|
logo
Live

Argus News - ଚଳିତ ବର୍ଷ ମୌସୁମୀ ଋତୁରେ ହେବ ସ୍ଵାଭାବିକ ଠାରୁ କମ୍ ବର୍ଷା; ପ୍ରଭାବିତ ହେବ କି ଓଡ଼ିଶା ?

Weather & Calamities

Less Rain This Year / ଚଳିତ ବର୍ଷ ମୌସୁମୀ ଋତୁରେ ହେବ ସ୍ଵାଭାବିକ ଠାରୁ କମ୍ ବର୍ଷା; ପ୍ରଭାବିତ ହେବ କି ଓଡ଼ିଶା ?

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଚଳିତ ବର୍ଷ ମୌସୁମୀ ଋତୁରେ ହେବ ସ୍ଵାଭାବିକ ଠାରୁ କମ୍ ବର୍ଷା; ପ୍ରଭାବିତ ହେବ କି ଓଡ଼ିଶା ?
Less Rainfall This Monsoon

Key Points

କମ୍ ବର୍ଷା ସମ୍ଭାବନା ଥିବାରୁ ଏହାକୁ ନେଇ ଯୋଜନା କରିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି । ଏହାର ପ୍ରଭାବ ବିଶେଷ ଭାବେ ଓଡ଼ିଶାରେ ପଡ଼ିବ ନାହିଁ ।
ନୂଆଦିଲ୍ଲୀ: ଚଳିତ ମୌସୁମୀ ଋତୁରେ କମ୍ ବର୍ଷା ହେବ । ସ୍ଵାଭାବିକ ଠାରୁ ୮ ପ୍ରତିଶମ କମ୍ ବର୍ଷା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ନେଇ ସୂଚନା ଦେଇଛନ୍ତି ଆଏମଡି ଡିଡି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ।

ସେ କହିଛନ୍ତି, "ଚଳିତ ବର୍ଷ ସ୍ଵାଭାବିକ ଠାରୁ କମ୍‌ ବର୍ଷା ନେଇ ଆକଳନ ହୋଇଛି । ସ୍ଵାଭାବିକଠୁ କମ୍ ଅର୍ଥାତ ୯୨% ବର୍ଷା ହେବ ବୋଲି ପୂର୍ବନୁମାନ କରାଯାଇଛି । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ଋତୁରେ କମ୍‌ ବର୍ଷା ଆକଳନ କରାଯାଇଛି । ଏ ବର୍ଷ ୮୭% ରୁ ୯୭ ପ୍ରତିଶତ ମଧ୍ୟରେ ବର୍ଷା ହେବାର ଅନୁମାନ କରାଯାଉଛି ।"

ଏଥିସହ ପଢ଼ନ୍ତୁ: ସିଝିବ ଓଡ଼ିଶା, ଅସ୍ତବ୍ୟସ୍ତ କରିବ ଖରା; ସପ୍ତାହେ ପର୍ଯ୍ୟନ୍ତ ଅସହ୍ୟ ତାତି ସହ ଗୁଳୁଗୁଳି

ଓଡ଼ିଶା ଉପରେ ପ୍ରଭାବ

କମ୍ ବର୍ଷା ସମ୍ଭାବନା ଥିବାରୁ ଏହାକୁ ନେଇ ଯୋଜନା କରିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି । ଏହାର ପ୍ରଭାବ ବିଶେଷ ଭାବେ ଓଡ଼ିଶାରେ ପଡ଼ିବ ନାହିଁ । ଦକ୍ଷିଣ ଓଡ଼ିଶାରେ ସ୍ୱାଭାବିକ ବର୍ଷା ହେବ କିନ୍ତୁ ଉତ୍ତର ଓଡ଼ିଶାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇପାରେ ବୋଲି ବର୍ତ୍ତମାନ ଆକଳନ କରାଯାଇଛି ।

ଏଲିନୋ ବର୍ତ୍ତମାନ ନିରପେକ୍ଷ ଭାବେ ଗତି କରୁଛି ଅର୍ଥାତ ଜୁନ୍ ପର୍ଯ୍ୟନ୍ତ ମୌସୁମୀ ବର୍ଷା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଜୁଲାଇ ମାସରୁ ଏଲିନୋ ପ୍ରଭାବ ପଡ଼ିବ । ଯାହା ଫଳରେ ମୌସୁମୀ ବର୍ଷା କମିବାର ସମ୍ଭାବନା ରହିଛି । ଅଗଷ୍ଟ, ସେପ୍ଟେମ୍ବର ଏହାକୁ ପ୍ରତିହତ କରିଲା ପରି ସମ୍ଭାବନା ସୃଷ୍ଟି ହୋଇପାରେ ।

ୟୁରୋପରେ ତୁଷାର ପାତ/ବରଫ ପଡ଼ିବାର ପରିମାଣ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ କମ୍ ରହିଛି । ସାଧାରଣତଃ ଏହା କମ୍ ହେଲେ ମୌସୁମୀରେ ବର୍ଷା ଅଧିକ ହୋଇଥାଏ । ତେଣୁ ଏହା ମୌସୁମୀ ଋତୁ ପାଇଁ ଏକ ସକାରାତ୍ମକ ଦିଗ ଅଟେ ।

ଏଥିସହ ପଢ଼ନ୍ତୁ: ଆସନ୍ତା ୨୪ ଘଣ୍ଟା ବର୍ଷା; ଦିନକ ପରେ ଗୁଳୁଗୁଳିରେ ଘାଣ୍ଟି ହେବ ଓଡ଼ିଶା

ମେ ମାସରେ ଆହୁରି ଅଧିକ ତଥ୍ୟ ମିଳିବ ତେଣୁ ସେ ସମୟରେ ଆହୁରି ସ୍ପଷ୍ଟ ଭାବେ ରାଜ୍ୟ ଗୁଡ଼ିକ ଉପରେ ମୌସୁମୀର ପ୍ରଭାବ ନେଇ ଆକଳନ କରିହେବ ବୋଲି କହିଛନ୍ତି ଆଇଏମଡି ନିର୍ଦ୍ଦେଶକ ।

ଏବେ ଆଗାମୀ ୧୫ ଦିନ ମଧ୍ୟରେ ଓଡ଼ିଶାକୁ କୌଣସି ବାତ୍ୟାର ସମ୍ଭାବନା ନାହିଁ । ମେ ମାସରେ ପ୍ରାୟତଃ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇଥାଏ ଏବଂ ତାହା କେବଳ ୧୫ ଦିନ ପୂର୍ବରୁ ପୁର୍ବୁନମାନ କରି କୁହାଯାଇ ପାରେ ବୋଲି ଆଇଏମଡି ନିର୍ଦ୍ଦେଶକ କହିଛନ୍ତି ।

ସାଧାରଣତଃ ଏଲ-ନିନୋ ପ୍ରଭାବରେ ବର୍ଷା କମ୍ ହୋଇଥାଏ । ୨୦୨୩ରେରେ ଏଲ-ନିନୋ ପ୍ରଭାବରେ ୯୫% ବର୍ଷା ହୋଇଥିଲା । ସେହିଭଳି ୨୦୦୯ରେ ୮୧.୭ ପ୍ରତିଶତ ଏବଂ ୨୦୧୫ପେ ୮୭.୩ ପ୍ରତିଶତ ବର୍ଷା ରେକର୍ଡ କରାଯାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Less Rain This Year: ଚଳିତ ବର୍ଷ ମୌସୁମୀ ଋତୁରେ ହେବ ସ୍ଵାଭାବିକ ଠାରୁ କମ୍ ବର୍ଷା; ପ୍ରଭାବିତ ହେବ କି ଓଡ଼ିଶା ? | Argus News