Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Weather Update / ଆଗକୁ ଆସୁଛି ବଡ଼ ବର୍ଷା, ନବରାତ୍ରରେ ୨ଟି ନୁହେଁ ୩ଟି ଲଘୁଚାପ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ଆଗକୁ ଆସୁଛି ବଡ଼ ବର୍ଷା, ନବରାତ୍ରରେ ୨ଟି ନୁହେଁ ୩ଟି ଲଘୁଚାପ

Key Points

ଆଗକୁ ଆସୁଛି ବଡ଼ ବର୍ଷା । ନବମୀ ଓ ଦଶମୀରେ ବର୍ଷାରେ ଭିଜିବ ଓଡ଼ିଶା । ଏବେ ସାରା ରାଜ୍ୟରେ ଜାରି ରହିଛି ବର୍ଷା ।

ମା' ଜଗତଜନନୀ ଦୁର୍ଗାଙ୍କ ନବରାତ୍ରୀ ଆରମ୍ଭ ହୋଇଥିବା ବେଳେ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଆଗକୁ ସେହିଭଳି ପାଣିପାଣି ହେବ କି ଦଶହରା ? ବଙ୍ଗୋପସାଗରରେ ଏବେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ତା’ ପଛକୁ ଦାନା ବାନ୍ଧୁଛି ଆଉ ଦୁଇଟି ଲଘୁଚାପ । ୨୫ ତାରିଖ ବେଳକୁ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ପୁଣି ୩୦ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି ।
ତେବେ ଅକ୍ଟୋବର ୧ ତାରିଖରେ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଲେ ନବମୀ ଓ ଦଶମୀରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ବର୍ତ୍ତମାନ ସକ୍ରିୟ ରହିଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନାଗିରି, କୋରାପୁଟ, କେଉଁଝର, ମୟୁରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।
ସେହିପରି ପ୍ରବଳ ବର୍ଷା ନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, ଅନୁଗୁଳ, ଦେଓଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ସୋନପୁର ଓ ବୌଦ୍ଧ ଜିଲ୍ଲା ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।
ସେପଟେ ଲଗାତାର ବର୍ଷା ଫଳରେ ମାଲକାନଗିରି ବଣ୍ଡାଘାଟିରେ ଧସିଛି ମାଟି । ଯାହାଫଳରେ ଯାତାୟାତ ପ୍ରଭାବିତ ହୋଇଛି । ସେହିପରି ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଯାହାଫଳରେ ଯାହାତାୟାତ ପୂରା ଠପ ହୋଇଯାଇଛି ।
ଲଘୁଚାପ ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ବେଗ ୪୦-୫୦ କିମି ଓ ଝଟକା ପବନ ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି । ଯାହା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିପାରେ । ତେଣୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Heavy Rain Alert: 3 Low-Pressure Areas to Impact Odisha During Navratri | Argus News