Heatwave Alert / ଧୋକା ଦେବ ମୌସୁମୀ: ଆସନ୍ତା ୭ ଦିନ ଅସମ୍ଭାଳ ତାତି, ଜଳିବ ଓଡ଼ିଶା !
·5 months ago·2 min read

Key Points
ଏଥର ଧୋକା ଦେବ ମୌସୁମୀ
ଆସନ୍ତା ୭ ଦିନ ସାବଧାନ
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ୱାର୍ଣ୍ଣିଂ

ବୈଶାଖର ଆରମ୍ଭରୁ ଟାଇଁ ଟାଇଁ ଖରା ସହ ଆକାଶରୁ ଅଗ୍ନି ବର୍ଷୁଥିବା ବେଳେ ଜଳୁଛି ପଶ୍ଚିମରୁ ଉପକୂଳ। ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରୁଥିବା ବେଳେ ୧୬ ରୁ ୨୦ ଯାଏ ତାତିରୁ ନାହିଁ ତ୍ରାହି। ୫ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି ହୋଇଥିବା ବେଳେ ୪୫ ଡିଗ୍ରୀ ଛୁଇଁପାରେ ରାଜ୍ୟର ତାପମାତ୍ରା ବୋଲି ଆକଳନ କରିଛି ପାଣିପାଗ ବିଭାଗ।ହିଟ୍ ଓ୍ବେଭ୍’ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ବେଳେ ପ୍ରବଳ ଖରା ଓ ଗୁଳୁଗୁଳୁ ପାଇଁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
ତେବେ ଉପକୂଳରୁ ଉପାନ୍ତ ସବୁଠି ତାତି ରାଜ କରୁଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡ଼ିଶାର ୧୧ ଜିଲ୍ଲା ଗଂଜାମ,ଗଜପତି ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ରେ ଅସହ୍ୟ ଗରମ ସହ ଗୁଳୁଗୁଳି ର ସମ୍ଭାବନା ଥିବା ବେଳେ ଜିଲାଗୁଡ଼ିକୁ ଉଷ୍ମ ଓ ଆଦ୍ର ସ୍ଥିତି କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ସମାନ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ଚେତାବନୀ ରହିଛି । ୧୬ ତାରିଖରୁ ଗ୍ରୀଷ୍ମ ପ୍ରବାହ ଜାରି ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାର ୪ ଜିଲ୍ଲା ବଲାଙ୍ଗୀର, ସୋନପୁର ,ଝାରସୁଗୁଡା ଓ ସମ୍ବଲପୁର କୁ ଗ୍ରୀଷ୍ମ ପ୍ରବାହ ବା ହଟ ୱେବ ସହ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାରେ ଉଷ୍ମ ଓ ଆଦ୍ର ସ୍ଥିତି କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।
୨୦ ଯାଏ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ସେପଟେ ହିଟ୍ ଓ୍ବେଭ ଏବଂ ଅଶୁଂଘାତ ଜନିତ ବିପଦରୁ ରକ୍ଷା ପାଇବା ପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଲୋକଙ୍କୁ ସତର୍କ ଓ ସୁରକ୍ଷିତ ରହିବା ପାଇଁ ନିବେଦନ କରାଯାଇଛି। ଏପଟେ ଗତ ୨୪ ଘଣ୍ଟାରେ ୬ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ଟିଟିଲାଗଡ଼ ରେ ସର୍ବାଧିକ ତାପମାତ୍ରା ୪୧.ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ୩୫.୩ ଓ କଟକରେ ୩୫.୮ ଡିଗ୍ରୀ ରହିଥିଲା ।
ଏଥିସହ ପଢ଼ନ୍ତୁ: ଚଳିତ ବର୍ଷ ମୌସୁମୀ ଋତୁରେ ହେବ ସ୍ଵାଭାବିକ ଠାରୁ କମ୍ ବର୍ଷା; ପ୍ରଭାବିତ ହେବ କି ଓଡ଼ିଶା ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଜଳିବ ଓଡ଼ିଶା । ତାତିରୁ ନିସ୍ତାର ନାହିଁ। ଉପକୂଳବର୍ତ୍ତୀ ଅଞ୍ଚଳ ଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡିଶା ସବୁଠି ଗରମ ଓ ଅସହନୀୟ ଗୁଳୁଗୁଳି ଅନୁଭଵ ହେବ । ଆସନ୍ତା ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ପ୍ରଭାବ ରହିବ ବୋଲି ଚେତାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କେନ୍ଦ୍ର ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।
ସେପଟେ ଚଳିତ ବର୍ଷ ଓଡ଼ିଶାବାସୀଙ୍କ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ, ୨୦୨୬ରେ ମୌସୁମୀ ଋତୁରେ ଓଡ଼ିଶାର ଅଧିକାଂଶ ଭାଗରେ ସ୍ୱାଭାବିକଠାରୁ କମ ବର୍ଷା ହୋଇପାରେ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର:

Related Topics
Explore more stories