Videos
|
Technology

Elon Musk Flying Car / ଆକାଶରେ ଉଡ଼ିବ, ୧ ସେକେଣ୍ଡରେ ଧରିବ ୧୦୦କିମି ସ୍ପିଡ୍...ମାର୍କେଟକୁ ଆସିଲା ଉଡନ୍ତା କାର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ଆକାଶରେ ଉଡ଼ିବ, ୧ ସେକେଣ୍ଡରେ ଧରିବ ୧୦୦କିମି ସ୍ପିଡ୍...ମାର୍କେଟକୁ ଆସିଲା ଉଡନ୍ତା କାର
Tesla Flying Car

Key Points

ଆସିଗଲା ଟେସଲାର ବହୁପ୍ରତିକ୍ଷିତ ଫ୍ଲାଇଙ୍ଗ କାର
'Roadster'କୁ ପ୍ରଦର୍ଶିତ କଲେ ଏଲନ ମସ୍କ
ଭାରତରେ ଲଞ୍ଚ୍ ହେବ କି ଏହି ଷ୍ଟାଇଲିସ୍ କାର ?
ଥରେ ଭାବନ୍ତୁ ଆପଣ କାରରେ ବସିଥିବ, ଆଉ ସେ କାର ପ୍ଲେନ୍ ଭଳି ଆକାଶରେ ଉଡୁଥିବ । ଦିନେ ସ୍ଵପ୍ନ ପରି ଲାଗୁଥିବା ଏହି କାରଟି ଏବେ ଆଉ ସ୍ଵପ୍ନ ହୋଇ ରହିନାହିଁ । ଏଲନ ମସ୍କଙ୍କ କମ୍ପାନୀ ଟେସଲା ଏମିତି ଏକ ଫ୍ଲାଇଙ୍ଗ କାର ପ୍ରଦର୍ଶିତ କରିଛି ଯାହାକି ପ୍ରତି ଘଣ୍ଟା ପିଛା ୩୭୦ କିମି ବେଗରେ ଦୌଡୁଥିବାବେଳେ ଆକାଶରେ ଉଡୁଛି । ଆଉ ମାତ୍ର ୦.୫୯ ସେକେଣ୍ଡରେ ଏହା ପ୍ରତି ଘଣ୍ଟା ପିଛା ୯୬ କିଲୋମିଟର ବେଗରେ ପହଞ୍ଚୁଛି । ଏବେ ସୋସିଆଲ ମିଡିଆରେ ଏହି ଉଡନ୍ତା କାର 'Roadster'ର ଭିଡିଓ ଖୁବ ଭାଇରାଲ ହେଉଛି, ଯାହାକି କାରପ୍ରେମୀଙ୍କୁ ବେଶ ଆକୃଷ୍ଟ କରିଛି ।

ବିଶ୍ଵକୁ ସବୁବେଳେ ଏଲନ ମସ୍କ ନୂଆ ଟେକ୍ନୋଲୋଜି ସହିତ ଚମକାଇ ଦିଅନ୍ତି । ଅବାସ୍ତବ ଲାଗୁଥିବା ଜିନିଷଟି ସେତେବେଳକୁ ବାସ୍ତବତାର ରୂପ ଧାରଣ କରିସାରିଥାଏ । ଅକ୍ଟୋବର ୧୫ ତାରିଖରେ ଆମେରିକାର ଟେକ୍ସାସ ସହରରେ ସ୍ପେସଏକ୍ସର ଏକ ସ୍ଵତନ୍ତ୍ର ଇଭେଣ୍ଟରେ Tesla ନିଜର ଉଡାନ୍ତ କାରକୁ ପ୍ରଦର୍ଶିତ କରିଛି, ଯାହାର ନାମ 'Tesla Roadster' ରଖାଯାଇଛି । ପୂର୍ବରୁ ଏହି କାର ୯ବର୍ଷ ପୂର୍ବେ ଅର୍ଥାତ୍ ୨୦୧୭ରେ ପ୍ରଦର୍ଶିତ ହୋଇଥିଲା ଓ ସେବେଠୁ ଏହା ଉପରେ କାମ ହେଉଥିଲା । ଏବେ ଶେଷରେ ଏହାର ଚୂଡ଼ାନ୍ତ ପ୍ରଡକ୍ସନ ଭର୍ସନ ପ୍ରସ୍ତୁତ ହୋଇସାରିଛି । ୨୦୨୮ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

  • ଶୂନ୍ୟରେ ଉଡୁଛି ଟେସଲା ରୋଡଷ୍ଟର୍‌ କାର
ଟେସଲାର ଲାଇଭ୍ ୱେବକାଷ୍ଟରରେ ଏହି କାରକୁ ସିଧା ରାସ୍ତାରୁ ଶୂନ୍ୟରେ ଉଡୁଥିବା ଦେଖାଯାଇଛି । ହେଲେ ଏହି କାରକୁ ସାଧାରଣ ଲୋକମାନେ ଚଲାଇବା ପାଇଁ ଅନୁମତି ମିଳିବ ନାହିଁ, ସେ ନେଇ ଏଯାଏ ସ୍ପଷ୍ଟ ହୋଇନି । ଆଉ ଏକ ବଡ଼ ପ୍ରଶ୍ନ ହେଉଛି ଏହି ଉଡିବା ଫିଚରଟି ସାଧାରଣ ରାସ୍ତାରେ କେତେ ସୁରକ୍ଷିତ ହେବ ? ତେବେ ଏନେଇ କମ୍ପାନୀ ପକ୍ଷରୁ କିଛି କୁହାଯାଇନାହିଁ । ମାତ୍ର ଏହାର ଉଡିବି ଫିଚରଟି ଲୋକଙ୍କୁ ବେଶ ପସନ୍ଦ ଆସିଛି ।

  • Tesla Roadsterର ୩ ଦମଦାର ମଡେଲ୍‌
ଟେସଲା ଏହି ରୋଡଷ୍ଟର ମଡେଲ କାରକୁ ୩ଟି ଅଲଗା ଅଲଗା ଭାରିଏଣ୍ଟରେ ପ୍ରଦର୍ଶିତ କରିଛି ।
ପରଫର୍ମାନ୍ସ (Performance): ଏହା ଦୁଇ ସିଟର ମଡେଲ୍ ଯାହାକୁ ରାସ୍ତା ଲାଗି ପ୍ରସ୍ତୁତ କରାଯାଉଛି । ଏହା ୧.୬ ସେକେଣ୍ଡରେ ଘଣ୍ଟା ପ୍ରତି ୦-୯୬ ବେଗ ଧରିପାରେ ।
ଥ୍ରଷ୍ଟ (Thrust): ଏହା ବି ଦୁଇ ସିଟର କାର, ଏହାକୁ ରେସ୍ ଟ୍ରାକ୍ ପାଇଁ ନିର୍ମାଣ କରାଯାଇଛି । ଏହି କାରର ପଛରେ ଲାଗିଥିବା ଥ୍ରଷ୍ଟର ସାହାଯ୍ୟରେ ଏହା ୦.୯ ସେକେଣ୍ଡରେ ଘଣ୍ଟା ପ୍ରତି ୯୬ କିଲୋମିଟର ବେଗ ଧରିପାରେ ।
ରକେଟ୍ (Rocket): ଏହି ମଡେଲର ଏହି ଭାରିଏଣ୍ଟଟି ସବୁଠୁ ଦମଦାର । ଏହା ସିଙ୍ଗଲ ସିଟର୍ କାର । ଏହାର ଚାରିପାଖରେ ଥ୍ରଷ୍ଟର ଲାଗିଛି, ଯାହାକି କାରକୁ ଆଗ ପଟୁ ଏବଂ ପଛ ପଟୁ ଧକ୍କା ଦେଇଥାଏ । ଏହା ମାତ୍ର ୦.୫୯ ସେକେଣ୍ଡରେ ଘଣ୍ଟା ପ୍ରତି ୯୬ କିଲୋମିଟର ବେଗ ଧରିପାରେ । ଏହାର ସର୍ବାଧିକ ସ୍ପିଡ୍ ଘଣ୍ଟା ପ୍ରତି ୩୭୦ କିଲୋମିଟର ରହିଛି ।

  • କେମିତି କାମ କରିବ 'Thruster' ଟେକନିକ୍ ?
ଏହାକୁ ସରଳ ଭାଷାରେ ବୁଝିଲେ, କାର ଭିତରେ ବହୁତ ପ୍ରେସର ସହିତ ଥଣ୍ଡା ଗ୍ୟାସ୍ ଭରାଯାଇଛି । ଯେତେବେଳେ ଏହି ଗ୍ୟାସ୍ ଦ୍ରୁତ ଗତିରେ ଚାରିପାଖରୁ ବାହାରେ, ସେତେବେଳେ କାରକୁ ରକେଟ୍ ପରି ଉପର ପଟକୁ ଧକ୍କା ଲାଗିଥାଏ । ଫଳରେ କାରଟି ଶୂନ୍ୟରେ ଉଡ଼ିଥାଏ । ପବନରେ ଏହା ଯେପରି ଉଡ଼ିନଯିବ, ସେଥିଲାଗି ଏଥିରେ ଭାକ୍ୟୁମ ସିଷ୍ଟମର ବ୍ୟବସ୍ଥା ହୋଇଛି । ଯାହାଦ୍ଵାରା କାରଟି ରାସ୍ତା ପ୍ରତି ଆକୃଷ୍ଟ ହେବ । ଏହି କାରର ଟାୟାର ମଧ୍ୟ ସ୍ଵତନ୍ତ୍ର ଓ ମଜଭୁତ ରହିଛି । କାରକୁ ମଜଭୁତ ରଖିବା ଲାଗି ଏଥିରେ କାର୍ବନ-ଫାଇବର, ଟାଇଟାନିୟମ ଓ ମ୍ୟାଗ୍ନେସିୟମ ଭଳି ମହଙ୍ଗା ଜିନିଷର ବ୍ୟବହାର ହୋଇଛି । ଏହି କାରଟି ବିଶେଷ ଭାବରେ SR-71 ଓ F-35 ଲଢୁଆ ବିମାନରୁ ପ୍ରେରିତ ।

ପଢନ୍ତୁ ଏହି ଖବର: ଆସିଗଲା ଥରେ ଚାର୍ଜ କଲେ ୭୨୪ KM ଚାଲୁଥିବା ଇଲେକ୍ଟ୍ରିକ୍ SUV

  • ଭାରତକୁ ଆସିବ କି ଏହି ଉଡନ୍ତା କାର ?
ଟେସଲାର ଏହି ନୂଆ ରୋଡଷ୍ଟର୍ ଭାରତରେ ଲଞ୍ଚ ହେବ କି ନାହିଁ, ସେନେଇ ବର୍ତ୍ତମାନ କମ୍ପାନୀ ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ । ଟେସଲା ଏହି କାରର ପ୍ରଡକ୍ସନ ଲାଗି ୨୦୨୮ ପର୍ଯ୍ୟନ୍ତ ଲକ୍ଷ୍ୟ ରଖିଛି । ଏହାର ଅର୍ଥ ନୁହେଁ ଯେ ଭାରତରେ ଏହାର ବିକ୍ରି ସେହି ବର୍ଷ ଆରମ୍ଭ ହେବ । ବର୍ତ୍ତମାନ ଭାରତରେ ଟେସଲାର ଅନ୍ୟ କାର ଲଞ୍ଚ୍ ହୋଇସାରିଛି । ହୁଏତ ଉଡ଼ନ୍ତା କାରକୁ ଭାରତରେ ଲଞ୍ଚ କରିପାରେ ଏଲନ ମସ୍କଙ୍କ ଏହି କାର କମ୍ପାନୀ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: