍ତେ ଚକିତ ହୋଇ ଯାଇଛନ୍ତି । କାର ଏକ ରାମ୍ପରେ ଚଢ଼ି ଓଲଟା ଗଡ଼ିବା ସହ ଆକାଶରେ ଉଡ଼ୁଛି । କାରର ତଳ ଭାଗରେ ଲାଗିଥିବା ଥ୍ରଟର୍ସ ଚାଲୁ ହେବା ମାତ୍ରେ ତାହା ପୁଣି ତଳକୁ ଖସି ଆସୁଛି ।

ଏଥିସହ ପଢ଼ନ୍ତୁ: ଆକାଶରେ ଉଡ଼ିବ, ୧ ସେକେଣ୍ଡରେ ଧରିବ ୧୦୦କିମି ସ୍ପିଡ୍...ମାର୍କେଟକୁ ଆସିଲା ଉଡନ୍ତା କାର 

ଟେସ୍‌ଲାର ଏହି ଉଦ୍ଭାବନ କୌଣସି ସାଇନ୍ସ-ଫିକ୍ସନ୍ ଫିଲ୍ମ ଠାରୁ କମ୍ ନୁହେଁ । କିନ୍ତୁ ଇଣ୍ଟରନେଟ୍‌ରେ ଏହି ଉଡ଼ନ୍ତା କାରକୁ ନେଇ ମଜା ଉଡ଼ାଇବା ଆରମ୍ଭ ହୋଇ ଯାଇଛି । କିଛି ମିନିଟରେ ଟେସ୍‌ଲାର କାରକୁ ନେଇ ସୋସିଆଲ୍ ମିଡିଆରେ ଆସିଛି Memeର ବନ୍ୟା ।

କେବଳ ବିଦେଶରେ ନୁହେଁ ଟେସ୍‌ଲା କାରକୁ ଦେଶୀ ଅନ୍ଦାଜରେ ଲୋକେ ମଜା ଉଡ଼ାଇଛନ୍ତି । ଜଣେ ବ୍ୟବହାରକାରୀ AIରେ ପ୍ରସ୍ତୁତ କରିଥିବା ଭିଡିଓରେ ବତାଇଛନ୍ତି କାର ତ ଆକାଶରେ ଉଡ଼ିବ, ହେଲେ ତାପରେ କ'ଣ ହେବ ? ଭିଡିଓରେ ଦେଖା ଯାଉଛି- କାର ଚାଳକ ଟ୍ରାଫିକ୍‌ରେ ଅଟକିବା ପରେ ଉଡ଼ାଣ ପାଇଁ ଉପରକୁ ଉଠିବା ମାତ୍ରେ ବିଦ୍ୟୁତ୍ ତାରରେ ଗାଡ଼ି ଲାଗି ଝୁଲି ରହୁଛି ।


ଆଉ ଏକ ପୋଷ୍ଟରେ ବ୍ୟବହାରକାରୀ ଟେସ୍‌ଲାର ଉଡ଼ନ୍ତା କାର ଟୋଲ୍ ପ୍ଲାଜାରେ ଉଡ଼ି କରି ଯାଉଥିବା ଦେଖା ଯାଉଛି । ଅନେକ ଲୋକ ଲେଖିଛନ୍ତି, ଏହା ତ ଟୋଲ୍ ମଧ୍ୟ ପାର୍ କରି ପଳାଇବ ।


ଅନ୍ୟ ଜଣେ AI ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ପୋଲିସର ଚେକିଂକୁ ଚକ୍‌ମା ଦେଇ କାର ଆକାଶରେ ଉଡ଼ି ଅତିକ୍ରମ କରି ପଳାଇ ଯାଉଛି ।


ଆଉ ଜଣେ ବ୍ୟବହାର ଏକ ଫଟୋ ସେୟାର୍ କରିଛନ୍ତି । ଯେଉଁଥିରେ ଆଗାମୀ ଦିନ ଫୁଡ୍ ଆଉଟଲେଟ୍ ମଧ୍ୟ ଉଡ଼ନ୍ତା କାର ଭଳି ଆକାଶରେ ଓଲଟା ନିର୍ମାଣ କରାଯିବା ଭଳି ଦେଖା ଯାଉଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Kota (@Kota89_) October 17, 2026
ଆଉ ଜଣେ ବ୍ୟବହାରକାରୀ ଭିଡିଓ ପୋଷ୍ଟ କରି ଦର୍ଶାଇଛନ୍ତି ରୋଡଷ୍ଟର ସଡ଼କରେ ଗଡ଼ିବାର ପ୍ରଥମ ଦିନ କ'ଣ ସବୁ ଘଟିବ ।