Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜ୍ୟରେ ବଢ଼ୁଛି ତାତି, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାକୁ ହିଟ୍ ଓ୍ୱେଭ୍ ଆଲର୍ଟ

Weather & Calamities

Weather Alert / ରାଜ୍ୟରେ ବଢ଼ୁଛି ତାତି, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାକୁ ହିଟ୍ ଓ୍ୱେଭ୍ ଆଲର୍ଟ

Banajyotshna Ray
Browse all articles by Banajyotshna Ray
·1 month ago·2 min read
ରାଜ୍ୟରେ ବଢ଼ୁଛି ତାତି, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାକୁ ହିଟ୍ ଓ୍ୱେଭ୍ ଆଲର୍ଟ
Temperature

Key Points

ରାଜ୍ୟରେ ଉପରମୁହାଁ ପାରଦ
ଆସନ୍ତା ୪୮ଘଣ୍ଟା ପାଇଁ ହିଟ୍ ଓ୍ବେଭ୍ ଜାରି କଲା ପାଣିପାଗ ବିଭାଗ
ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାକୁ ହିଟ୍ ଓ୍ବେଭ୍ ଆଲର୍ଟ
ରାଜ୍ୟରେ ଉପରମୁହାଁ ପାରଦ। ଆସନ୍ତା ୪୮ ଘଣ୍ଟା ପାଇଁ ହିଟ ୱେଭ ଜାରି। ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ହିଟ ୱେଭ୍ ଆଲର୍ଟ ଜାରି କଲା ଆଂଚଳିକ ପାଣିପାଗ ବିଭାଗ। ଗତକାଲି ୪୦ ଡିଗ୍ରୀ ପାର କରିଛି ଦିନ ତାପମାତ୍ରା। ଗତ ୨୩ ଘଣ୍ଟାରେ ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା। ସେଠାରେ ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହେବା ସହ ୪ ଟି ସ୍ଥାନରେ ୩୯ ଡିଗ୍ରୀ ଉପରେ ରହିଥିଲା ଦିନ ତାପମାତ୍ରା।ଆସନ୍ତା ୪୮ ଘଣ୍ଟା ପାଇଁ ହିଟ ୱେଭ ସମ୍ଭାବନା । ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ହିଟ ୱେଭ୍ ଜାରି । ଏଥିସହ ଆଗାମୀ ୭ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ।

କୋରାପୁଟ ଜିଲ୍ଲାରେ ଏବେ ଖାଁ ଖାଁ ସମସ୍ତ ପର୍ଯ୍ୟଟନ ସ୍ଥଳୀ। ଖରା ଓ ଗରମରୁ ରକ୍ଷା ପାଇବା ପାଇ ମାଧ୍ୟମ ସାଜିଛି ଲସି, ସୋଡା, ସହିତ ଖଟା ମିଠା ଦହିବରା ତ ଆଉ କେଉଁଠି ପେଟକୁ ଥଣ୍ଡା କଲା ଭଳି ଭୁଶି ମିଶ୍ରି। କାରଣ ମାତ୍ର 10 ଟଙ୍କାରେ ଆଖୁ ରସ, ଲେମ୍ବୁ ସୋଡା ଓ ଭୁଶି ସହ ବିଭିନ୍ନ ପ୍ରକାର ଫଳ ରସରେ ତିଆ ରି ହୋଇଥିବା ଜୁସ ବର୍ତ୍ତମାନ ଗ୍ରାହକଙ୍କୁ ଦେଉଛି ଶାନ୍ତି। ଲଗାତାର ଅନେକ ବର୍ଷ ଧରି ପାଣିପାଗରେ ପରିବର୍ତ୍ତନ କାରଣରୁ ଆଖୁରସ, ଜୁଶ, ଲସି ଓ ଦହିବରା ବେପାରୀଙ୍କ ଆଗରେ ଲାଗୁଛି ଗ୍ରାହକଙ୍କ ଭିଡ।

ଏଥିସହ ପଢ଼ନ୍ତୁ: ଦିନକ ପରେ ଝଡ଼ବର୍ଷା, ୪୦ରୁ ୫୦ କିମି ରହିବ ପବନର ବେଗ

ଖରା ଓ ଗରମ ପାଇଁ ରାଜ ରାସ୍ତା ଖାଁ ଖଁ ଥିବା ବେଳେ ସହର ଭିତରେ ବିଭିନ୍ନ ଦୋକାନରେ ଲାଗୁଛୁ ଭିଡ଼। ଯାହା ବର୍ତ୍ତମାନ ଖୁସି ଆଣିଦେଇଛି ଉଭୟ କୋରାପୁଟିଆ ଗ୍ରାହକ ଓ ବେପାରୀଙ୍କ ପାଇଁ। ଅନ୍ୟପଟେ ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ହେଲାଣି ତାତି। ଆଗକୁ ଆହୁରି ଖରା ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ଚଳିତ ବର୍ଷ ଖରା ଅଧିକ ମାତ୍ରାରେ ଅନୁଭୂତ ହେବା ସହ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିବ।

ସେପଟେ ଆସନ୍ତା ୧୫ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଆସନ୍ତା ୧୫ରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ବେଳେ ଅଳ୍ପ କିଛି ସ୍ଥାନରେ କୁଆପଥର ବୃଷ୍ଟିର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ସମୟରେ ଝଟକା ପବନର ବେଗ ୪୦ରୁ ୫୦ କିମି ପ୍ରତି ଘଣ୍ଟା ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି। ଉପର ବାୟୁମଣ୍ଡଳରେ ବାୟୁ ପ୍ରବାହରେ ଅସଙ୍ଗତି ଏବଂ ଟ୍ରଫଲାଇନ ଅର୍ଥାତ୍‌ ନିମ୍ନଚାପ ରେଖା ପ୍ରଭାବରେ ଏହି ବର୍ଷା ହେବା ସମ୍ଭାବନା ଦେଖାଦେଇଛି।

ଅଧିକ ପଢ଼ନ୍ତୁ ପାଣିପାଗ ଖବର:  ଖରା ଭିତରେ ରାଜ୍ୟରେ ହେବ ତୁହାକୁ ତୁହା ବର୍ଷା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Temperature High | Odisha witnesses rising temperatures as IMD issues heatwave alert for Jharsuguda and Sambalpur districts | Argus News | Argus News