Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Cyclone Update / ଭାରତ ମୁହାଁ ପ୍ରଳୟଙ୍କାରୀ ବାତ୍ୟା ‘ଦିତୱା’, ଶ୍ରୀଲଙ୍କାରେ ରଚିଛି ତାଣ୍ଡବ

Ritu Das
Browse all articles by Ritu Das
·7 months ago·2 min read
ଭାରତ ମୁହାଁ ପ୍ରଳୟଙ୍କାରୀ ବାତ୍ୟା ‘ଦିତୱା’, ଶ୍ରୀଲଙ୍କାରେ ରଚିଛି ତାଣ୍ଡବ

Key Points

  • ତାମିଲନାଡୁ ସମେତ ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀରେ ବାତ୍ୟା ଆଲର୍ଟ
  • ତାଣ୍ଡବ ରଚିବ ଦିତଓ୍ବା
  • 5/6 କିଲୋମିଟର ବେଗରେ ଆଗକୁ ବଢ଼ୁଛି ବାତ୍ୟା
  • ବିମାନ ସେବା ସମେତ ଟ୍ରେନ୍ ଚଳାଚଳ ଉପରେ ଜରୁରୀ କଟକଣା.
ଶ୍ରୀଲଙ୍କାରେ ତାଣ୍ଡବ ରଚିବା ପରେ ପ୍ରଳୟଙ୍କାରୀ ବାତ୍ୟା ଦିତୱା ଏବେ ଦ୍ରୁତ ଗତିରେ ଭାରତ ଆଡକୁ ମୁହାଁଇଛି। ବାତ୍ୟା ଆଉ ମାତ୍ର କିଛି ସମୟ ମଧ୍ୟରେ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ପହଞ୍ଚିବ। ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ଜାରି କରିଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି, ଏନଡିଆରଏଫର ୧୪ଟି ଦଳକୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି। ଘୂର୍ଣ୍ଣିଝଡ଼ ଦିତୱା ଯୋଗୁଁ ଶ୍ରୀଲଙ୍କାରେ ୧୫୦ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଅନେକ ଲୋକ ନିଖୋଜ ଥିବା ମଧ୍ୟ ଜଣାପଡ଼ିଛି। ଆଜି ତାମିଲନାଡୁରେ ବାତ୍ୟା 'ଡିଟୱା' ସ୍ଥଳଭାଗ ର ଅତି ନିକଟରେ ରହିବା ସମ୍ଭାବନା ରହିଛି।



ତାମିଲନାଡୁର ଅତି ନିକଟରେ ଆଗକୁ ବଢ଼ିବା ନେଇ ସମ୍ଭାବନା ଥିବା ପାଣିପାଗ ବିଭାଗ ର ଅକାଳନ। ତାମିଲନାଡୁ ସମେତ ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀରେ ବାତ୍ୟା ଆଲର୍ଟ ଜାରି କରାଯାଇଛି। ବିମାନ ସେବା ସମେତ ଟ୍ରେନ୍ ଚଳାଚଳ ଉପରେ ଜରୁରୀ କଟକଣା ଲଗାଯାଇଛି। ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ରେ ପରିଣତ ହେବ ବାତ୍ୟା। ଆସନ୍ତାକାଲି ଅବପାତରେ ପରିଣତ ହେବ ବାତ୍ୟା। ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୂଦ୍ରକୁ ଯିବାକୁ ବାରଣ କରାଯାଇଛି।

ଅଧିକ ପଢ଼ନ୍ତୁ: ବାତ୍ୟା ପରେ ଶ୍ରୀଲଙ୍କାରେ ପ୍ରଳୟଙ୍କରୀ ବନ୍ୟା; ୨ ଦଶନ୍ଧିରେ ସବୁଠାରୁ ଖରାପ ସ୍ଥିତି

ବାତ୍ୟା ଦିତୱା ଗତ ୬ ଘଣ୍ଟା ଧରି ପ୍ରାୟ ୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି। ଆଜି ଚେନ୍ନାଇ ଏବଂ ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ଅନୁମାନ କରାଯାଉଛି । ଭାରତରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି କରିବ ଦିତୱା । ଦିତୱା ପାଇଁ ହାଇ ଆଲର୍ଟରେ ଦକ୍ଷିଣ ଭାରତ।

୩ ରାଜ୍ୟରେ କରିବ ବଡ଼ କ୍ଷତି । ବାତ୍ୟାର ପ୍ରଭାବ ଆରମ୍ଭ ହୋଇ ସାରିଛି । ଗତକାଲିଠାରୁ ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ଜଣାପଡିଛି । ଲ୍ୟାଣ୍ଡଫଲ ବେଳେ ୭୦ ରୁ ୯୦ କିଲୋମିଟର ବେଗରେ ପବନ ବହିପାରେ ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଆକସ୍ମିକ ବନ୍ୟା ଆସିପାରେ, ଗଛ ଉପୁଡ଼ି ପାରେ । ସମୁଦ୍ର ଭୟଙ୍କର ଭାବେ ଜୁଆରିଆ ହେବ। ମୁକାବିଲା ପାଇଁ ତିନି ରାଜ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୋଜିସନ୍ ନେଲେଣି ଏନଡିଆରଏଫ ଟିମ୍। ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cyclone Ditwah Threatens India After Destroying Sri Lanka | Argus News