Heat Wave Alert / ଖରାରେ କଲବଲ ସାରା ଓଡ଼ିଶା, ୨୩ ଯାଏଁ ସମସ୍ତ ସ୍କୁଲ ଓ କଲେଜ ଛୁଟି
·17 hours ago·2 min read

Key Points
ମୟୂରଭଞ୍ଜର ସମସ୍ତ ସରକାରୀ, ଘରୋଇ ସ୍କୁଲ ଏବଂ ଯୁକ୍ତ-୨ କଲେଜ ଛୁଟି
୨୦ ତାରିଖ ସୋମବାର ଠାରୁ ୨୩ ତାରିଖ ଗୁରୁବାର ପର୍ଯ୍ୟନ୍ତ ଛୁଟି
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ଜିଲ୍ଲାପାଳ

ପ୍ରବଳ ଖରାକୁ ଦୃଷ୍ଟିରେ ରଖି ୨୩ ତାରିଖ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ଛୁଟି । ଆସନ୍ତା ୨୦ ତାରିଖ ସୋମବାର ଠାରୁ ୨୩ ତାରିଖ ଗୁରୁବାର ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଏବଂ ଯୁକ୍ତ ଦୁଇ କଲେଜ ଛୁଟି ଘୋଷଣା କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ । ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ସକାଳ ୭ଟା ରୁ ୯ଟା ପର୍ଯ୍ୟନ୍ତ ହେବ । ଛୁଟି ମଧ୍ୟରେ ସ୍କୁଲ ଗୁଡିକରେ ରି-ଏଡମିସନ କାର୍ଯ୍ୟ ଜାରି ରହିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।
ସେହିପରି ଖୋର୍ଦ୍ଧା ଜିଲ୍ଲାରେ ବି ହେଲା ସ୍କୁଲ ଛୁଟି । ଗ୍ରୀଷ୍ମ ପ୍ରବାହକୁ ନଜର ରଖି ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସ୍କୁଲ ଓ ଅଙ୍ଗନବାଡି ୨୦ତାରିଖ ରୁ ୨୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି ।
ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପଶ୍ଚିମରେ ତାତି ଉପକୂଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ପ୍ରବଳ ଖରା ପାଇଁ ୫ ଜିଲ୍ଲାକୁ ହିଟ୍ଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନୂଆ SOP ଜାରି କରିଛନ୍ତି ।
ରାଜ୍ୟରେ ୧୦ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଛି । ୫ ଦିନ ଯାଏ ରାଜ୍ୟରେ ପ୍ରବଳ ଗରମ ସହ ହିଟୱେଭର ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, ସମ୍ବଲପୁର ଓ ବଲାଙ୍ଗୀରକୁ ଉଷ୍ମ ରାତ୍ରି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ରହିଛି । ସେହିପରି ପ୍ରବଳ ଗରମ ଓ ଗୁଳୁଗୁଳିକୁ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଜଗତସିଂହପୁର, ଗଂଜାମ ଓ ଗଜପତି ଜିଲ୍ଲାକୁ ଉଷ୍ମ ଓ ଆଦ୍ରତା ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୨ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ୨୪ ଯାଏ ତାତିରୁ ତ୍ରାହି ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories