Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Heavy Cold / ଓଃ କି ଶୀତ, ଥରୁଛି ଶ୍ରୀନଗର

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଓଃ କି ଶୀତ, ଥରୁଛି ଶ୍ରୀନଗର
Heavy Cold

Key Points

ହଠାତ୍‌ ବଦଳିଲା ପାଗ
ଶୀତରେ ଥରୁଛି ଉତ୍ତର ଭାରତ

ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରବଳ ଶୀତ ଅନୁଭୂତ ହେଲାଣି। ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା । ବାହାରକୁ ବାହାରିବା ବେଳେ ଶୀତ ବସ୍ତ୍ର ପିନ୍ଧିବା ସହ ନିଆଁ ଲଗାଇ ସମସ୍ତେ ପୁଆଁଉଛନ୍ତି। ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ଦିଲ୍ଲୀରେ ଶୀତ ବଢ଼ିବା ସହ ବାୟୁ ଗୁଣବତ୍ତା ମାନ ଅତ୍ୟନ୍ତ ନିକୃଷ୍ଟ ଥିବାରୁ ସମସ୍ୟା ବଢ଼ିବାରେ ଲାଗିଛି। ତେବେ କଶ୍ମୀର ଆକାଶରେ ବାଦଲ ଥିବାରୁ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶ୍ରୀନଗର ତାପମାତ୍ରା ଗୁରୁବାର ରାତିରେ ୪ ଡିଗ୍ରୀ ରେକର୍ଡ କରାଯାଇଛି। ଯାହାକି ପୂର୍ବ ତୁଳନାରେ ଅଧିକ ଶୀତ ରହିଛି । ରାଜସ୍ଥାନରେ ତାପମାତ୍ରା ସର୍ବନିମ୍ନ ରହିଛି।

ଶୁକ୍ରବାର ସକାଳେ ସିକର ଜିଲ୍ଲାର ଫତେପୁରରେ ତାପମାତ୍ରା ୧.୯ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ସେଠାର ୭ଟି ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ସିକରରେ ହାରାହାରି ତାପମାତ୍ରା ୩ ଡିଗ୍ରୀ ହୋଇଥିବା ବେଳେ ନାଗୌରରେ ୩.୧, ଲୁଙ୍କାରନସରରେ ୩.୨, ଚୁରୁରେ ୪.୫ ଏବଂ ପିଲାନିରେ ୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ପଞ୍ଜାବ ଓ ହରିୟାଣାରେ ହାଡ଼ଥରା ଶୀତ ଲାଗି ରହିଛି। ଉଭୟ ରାଜ୍ୟର ରାଜଧାନୀ ଚଣ୍ଡିଗଡ଼ ତାପମାତ୍ରା ୬.୧ ଡିଗ୍ରୀ ରେକର୍ଡ କରାଯାଇଛି।ଉତ୍ତର ଭାରତରେ ଶୀତର ପ୍ରକୋପ ବଢିବାରେ ଲାଗିଛି। ଆଗାମୀ ଦୁଇ ଦିନରେ ଶୀତର ପ୍ରକୋପ ଆହୁରି ବଢିବ ବୋଲି ଜଣାପଡିଛି। ଦିଲ୍ଲୀ, ହରିୟାଣା, ୟୁପି ସମେତ ଉତ୍ତର ଭାରତରେ ହାଡଭଙ୍ଗା ଶୀତର ଅନୁଭୂତ ହେଉଛି ।

ଏଥିସହ ପଢ଼ନ୍ତୁ: ଯାତ୍ରୀ ହନ୍ତସନ୍ତ, ୨୪x୭ ନଜର ରଖିବା ପାଇଁ କଣ୍ଟ୍ରୋଲ ରୁମ ଖୋଲିଲା ଇଣ୍ଡଗୋ

ସେପଟେ ଓଡ଼ିଶାରେ ମଧ୍ୟ ପ୍ରବଳ ଶୀତ ହେଉଛି। କନ୍ଧମାଳ ଜିଲ୍ଲାରେ ପାରଦ ତାଳମୁହାଁ । ଦାରିଙ୍ଗବାଡ଼ିରେ ପ୍ରବଳ ଜାଡ଼ ସହ ପ୍ରବଳ ଶୀତ ଅନୁଭୂତ ହେଉଛି ।ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଓ ଫୁଲବାଣୀରେ ୧୧ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ସୂଚନା ରହିଛି । ଗତ କିଛି ଦିନ ହେବ ପାରଦ ଖସିବାରେ ଲାଗିଛି l ପ୍ରବଳ ଜାଡ଼ ଯୋଗୁଁ ଲୋକେ ନିଆଁର ସାହାରା ନେଉଥିବା ଦେଖିବାକୁ ମିଳିଛି । ସକାଳୁ ଘନ କୁହୁଡ଼ି ଯୋଗୁଁ ରାସ୍ତା ଭଲରେ ଦୃଶ୍ୟମାନ ହେଉନାହିଁ । ଫଳରେ ଗାଡି ଚଳାଚଳରେ ବାଧା ସୃଷ୍ଟି ହେଉଛି । ରାଜ୍ୟରେ ଧିରେ ଧିରେ ପାରଦ କମିବା ସହିତ ଶୀତ ଫେରିଛି । ଦିନ ଏବଂ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ ପାଣିପାଗ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Heavy Cold | What a Freeze! Srinagar Shivers in Extreme Winter Cold | Argus News | Argus News