Heatwave vs Food Security / ହିଟୱେଭକୁ ନେଇ WHOର ସାଂଘାତିକ ରିପୋର୍ଟ; ପ୍ରଭାବିତ ହେବ ଧାନ ଉତ୍ପାଦନ
·5 days ago·2 min read

Key Points
- ସଙ୍କଟରେ ଅନ୍ନଦାତା, ବିପଦରେ ଭାତ ହାଣ୍ଡି
- ଗ୍ରୀଷ୍ମ ପ୍ରବାହ ଯୋଗୁଁ କମିବ ଚାଷୀଙ୍କ କାର୍ଯ୍ୟଦକ୍ଷତା
- ଗୁରୁତର ଭାବେ ପ୍ରଭାବିତ ହେବ ଧାନ ଉତ୍ପାଦନ
- ସିନ୍ଧୁ ଓ ଗଙ୍ଗା ଅବବାହିକାରେ ଅଧିକ ରହିବ ପ୍ରଭାବ
ଭୁବନେଶ୍ଵର: ଆକାଶରୁ ବର୍ଷୁଥିବା ନିଆଁ କେବଳ ସ୍ଵାସ୍ଥ୍ୟକୁ ବିପଦରେ ପକାଉନାହିଁ, ବରଂ ଦେଶର ଖାଦ୍ୟ ସୁରକ୍ଷା ପାଇଁ ଆଣିଦେଇଛି ଏକ ବଡ଼ ସଙ୍କଟ । ଜାତିସଂଘର ଏକ ସାଂଘାତିକ ରିପୋର୍ଟ ମୁତାବକ, ହିଟୱେଭ୍ ବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଗାମୀ ଦିନରେ କୃଷି ଶ୍ରମିକଙ୍କ କାର୍ଯ୍ୟଦକ୍ଷତା କମିବା ସହ ଧାନ ଉତ୍ପାଦନ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ । ସିନ୍ଧୁ ଓ ଗଙ୍ଗା ଅବବାହିକା ପାଇଁ ଆସିଛି ବିପଦର ଘଣ୍ଟି ।
ଭାରତରେ ହିଟୱେଭ୍ କେବଳ ଜଟିଳ ସ୍ଵାସ୍ଥ୍ୟ ସମସ୍ୟା ସୃଷ୍ଟି କରେନାହିଁ, ବରଂ ଏହାର ବହୁମୁଖୀ ପ୍ରଭାବ ରହିଛି । ଦୀର୍ଘଦିନ ଧରି ହିଟୱେଭ ସ୍ଥିତି ରହିଲେ ଉତ୍ପାଦନ କମିବା ସହ ଏହା ଅର୍ଥନୀତିକୁ ସଂକୁଚିତ କରେ । ଅନ୍ୟପକ୍ଷରେ ଚିକିତ୍ସା ଖର୍ଚ୍ଚ ବି ବଢ଼ାଏ । କିନ୍ତୁ ହିଟୱେଭକୁ ନେଇ WHO ଏକ ସାଂଘାତିକ ରିପୋର୍ଟ ପ୍ରକାଶ କରିଛି ।
ଜାତିସଂଘର ବିଶ୍ୱ ପାଣିପାଗ ସଂଗଠନ ଏବଂ ଖାଦ୍ୟ ଓ କୃଷି ସଂଗଠନ ଚେତାବନୀ ଦେଇଛନ୍ତି ଯେ, ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଭାରତରେ ଚାଷୀଙ୍କ କାର୍ଯ୍ୟଦକ୍ଷତା କମିବା ସହ ଧାନ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେବ । ବିଶେଷ କରି ସିନ୍ଧୁ ଓ ଗଙ୍ଗା ଅବବାହିକା ଅଞ୍ଚଳରେ ଏହାର ପ୍ରଭାବ ସବୁଠାରୁ ଅଧିକ ରହିବ ।
ଜାତିସଂଘର ରିପୋର୍ଟ 'Extreme Heat and Agriculture' ଅନୁଯାୟୀ, ଯଦି ତାପମାତ୍ରା ଏହିଭଳି ବଢ଼ିଚାଲେ, ତେବେ କୃଷି ଶ୍ରମିକଙ୍କ କାର୍ଯ୍ୟ କ୍ଷମତା ୪୦ରୁ ଅଧିକ ହ୍ରାସ ପାଇବ ।
ଜାତିସଂଘ ରିପୋର୍ଟରେ ଆଶଙ୍କା
ହେଲେ ସ୍ଥାନୀୟ ପାଣିପାଗ ବିଜ୍ଞାନୀଙ୍କ କହିବା ହେଲା ଚଳିତବର୍ଷ ମୌସୁମୀ ସ୍ବାଭାବିକ ହେବ ବା କମ୍ ରହିବ ଏବେଠାରୁ କହିବା ମୁସ୍କିଲ୍ । ମୌସୁମୀ ବର୍ଷା କମ୍ ହେଲେ, ଏହା ଚାଷ କାର୍ଯ୍ୟକୁ ପ୍ରଭାବିତ କରିପାରେ ।
ସଙ୍କଟରୁ ରକ୍ଷା ପାଇବା ଉପାୟ
କୃଷି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପାରମ୍ପରିକ ଧାନଚାଷ ବ୍ୟତୀତ ଅନ୍ୟାନ୍ୟ ଚାଷ ଉପରେ ଫୋକସ କଲେ ଏଭଳି ସମସ୍ୟାର ମୁକାବିଲା କରାଯାଇ ପାରିବ ।
ଜଳବାୟୁ ପରିବର୍ତ୍ତନ ଏବେ କେବଳ ପରିବେଶ ସମସ୍ୟା ହୋଇ ରହିନାହିଁ, ଏହା ମଣିଷର ଥାଳିରୁ ଭାତ ଛଡ଼ାଇ ନେବାକୁ ବସିଲାଣି । ଜାତିସଂଘର ଏହି ରିପୋର୍ଟ ସାବଧାନ କରିଦେଇଛି ଯେ, ଯଦି ଏବେଠାରୁ ଚାଷ ପ୍ରଣାଳୀରେ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ପାଇଁ ପଦକ୍ଷେପ ନନେବା, ତେବେ ଆଗାମୀ ଦିନରେ ଭାରତର କୃଷି ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ।
ଏଥିସହ ପଢ଼ନ୍ତୁ: ଡହ ଡହ ଖରାରେ ଶିଝୁଛି ସାରା ଓଡ଼ିଶା, ୬ ଜିଲ୍ଲାକୁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ

- ଭାରତରେ ୭୦% କ୍ୟାଲୋରୀ କେବଳ ଭାତ ବା ଧାନରୁ ଆସିଥାଏ ।
- ପ୍ରବଳ ଗରମ ଓ ମରୁଡ଼ି ସ୍ଥିତି ଯୋଗୁଁ ଏହି ଉତ୍ପାଦନ ବାଧାପ୍ରାପ୍ତ ହେବ ।
- ଚଳିତ ବର୍ଷ ମଧ୍ୟ 'ଏଲ୍-ନିନୋ' ପ୍ରଭାବରେ ଜୁଲାଇ ମାସ ବେଳକୁ ବର୍ଷା କମିବ ।
- ଅନ୍ୟପକ୍ଷରେ ଗରମ ବଢ଼ିବା ନେଇ ଆଶଙ୍କା କରାଯାଉଛି ।
- ଭାରତରେ ଚାଷ କାମ ମୁଖ୍ୟତଃ ଶ୍ରମିକଙ୍କ ଦ୍ୱାରା ହୋଇଥାଏ ।
- ତାପମାତ୍ରା ବୃଦ୍ଧି ପାଇଲେ ଶ୍ରମିକମାନେ କ୍ଷେତରେ କାମ କରିବା ଅସମ୍ଭବ ହୋଇ ପଡ଼ିବ ।
ହେଲେ ସ୍ଥାନୀୟ ପାଣିପାଗ ବିଜ୍ଞାନୀଙ୍କ କହିବା ହେଲା ଚଳିତବର୍ଷ ମୌସୁମୀ ସ୍ବାଭାବିକ ହେବ ବା କମ୍ ରହିବ ଏବେଠାରୁ କହିବା ମୁସ୍କିଲ୍ । ମୌସୁମୀ ବର୍ଷା କମ୍ ହେଲେ, ଏହା ଚାଷ କାର୍ଯ୍ୟକୁ ପ୍ରଭାବିତ କରିପାରେ ।
ସଙ୍କଟରୁ ରକ୍ଷା ପାଇବା ଉପାୟ
- ଯେଉଁ ଧାନ ଗରମ ସହିପାରିବ ସେଭଳି ବିହନ ବ୍ୟବହାର କରିବା ।
- ଚାଷ ଓ ବୁଣାବୁଣି ସମୟରେ ପରିବର୍ତ୍ତନ କରିବା ।
- କ୍ଷେତକୁ ଥଣ୍ଡା ରଖିବା ପାଇଁ ଜଳସେଚନର ଉନ୍ନତ ବ୍ୟବହାର କରିବା ।
କୃଷି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପାରମ୍ପରିକ ଧାନଚାଷ ବ୍ୟତୀତ ଅନ୍ୟାନ୍ୟ ଚାଷ ଉପରେ ଫୋକସ କଲେ ଏଭଳି ସମସ୍ୟାର ମୁକାବିଲା କରାଯାଇ ପାରିବ ।
ଜଳବାୟୁ ପରିବର୍ତ୍ତନ ଏବେ କେବଳ ପରିବେଶ ସମସ୍ୟା ହୋଇ ରହିନାହିଁ, ଏହା ମଣିଷର ଥାଳିରୁ ଭାତ ଛଡ଼ାଇ ନେବାକୁ ବସିଲାଣି । ଜାତିସଂଘର ଏହି ରିପୋର୍ଟ ସାବଧାନ କରିଦେଇଛି ଯେ, ଯଦି ଏବେଠାରୁ ଚାଷ ପ୍ରଣାଳୀରେ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ପାଇଁ ପଦକ୍ଷେପ ନନେବା, ତେବେ ଆଗାମୀ ଦିନରେ ଭାରତର କୃଷି ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ।
ଏଥିସହ ପଢ଼ନ୍ତୁ: ଡହ ଡହ ଖରାରେ ଶିଝୁଛି ସାରା ଓଡ଼ିଶା, ୬ ଜିଲ୍ଲାକୁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories