Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Rain Alert / ପୁଣି ବର୍ଷାରେ ଭିଜିବ ଓଡ଼ିଶା, ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା

Sushanta Sahoo
Browse all articles by Sushanta Sahoo
·9 months ago·2 min read
ପୁଣି ବର୍ଷାରେ ଭିଜିବ ଓଡ଼ିଶା, ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା

Key Points

ଚଳିତ ମୌସୁମୀ ଋତୁର ଏବେ ସୁଦ୍ଧା ମୌସୁମୀ ଅଗ୍ରସର ଠାରୁ ଆରମ୍ଭ କରି ୧୬ଟି ଲଘୁଚାପ ଓଡ଼ିଶାକୁ ପ୍ରଭାବିତ କରିଥିବା ସୂଚନା ମିଳିଛି । ସେପଟେ ଓଡ଼ିଶା ଉପକୂଳ ଅତିକ୍ରମ କରିଥିବା ଅବପାତ ଏବେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ।

ଭୁବନେଶ୍ଵର: ଓଡ଼ିଶା ପିଛା ଛାଡ଼ୁନି ବର୍ଷା । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଅକ୍ଟୋବର ମାସର ପ୍ରଥମାର୍ଦ୍ଧରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଉତ୍ତର ବଙ୍ଗୋପସାଗରରେ ଅକ୍ଟୋବର ୯ ବେଳକୁ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।


ଚଳିତ ମୌସୁମୀ ଋତୁର ଏବେ ସୁଦ୍ଧା ମୌସୁମୀ ଅଗ୍ରସର ଠାରୁ ଆରମ୍ଭ କରି ୧୬ଟି ଲଘୁଚାପ ଓଡ଼ିଶାକୁ ପ୍ରଭାବିତ କରିଥିବା ସୂଚନା ମିଳିଛି । ସେପଟେ ଓଡ଼ିଶା ଉପକୂଳ ଅତିକ୍ରମ କରିଥିବା ଅବପାତ ଏବେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏବେ ଏହା ଉତ୍ତର ଛତିଶଗଡ଼ ଏବଂ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବ ଝାଡ଼ଖଣ୍ଡ ଉପରେ ସକ୍ରିୟ ରହିଛି ।


ଏଥିସହ ପଢ଼ନ୍ତୁ: ଅକ୍ଟୋବରରେ ସୃଷ୍ଟି ହେଲା ପ୍ରଥମ ବାତ୍ୟା, ଜାଣନ୍ତୁ "ଶକ୍ତି" କରିବ କେତେ କ୍ଷତି...


ଆଜି ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ସେହିଭଳି ବଜ୍ରପାତ ଓ ପବନ ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


"ଶକ୍ତି"ର ଶକ୍ତି କେତେ ?


ସେପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା "ଶକ୍ତି" ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଭୀଷଣ ବାତ୍ୟା "ଶକ୍ତି" ସମୁଦ୍ର ଭିତରେ ଘଣ୍ଟ ପ୍ରତି ୧୩ କିଲୋମିଟର ବେଗରେ ଅଗ୍ରସର ହେଉଛି । ଉତ୍ତରପୂର୍ବ ଆରବ ସାଗରରେ ଭୀଷଣ ବାତ୍ୟା "ଶକ୍ତି" ପଶ୍ଚିମ ଦିଗକୁ ଯାଉଥିବା ବେଳେ ଏହା ସମୁଦ୍ରରେ ହିଁ ଦୁର୍ବଳ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।


ଏଥିସହ ପଢ଼ନ୍ତୁ: ଦକ୍ଷିଣ ଓଡ଼ିଶାରେ ପ୍ରଳୟ ରଚିଛି ଲଗାଣ ବର୍ଷା


ଭୀଷଣ ବାତ୍ୟା "ଶକ୍ତି" ଏବେ ଦ୍ଵାରକା ଠାରୁ ପଶ୍ଚିମରେ ୪୨୦ କିଲୋମିଟର ଏବଂ ପୋରବନ୍ଦର ଠାରୁ ପଶ୍ଚିମରେ ୪୮୦ କିଲୋମିଟର ଦୂରରେ ରହିଛି । ୫ ତାରିଖ ବେଳକୁ ବାତ୍ୟା "ଶକ୍ତି" ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଆରବ ସାଗରରେ ପହଞ୍ଚିବ । ଏହା ପରେ ବାତ୍ୟା ଦିଗ ବଦଳାଇ ପୂର୍ବ-ଉତ୍ତରପୂର୍ବ ଦିଗକୁ ୬ ତାରିଖ ସକାଳେ ଅଗ୍ରସର ହୋଇ କ୍ରମଶଃ ଦୁର୍ବଳ ହୋଇଯିବ ।

Related Topics

Explore more stories

Sponsored
Odisha Weather Update: Heavy Rain, New Low Pressure in Bay of Bengal, Cyclone Shakti Intensifies | Argus News | Argus News