Japan housing affordability / 'ଭୂତ' ଘର କିଣିବା ପାଇଁ ଚାଲିଛି ପ୍ରତିଯୋଗିତା; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
·15 hours ago·3 min read

Key Points
ଆକାଶଛୁଆଁ ମୁଦ୍ରାସ୍ଫୀତି ଯୋଗୁଁ, ଜାପାନରେ ଲୋକଙ୍କ ମାନସିକତା ପରିବର୍ତ୍ତନ ହେଉଛି। ଯେଉଁମାନେ ଥରେ ଏହି "ଭୂତିଆ" ଘରର ଉଲ୍ଲେଖକୁ ମଧ୍ୟ ଏଡ଼ାଇ ଦେଉଥିଲେ। ସେମାନେ ଏବେ କିଣିବା ପାଇଁ ପ୍ରତିଯୋଗିତା କରୁଛନ୍ତି। ସେମାନଙ୍କୁ ଭୟ କରିବା ପରିବର୍ତ୍ତେ, ଲୋକ ଏବେ ଏହାକୁ ନିଜ ବଜେଟ୍ ମଧ୍ୟରେ ଘର କିଣିବାର ଏକ ସୁବର୍ଣ୍ଣ ସୁଯୋଗ ଭାବରେ ଦେଖୁଛନ୍ତି।
Haunted Homes Japan: ଆଜିର ଦିନରେ, ଆକାଶଛୁଆଁ ମୁଦ୍ରାସ୍ଫୀତି ଯୋଗୁଁ ଜାପାନ ଭଳି ଦେଶରେ ଲୋକେ ଭୂତ ଘର କିଣିବା ପାଇଁ ଆଗ୍ରହ ଦେଖାଉଛନ୍ତି। ଟୋକିଓ ଭଳି ମହଙ୍ଗା ସହରରେ ରହିବାର ସ୍ୱପ୍ନ ଦେଖିବା ଏବେ ସାଧାରଣ ଜାପାନୀ ନାଗରିକଙ୍କ ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଦରଦାମ ବୃଦ୍ଧି ଏବେ ଏତେ ଆକାଶ ଛୁଆଁ ହୋଇଛି ଯେ ଘର ଭଡ଼ା ଠାରୁ ଆରମ୍ଭ କରି ସମ୍ପତ୍ତି କ୍ରୟ ପର୍ଯ୍ୟନ୍ତ ସବୁକିଛିର ମୂଲ୍ୟ ବଢିଚାଲିଛି। ଯାହାର ଫଳସ୍ୱରୂପ, ରିଅଲ୍ ଇଷ୍ଟେଟ୍ ବଜାରରେ ଏକ ଅଜବ ଧାରା ପରିଲକ୍ଷିତ ହେଉଛି। କେବେ 'ଅଶୁଭ' ଏବଂ 'ଭୂତ' ବୋଲି ବିବେଚିତ ହେଉଥିବା ଘର ଏବେ ଲୋକଙ୍କ ପସନ୍ଦଯୋଗ୍ୟ ପାଲଟିଛି।
ଦରଦାମ ବୃଦ୍ଧି ଯୋଗୁଁ, "ଜିକୋ ବୁକେନ୍" ପାଲଟିଛି ଲୋକଙ୍କ ପସନ୍ଦ
ଜାପାନରେ ଏପରି ଘରକୁ "ଜିକୋ ବୁକେନ୍" କୁହାଯାଏ। ଏହି ଘରେ ହତ୍ୟା, ଆତ୍ମହତ୍ୟା କିମ୍ବା ମୃତ୍ୟୁ ଭଳି ଘଟଣା ଘଟିଛି। ଜାପାନରେ ଏପରି ଘରକୁ ଧାର୍ମିକ ଦୃଷ୍ଟିକୋଣରୁ ବାସଯୋଗ୍ୟ ବିବେଚନା କରାଯାଏ ନାହିଁ। ହେଲେ ଦିନକୁ ଦିନ ବଢି ଚାଲିଥିବା ଦରଦାମ ବୃଦ୍ଧି ଯୋଗୁଁ ଏପରି ଘରର ଚାହିଦା ବଢିବାରେ ଲାଗିଛି। ଏହା ଦ୍ୱାରା ପରିସ୍ଥିତି ଏତେ ପରିବର୍ତ୍ତନ ହୋଇଛି ଯେ ଯେଉଁମାନେ ପୂର୍ବରୁ ନିଜ ଘର ବାହାରକୁ ଯିବାକୁ ଆଗ୍ରହୀ ନଥିଲେ ସେମାନେ ଏବେ ସେହି ଘରକୁ କିଣିବା ପାଇଁ ଧାଡ଼ି ଲଗାଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଜାପାନୀ ଲୋକେ ଏବେ ଅନ୍ଧ ବିଶ୍ୱାସକୁ ଭୁଲି ନିଜର ଆର୍ଥିକ ଏବଂ ସୁବିଧା ଉପରେ ଧ୍ୟାନ ଦେଉଛନ୍ତି। ଏହି ଘରକୁ କିଣିବାର ସବୁଠାରୁ ବଡ଼ କାରଣ ହେଉଛି ଏହାର ମୂଲ୍ୟ ଏବଂ ଏଥିପାଇଁ ମିଳୁଥିବା ଭାରୀ ରିହାତି। "ଜିକୋ ବୁକେନ୍" ଭଳି ସମ୍ପତ୍ତି ବଜାର ମୂଲ୍ୟ ଠାରୁ ପ୍ରାୟ ୨୦ ରୁ ୫୦ ପ୍ରତିଶତ କମ୍ ମୂଲ୍ୟରେ ଉପଲବ୍ଧ ହୋଇଥାଏ। ଯାହା ଦ୍ୱାରା ଏହି ଘର ବଜେଟ୍-ଅନୁକୂଳ ଏବଂ "ସୁନା ଅଣ୍ଡା ଦେଉଥିବା କୁକୁଡ଼ା" ହୋଇଛି।
ଏହା ସହ ପଢନ୍ତୁ: ପୁରୁଣା ଘରୁ କାହିଁକି ଆସିଥାଏ ଭୟଙ୍କର ଶବ୍ଦ? ଭୂତ-ପ୍ରେତ ନା ବିଜ୍ଞାନ? କ'ଣ ରହିଛି ଏହା ପଛର ରହସ୍ୟ?
ଜାପାନର ଚତୁର ଆର୍ଥିକ ନିଷ୍ପତ୍ତି
ଜାପାନୀ କମେଡି଼ଆନ୍ ତାନିଶି ମାତ୍ସୁବାରା (Japanese Comedian Tanishi Matsubara) ଏହି ପରିବର୍ତ୍ତିତ ଧାରା ଆଣିବା ପାଇଁ ଜଣାଶୁଣା। କୁହାଯାଉଛି ଯେ ତାଙ୍କ ଭଳି ବ୍ୟକ୍ତିତ୍ୱ, ଅନ୍ୟ ଲୋକଙ୍କ ମନରୁ "ଜିକୋ ବୁକେନ୍" ଘରର ଭୟକୁ ଦୂର କରିଛନ୍ତି। ସେ କଥିତ ରୂପରେ ଏପରି ଭୂତ ଘରେ ରହି ଲୋକଙ୍କ ଧାରଣା ପରିବର୍ତ୍ତନ କରୁଛନ୍ତି। ବର୍ଷ ବର୍ଷ ଧରି ଭୂତ ବୋଲି ବିବେଚିତ ହେଉଥିବା ଘରେ ରହି, ସେ ପ୍ରମାଣିତ କରିଛନ୍ତି ଯେ ଭୟ ବୋଲି କିଛି ନାହିଁ। ବର୍ତ୍ତମାନ, ଏହି ବିଶ୍ୱାସ ଏକ ସ୍ମାର୍ଟ ନିବେଶରେ ପରିଣତ ହୋଇଛି।
ପରିବର୍ତ୍ତିତ ଜନସଂଖ୍ୟାର ପ୍ରଭାବ
ଜାପାନରେ ବୃଦ୍ଧ ଲୋକଙ୍କ ସଂଖ୍ୟା ଏବଂ ସେମାନଙ୍କର ନିସଙ୍ଗ ଜୀବନ ମଧ୍ୟ ଏପରି ଘଟଣା ବୃଦ୍ଧି କରିବାରେ ସହାୟକ ହୋଇଛି। କାରଣ ବେଳେ ଘର ଭିତରେ ହେଉଥିବା ମୃତ୍ୟୁ ପ୍ରାୟତଃ ଅନେକ ଦିନ ପରେ ସାମ୍ନାକୁ ଆସିଥାଏ। ଦେଶର ଏକ ସରକାରୀ ଏଜେନ୍ସି କହିଛି ଯେ ଏହି ସାମାଜିକ ପରିବର୍ତ୍ତନ ମଧ୍ୟ ଏପରି ସମ୍ପତ୍ତିର ଯୋଗାଣ ବୃଦ୍ଧି କରିଛି। ବର୍ତ୍ତମାନ, ଏହି ଅଜବ ଧାରା ଯୋଗୁଁ, ରିଅଲ୍ ଇଷ୍ଟେଟ୍ କମ୍ପାନୀ ମଧ୍ୟ ଏହାକୁ ଏକ ବ୍ୟବସାୟ ଭାବରେ ଦେଖୁଛନ୍ତି। ଅନେକ କମ୍ପାନୀ ଏବେ "ଜିକୋ ବୁକେନ୍" ଭଳି ଘରକୁ ନବୀକରଣ କରୁଛନ୍ତି ଏବଂ କ୍ରେତାଙ୍କୁ ଆଶ୍ୱସ୍ତ କରିବା ପାଇଁ ବୌଦ୍ଧ ଭିକ୍ଷୁଙ୍କ ସହାୟତାରେ ଶୁଦ୍ଧିକରଣ ବିଧି ମଧ୍ୟ କରୁଛନ୍ତି। ଯାହା ମାଧ୍ୟମରେ ସେମାନେ ଏକଥା କହିବାକୁ ଚାହୁଁଛନ୍ତି ଯେ ଏହି ଘର ହେଉଛି ବାସଯୋଗ୍ୟ। ଏପରିକି କିଛି ଏଜେଣ୍ଟ ମଧ୍ୟ ଏପରି ଘର ସମ୍ପୂର୍ଣ୍ଣ ନିରାପଦ ଏବଂ ବାସଯୋଗ୍ୟ ବୋଲି ଲୋକଙ୍କୁ ନିଶ୍ଚିତ କରାଇବା ପାଇଁ ଥର୍ମାଲ୍ ସେନ୍ସର ମଧ୍ୟ ବ୍ୟବହାର କରୁଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories