Odisha Weather / ୪୫ ଡିଗ୍ରୀ ମୁହାଁ ହେବ ପାରଦ; ତାତି ଭିତରେ ତାଣ୍ଡବ ରଚିବ କାଳବୈଶାଖୀ
·1 day ago·2 min read

Key Points
ରାଜ୍ୟରେ ଆହୁରି ବଢିବ ଦିନ ତାପମାତ୍ରା
ଏହାସହ କାଳବୈଶାଖୀ ପ୍ରଭାବ ଜାରି ରହିବ
ଏହାସହ କାଳବୈଶାଖୀ ପ୍ରଭାବ ଜାରି ରହିବ
ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛି ସାରା ଓଡ଼ିଶା । ପଶ୍ଚିମରୁ ଉପକୂଳ, ସବୁଠି ସମାନ ସ୍ଥିତି । ସକାଳ ୭ଟା ବାଜିଲେ ହିଁ ସହର ଗୁଡ଼ିକରେ ତାତି ଅସହ୍ୟ ହୋଇପଡ଼ୁଛି, ଯାହାଫଳରେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇଯାଇଛି । ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଦକ୍ଷିଣ-ପଶ୍ଚିମ ଦିଗରୁ ପବନ ପ୍ରବାହିତ ହେଉଥିବାରୁ ତାତିର ପ୍ରକୋପ ଏଭଳି ଭାବେ ଅନୁଭୂତ ହେଉଛି । ଆଗକୁ ତାପମାତ୍ରା ଆହୁରି ବଢିବା ସହିତ କାଳବୈଶାଖୀର ମଧ୍ୟ ସମ୍ଭାବନା ଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ପଢନ୍ତୁ ଏହି ଖବର: ଆସିପାରେ ସୁପର ଏଲ୍ ନିନୋ, ଦେଖା ଦେଇପାରେ ମରୁଡ଼ି ସ୍ଥିତି
ସେହିପରି ମୟୂରଭଞ୍ଜର କରଞ୍ଜିଆ ଅଞ୍ଚଳରେ ବି କାଳବୈଶାଖୀର ପ୍ରଳୟ । ସନ୍ଧ୍ୟାରେ ଆସିଥିବା ଝଡ଼ବର୍ଷା ଯୋଗୁଁ ୫୩ ନମ୍ବର ରାଜ୍ୟ ରାଜପଥର ରସମତଳାରୁ ମଣ୍ଡୁଆ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଛି । କେତେକ ସ୍ଥାନରେ ଚଳନ୍ତି ବାଇକ୍ ଓ ସାଇକେଲ୍ ଉପରେ ମଧ୍ୟ ଗଛ ଢଳି ପଡ଼ିଥିବା ସୂଚନା ମିଳିଛି । ଏହି କାରଣରୁ କରଞ୍ଜିଆ-ଠାକୁରମୁଣ୍ଡା ରାସ୍ତାର ଉଭୟ ପାର୍ଶ୍ୱ ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଛି ଏବଂ ଶତାଧିକ ଗାଡ଼ିମଟର ଅଟକି ରହିଛି ।
- ଆଗକୁ ଅସମ୍ଭାଳ ତାତି
- ତାତି ଭିତରେ ଆସନ୍ତା ୭ଦିନ କାଳବୈଶାଖୀ
- ଗତକାଲି ରାଜ୍ୟରେ କାଳବୈଶାଖୀର ତାଣ୍ଡବ
ପଢନ୍ତୁ ଏହି ଖବର: ଆସିପାରେ ସୁପର ଏଲ୍ ନିନୋ, ଦେଖା ଦେଇପାରେ ମରୁଡ଼ି ସ୍ଥିତି
ସେହିପରି ମୟୂରଭଞ୍ଜର କରଞ୍ଜିଆ ଅଞ୍ଚଳରେ ବି କାଳବୈଶାଖୀର ପ୍ରଳୟ । ସନ୍ଧ୍ୟାରେ ଆସିଥିବା ଝଡ଼ବର୍ଷା ଯୋଗୁଁ ୫୩ ନମ୍ବର ରାଜ୍ୟ ରାଜପଥର ରସମତଳାରୁ ମଣ୍ଡୁଆ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଛି । କେତେକ ସ୍ଥାନରେ ଚଳନ୍ତି ବାଇକ୍ ଓ ସାଇକେଲ୍ ଉପରେ ମଧ୍ୟ ଗଛ ଢଳି ପଡ଼ିଥିବା ସୂଚନା ମିଳିଛି । ଏହି କାରଣରୁ କରଞ୍ଜିଆ-ଠାକୁରମୁଣ୍ଡା ରାସ୍ତାର ଉଭୟ ପାର୍ଶ୍ୱ ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଛି ଏବଂ ଶତାଧିକ ଗାଡ଼ିମଟର ଅଟକି ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories