Kalbaisakhi Tragedy / ମୟୂରଭଞ୍ଜରେ କାଳବୈଶାଖୀ ତାଣ୍ଡବ; ପୋଖରୀକୁ ଖସିଲା ଅଟୋ, ୨ ମୃତ
·3 weeks ago·2 min read

Key Points
କାଳବୈଶାଖୀ ଓ ଘୂର୍ଣ୍ଣିଝଡ଼ର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି କରଞ୍ଜିଆ ଅଞ୍ଚଳରେ । କରଞ୍ଜିଆ ବ୍ଲକର କଙ୍କଡ଼ା ଗାଁରେ କାଳବୈଶାଖୀ ବର୍ଷା ପବନରେ ଏକ ଯାତ୍ରୀବାହୀ ଅଟୋ ପୋଖରୀକୁ ଖସି ପଡ଼ିଛି ।
ବାରିପଦା/କରଞ୍ଜିଆ: ଅପରାହ୍ମରେ ହଠାତ୍ ଅନ୍ଧାର ହୋଇଗଲା ଆକାଶ । ମାଡ଼ି ଆସିଲା ତୁହାକୁ ତୁହା ପବନ । ଆଖି ପିଛୁଳାକେ ଉଜାଡ଼ି ଦେଲା ସବୁକିଛି । ଘରର ଛପର ଉଡ଼ାଇ ନେବା ସହ ବିଦ୍ୟୁତ୍ ଖୁଣ୍ଟ ଉପାଡ଼ି ଦେଇଛି । ପବନ ସାଙ୍ଗକୁ ବର୍ଷା ଓ କୁଆପଥର ମାଡ଼ ହୋଇଛି ।
ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀରେ ତାଣ୍ଡବ ଦେଖିବାକୁ ମିଳିଛି । କାଳବୈଶାଖୀ ଓ ଘୂର୍ଣ୍ଣିଝଡ଼ର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି କରଞ୍ଜିଆ ଅଞ୍ଚଳରେ । କରଞ୍ଜିଆ ବ୍ଲକର କଙ୍କଡ଼ା ଗାଁରେ କାଳବୈଶାଖୀ ବର୍ଷା ପବନରେ ଏକ ଯାତ୍ରୀବାହୀ ଅଟୋ ପୋଖରୀକୁ ଖସି ପଡ଼ିଛି । ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ନିଆଯାଇଛି ।
ଏଥିସହ ପଢ଼ନ୍ତୁ: ଆଜିଠୁ ବଦଳିବ ପାଗ, ରାଜ୍ୟର ଏହି ଅଞ୍ଚଳରେ ହେବ କୁଆପଥର ବର୍ଷା
କରଞ୍ଜିଆ ବ୍ଲକର ବିଭିନ୍ନ ଗାଁରେ କୁଆ ପଥର ମାଡ଼ ସାଙ୍ଗକୁ ପ୍ରବଳ ବର୍ଷା ପବନ ହୋଇଛି । ଏକାଧିକ ଘରର ଛପର ଉଡ଼ି ଯାଇଛି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ରାସ୍ତା ଉପରେ ଉପୁଡ଼ି ପଡ଼ିଛି । କାଳବୈଶାଖୀ ବର୍ଷାରେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଡୁମୁରିଆ, କଙ୍କଡ଼ା, କିଆ ପାନପୋଷି, କିଆ, ମାତା ଆଦି ଗାଁ ବ୍ୟାପକ ପ୍ରଭାବିତ ହୋଇଛି ।
ବାରିପଦା ସହର ତଥା ଆଖପାଖ ଅଞ୍ଚଳରେ ମଧ୍ୟ ଘଡ଼ଘଡ଼ି ଓ ପବନ ସହ ବର୍ଷା ଅନୁଭୂତ ହୋଇଛି । ଅପରାହ୍ଣ ୩ଟା ସମୟରେ ଆକାଶ ମେଘାଛନ୍ନ ହେବା ପ୍ରବଳ ପବନ ଓ ବର୍ଷା ହୋଇଛି । କରଞ୍ଜିଆ ଏହି କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ଘଟାଇଛି ।
ଏଥିସହ ପଢ଼ନ୍ତୁ: ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ, କଠୋର ନିର୍ଦ୍ଦେଶ ଜାରି କଲା ଶିଶୁ ଅଧିକାର ଆୟୋଗ
ସେପଟେ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ଜି.ଉଦୟଗିରି ବ୍ଲକର ବିଭିନ୍ନ ଅଞ୍ଚଳ ଓ କଳିଙ୍ଗା ଗ୍ରାମରେ କାଳବୈଶାଖୀର ପ୍ରଭାବରେ ପ୍ରବଳ କୁଆ ପଥର ବର୍ଷା ହୋଇଛି । ଯାହା ତାତିରୁ ସାମାନ୍ୟ ଆଶ୍ଵସ୍ତି ଦେଇଛି ।
ଆଜିଠୁ ରାଜ୍ୟରେ ପାଗ ପରିବର୍ତ୍ତନ ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ କୁଆପଥର ବୃଷ୍ଟି ସମ୍ଭାବନା ଆକଳନ କରିଥିଲା । ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ନେଇ ୟେଲୋ ଆର୍ଲଟ ଜାରି କରାଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories