Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସତର୍କ କଲା ପାଣିପାଗ ବିଭାଗ, ରାଜ୍ୟରେ ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା

Weather & Calamities

Rain Update / ସତର୍କ କଲା ପାଣିପାଗ ବିଭାଗ, ରାଜ୍ୟରେ ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା

Rashmita Mishra
Browse all articles by Rashmita Mishra
·1 month ago·2 min read
ସତର୍କ କଲା ପାଣିପାଗ ବିଭାଗ, ରାଜ୍ୟରେ ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା
Rain Update

Key Points

ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି ।
ସତର୍କ କଲା ପାଣିପାଗ ବିଭାଗ, ରାଜ୍ୟରେ ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା

ପୂର୍ବଭାରତ ଉପରେ ରହିଥିବା ଉପ-ଉଷ୍ମକଟୀବନ୍ଧୀୟ (ସବ୍‌ଟ୍ରପିକାଲ୍‌) ପଶ୍ଚିମୀ ଜେଟ୍‌ ଷ୍ଟ୍ରିମ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେଉଛି । ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ପବନ ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୭ଦିନ ପର୍ଯ୍ୟନ୍ତ କାଁଭାଁ ସ୍ଥାନରେ ବର୍ଷା ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।

ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବିଶେଷକରି ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଅନୁଗୋଳ ଜିଲାର କେତେକ ସ୍ଥାନରେ ବର୍ଷା ସହିତ କୁଆପଥର ବର୍ଷା ହୋଇଛି ।

ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ମୟୂରଭଞ୍ଜ ଜିଲାର ମୁରୁଡ଼ାରେ ସର୍ବାଧିକ ୫୫ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ମୟୂରଭଞ୍ଜର ବେତନଟିରେ ୫୦ ମି.ମି., ଜି.ବି.ନଗରରେ ୪୪ ମି.ମି., ବାଲିମୁଣ୍ଡଳୀରେ ୪୦.୮ ମି.ମି., ଯଶୀପୁରରେ ୩୭.୫ମି.ମି. ବର୍ଷା ହୋଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ କୁଆପଥର ବୃଷ୍ଟି ସମ୍ଭାବନା ରହିଛି । ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଦୁଇ ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା । ସେଠାରେ ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହେବା ସହ ହୀରାକୁଦ ୪୦.୨ ଡିଗ୍ରୀ, ସମ୍ବଲପୁର ୩୯.୯ ଡିଗ୍ରୀ, ରାଉରକେଲା ୩୮.୮ ଡିଗ୍ରୀ, ଭୁବନେଶ୍ବର ୩୪.୨ ଡିଗ୍ରୀ ରେକର୍ଡ କରାଯାଇଥିଲା ।

ପଢନ୍ତୁ ଏହି ଖବର: ମୟୂରଭଞ୍ଜରେ କାଳବୈଶାଖୀ ତାଣ୍ଡବ; ପୋଖରୀକୁ ଖସିଲା ଅଟୋ, ୨ ମୃତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rain Update | IMD Warns of Thunderstorms and Rain for Next 5 Days in Odisha | Argus News