Cold Wave vs Low Pressure / ୧୯୯୯ ଭଳି ପୁଣି ଅକ୍ଟୋବରରେ ଦୁଇ ଦୁଇଟି ବଡ଼ ବାତ୍ୟା !
·7 months ago·2 min read

Key Points
ପୁଣି ଓଡ଼ିଶା ଛାତିରେ ବାତ୍ୟା ଛନକା ।
1999 ଭଳି ପୁଣି ଅକ୍ଟୋବରରେ ଦୁଇ ଦୁଇଟି ବାତ୍ୟା ଭୟ ।
ଆମେରିକୀୟ GFS ମଡେଲର ଆକଳନ ।
ଗୋଟିଏ ଆନ୍ଧ୍ର, ଆଉ ଗୋଟିଏ ହୋଇପାରେ ତାମିଲନାଡୁ ମୁହାଁ ।

ପୁଣି ଓଡ଼ିଶା ଛାତିରେ ବାତ୍ୟା ଛନକା । ପୁଣି ଅକ୍ଟୋବରରେ ଦୁଇ ଦୁଇଟି ବାତ୍ୟା ଭୟ । ୧୯୯୯ରେ ଏମିତି ଅକ୍ଟୋବର ମାସରେ ଦୁଇଟି ବାତ୍ୟା ଆସିଥିବା ବେଳେ ଏବେ ପୁଣି ୨୦୨୫ରେ ଅର୍ଥାତ୍ ୨୬ ବର୍ଷ ପରେ ଦୁଇଟି ବାତ୍ୟା ଏହି ଅକ୍ଟୋବର ମାସରେ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆମେରିକାର GFS ମଡେଲ ।
ଅକ୍ଟୋବର ମାସ ଓଡିଶା ପାଇଁ ବାତ୍ୟା ପ୍ରବଣ ମାସ ହୋଇଥିବାରୁ ବିଦେଶୀ ମଡେଲର ଆକଳନ ମନରେ ଭୟ ସୃଷ୍ଟି କରିଛି । ଆମେରିକୀୟ GFS ମଡେଲ୍ ଅନୁସାରେ ୨ଟି ବାତ୍ୟା ମଧ୍ୟରୁ ଗୋଟିଏ ବାତ୍ୟା ଆନ୍ଧ୍ରପ୍ରଦେଶ ମୁହାଁ ହୋଇପାରେ। ଅନ୍ୟ ଗୋଟିଏ ବାତ୍ୟା ତାମିଲନାଡୁ ମୁହାଁ ହୋଇପାରେ। ୧୯୯୯ ମହାବାତ୍ୟା ଭଳି ଓଡ଼ିଶାମୁହାଁ ହେଉଥିବା ଆକଳନ କରାଯାଇଛି । ତେବେ ଏହି ବାତ୍ୟା ଭୟ ଭିତରେ ଅର୍ଗସକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି- ଓଡ଼ିଶାକୁ ବାତ୍ୟା ୱାର୍ଣ୍ଣିଂ ନାହିଁ।
ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଯାହା ପୂର୍ବାନୁମାନ କରାଯାଇଛି ସେ ଅନୁସାରେ ଆସନ୍ତା ୨୧ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୨୩ ତାରିଖ ସକାଳ ସୁଦ୍ଧା ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।
ଏହା ତାମିଲନାଡୁ, ପୁଡୁଚେରୀ ଓ ନିକଟସ୍ଥ ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡ଼କୁ ଆଗେଇବ । ପ୍ରଭାବରେ ୨୧ ତାରିଖରୁ ଦକ୍ଷିଣ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ପବନର ଗତି ୩୦ରୁ ୪୦ କିମି ପବନ ବହିପାରେ । ୨୨ରେ ଏହା କ୍ରମଶ ବଢ଼ି ଘଣ୍ଟା ପ୍ରତି ୪୦ରୁ ୫୦ ଓ ୨୩ ତାରିଖରେ ୪୫ରୁ ୫୫କିମି ପବନ ବହିବାର ଆଶଙ୍କା କରାଯାଉଛି । ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଦକ୍ଷିଣ ବଙ୍ଗୋପସାଗର, ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଥିବା ମତ୍ସ୍ୟଜୀବୀ ଅକ୍ଟୋବର ୨୧ ତାରିଖ ସୁଦ୍ଧା ଉପକୂଳକୁ ଫେରି ଆସିବା ଉଚିତ । ଏଥିସହ ୨୧ ତାରିଖରୁ ଦକ୍ଷିଣ ବଙ୍ଗୋପସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗରକୁ ପ୍ରବେଶ କରିବା ଉଚିତ ନୁହେଁ । କାରଣ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ।
ଏଥି ସହ ପଢ଼ନ୍ତୁ: ଦୀପାବଳିରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
ଯେହେତୁ ରାଜ୍ୟରୁ ଗତ ୧୬ ତାରିଖରୁ ମୌସୁମୀ ଅପସାରଣ କରିଛି। ଅକ୍ଟୋବର ମାସକୁ ବାତ୍ୟା ମାସ ବୋଲି କୁହାଯାଏ, ଏବଂ ଏବେ ବଙ୍ଗୋପସାଗରରେ ପୁଣି ଥରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, ତେଣୁ ବାତ୍ୟାର ଭୟ ବଢ଼ିଛି । ଏହି ସିଷ୍ଟମ୍ କେତେ ଘନୀଭୂତ ହେବ, କେଉଁ ଦିଗକୁ ଗତି କରିବ ଏବଂ କେଉଁ ଉପକୂଳ ଦେଇ ଅତିକ୍ରମ କରିବ ତାହା ପରବର୍ତ୍ତୀ ଦିନମାନଙ୍କରେ ସ୍ପଷ୍ଟ ହେବ।
ମୌସୁମୀ ପ୍ରତ୍ୟାହାର ପରେ ବଙ୍ଗୋପସାଗରରେ ସିଷ୍ଟମ୍ଗୁଡ଼ିକ ଅଧିକ ଘନୀଭୂତ ହେବା ପାଇଁ ପରିବେଶ ସହାୟକ ହୋଇଥାଏ ଓ ପୂର୍ବ ବର୍ଷ ମାନଙ୍କରେ ଅର୍ଥାତ୍ ଓଡ଼ିଶା ୧୯୯୯ରେ ସୁପର ସାଇକ୍ଲୋନ ସମ୍ମୁଖୀନ ହୋଇଥିଲା । ସେହିପରି ୨୦୦୯ ଅଇଲା, ୨୦୧୮ର ତିତିଲି, ୨୦୨୧ରେ ଗୁଲାବ ଏବଂ ଜୱାଦ, ୨୦୨୨ର ଅସାନି ଭଳି ବାତ୍ୟା ସୃଷ୍ଟି ହୋଇଛି । ବାତ୍ୟା ଭୟ ଅଧିକ ରହିଛି ।
ଅଧିକ ପଢ଼ନ୍ତୁ ପାଣିପାଗ ସମ୍ପର୍କିତ ଖବର ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories