Cyclone Montha / 'ମାଲକାନଗିରି ଦେଇ ଛତିଶଗଡ଼ ମୁହାଁ ହେବ ବାତ୍ୟା, ଜିରୋ କାଜୁଆଲିଟି ଲକ୍ଷ୍ୟ'
·8 months ago·2 min read

Key Points
ବାତ୍ୟ `ମୋନ୍ଥା' ମୁକାବିଲା ନେଇ ପ୍ରସ୍ତୁତ ଅଛନ୍ତି ସରକାର । ଉଚ୍ଚସ୍ତରୀୟ ବୈଠକ ପରେ ରାଜସ୍ବ ମନ୍ତ୍ରୀଙ୍କ ସୂଚନା । ରେଡ ଆଲର୍ଟ ଥିବା ୮ ଜିଲ୍ଲାରେ ୨୮, ୨୯ ଏବଂ ୩୦ ତାରିଖ ସ୍କୁଲ ଛୁଟି।
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ଆନ୍ଧ୍ରପ୍ରଦେଶ ମୁହାଁ ବାତ୍ୟା ମୋନ୍ଥା । ଆଜି ସାମୁଦ୍ରିକ ଝଡ଼ବାତ୍ୟା, ଆସନ୍ତାକାଲି ନେବ ‘ଭୀଷଣ ବାତ୍ୟା’ର ରୂପ । IMD ସୂଚନା ଅନୁସାରେ- ଗୋପାଳପୁରରୁ ୭୯୦ କିମି, କାକିନାଡ଼ାରୁ ୬୨୦ କିମି, ବିଶାଖାପାଟଣାରୁ ୬୫୦ କିମି, ଚେନ୍ନାଇଠାରୁ ୫୬୦ କିମି, ପୋର୍ଟବ୍ଲେୟାରଠାରୁ ୮୧୦ କିମି ଦୂରରେ ରହିଛି ବାତ୍ୟା । ଭୀଷଣ ବାତ୍ୟା ରୂପ ନେଇ କାକିନାଡ଼ା-ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ।
ସେପଟେ ବାତ୍ୟାକୁ ନେଇ ପ୍ରେସମିଟ୍ କରି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ବାତ୍ୟାର ଗତି ବଢ଼ୁଥିବାରୁ ଏହାର ପ୍ରଭାବ କମିବ । ରେଡ୍ ଆଲର୍ଟ ଜାରି ହୋଇଥିବା ୮ ଜିଲ୍ଲାରେ ୨୮, ୨୯ ଓ ୩୦ ତାରିଖରେ ସ୍କୁଲ ଛୁଟି । ସେହିପରି ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ୮ ଜିଲ୍ଲାରେ ୨୦୦ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି । ଏପର୍ଯ୍ୟନ୍ତ ୨୦୦ ଗର୍ଭବତୀ ମହିଳାଙ୍କୁ ସ୍ଥାନନ୍ତରିତ କରାସରିଛି । ସମସ୍ତ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୱାରୀ ପ୍ରସ୍ତୁତି ନେଇ ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି, ପଞ୍ଚାୟତଠାରୁ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ସରିଛି । ଲୋକଙ୍କ ସୁରକ୍ଷା ପାଇଁ ସରକାରୀ ଅଧିକାରୀ, ଅଙ୍ଗନବାଡି, ଆଶା ଦିଦି ପହଞ୍ଚି ସାରିଛନ୍ତି । ବାତ୍ୟାର ଗତି ବଢ଼ି ବଢ଼ି ଚାଲୁଛି । ଆଜି ମଧ୍ୟାହ୍ନ ରିପୋର୍ଟ ଅନୁସାରେ ଅବପାତର ଗତି ଘଣ୍ଟାପ୍ରତି ୧୮ କିଲୋମିଟର ରହିଛି । ବିଶେଷଜ୍ଞଙ୍କ ଅନୁସାରେ, ଗତି ଯେତେ ବଢିବ ଏହାର ପ୍ରଭାବ କମିବ । ଯାହା ଶୁଭ ସୂଚନା । ବାତ୍ୟା ଏବେ ଗୋପାଳପୁରଠାରୁ ୬୦୦ କିଲୋମିଟର ଦୂରରେ ଅଛି । ଏହା ମାଲକାନଗିରି କ୍ରସ୍ କରି ଛତିଶଗଡ଼ ଯିବ । ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଅଧିକ ପ୍ରଭାବିତ ହେବ ।
ସେହିପରି ଛତିଶଗଡ଼ ପଟେ ଅଧିକ ବର୍ଷା ହୋଇପାରେ । ଯାହାଫଳରେ ମହାନଦୀକୁ ଅଧିକ ପାଣି ଆସିବାର ସମ୍ଭାବନା ରହିଛି । ଏଥିପାଇଁ ଜଳଭଣ୍ଡାରରୁ ପାଣି ନିଷ୍କାସନ କରାଯାଉଛି । ସେପଟେ SRC ଆଜି କୋଷ୍ଟ ଗାର୍ଡ ସହ କଥା ହେବେ । ଆନ୍ଧ୍ରପ୍ରଦେଶ କେତୋଟି ଟ୍ରଲର ଓଡ଼ିଶା ପଟେ ରହିଛି ସେନେଇ କୋଷ୍ଟଗାର୍ଡ ସହ ଆଲୋଚନା ହେବ । ବିଚଳିତ ହୁଅନ୍ତୁ ନାହିଁ, ଜିରୋ କାଜୁଆଲଟି ସହ ବାତ୍ୟାକୁ ବିଦା କରିବା ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
ସେହିପରି ସେ ଆହୁରି କହିଛନ୍ତି, ବାତ୍ୟା ସମୟରେ ଘରୁ ବାହାରନ୍ତୁ ନାହିଁ । କଚା ଘର ଥିବା ଲୋକ ନିକଟ ଆଶ୍ରୟସ୍ଥଳୀ ବା ସ୍କୁଲକୁ ପଳେଇ ଆସନ୍ତୁ । ବୟସ୍କ, ମହିଳା, ଶିଶୁଙ୍କୁ ସୁରକ୍ଷା ଦିଅନ୍ତୁ । ସେହିପରି ପ୍ରବଳ ବର୍ଷା ଯୋଗୁଁ ସହରର ଯେଉଁ ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ରହିଛି, ସେଠି ଆଗୁଆ ପମ୍ପ ସେଟ୍ ରଖିବାକୁ କୁହାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ରାଡାରରେ ଦେଖାଗଲା ବାତ୍ୟା 'ମୋନ୍ଥା'ର ବାହ୍ୟବଳୟ; ଉପକୂଳରେ ତୀବ୍ର ବୃଷ୍ଟିପାତ ସହ ଝଟ୍କା ପବନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories