Videos
|
Weather-calamities

Malkangiri / ହାଇଆଲର୍ଟରେ କୋରାପୁଟ,ମାଲକାନଗିରି ଏବଂ କଳାହାଣ୍ଡି

Smruti Parija
Browse all articles by Smruti Parija
·11 months ago·2 min read
ହାଇଆଲର୍ଟରେ କୋରାପୁଟ,ମାଲକାନଗିରି ଏବଂ କଳାହାଣ୍ଡି

Key Points

ପ୍ରବଳ ବର୍ଷା ଓ ଘଡଘଡି ସାଙ୍ଗକୁ ବିଜୁଳି ମାରିବା ସମ୍ଭାବନା

ଆସନ୍ତାକାଲି ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଶିକ୍ଷା ଅନୁଷ୍ଠାନ ଛୁଟି

28 ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପ୍ରବଳ ବର୍ଷା ଓ ଘଡଘଡି ସାଙ୍ଗକୁ ବିଜୁଳି ମାରିବା ସମ୍ଭାବନା ଓ କୁନି କୁନି ଛାତ୍ରଛାତ୍ରୀଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି।


ମକାନଗିରି ଜିଲ୍ଲା କୁ ଲଘୁଚାପ ଭୟ ଥିବାରୁ ଆସନ୍ତାକାଲି ଜିଲ୍ଲାପାଳ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷା ଅନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି । ଏତିକି ବେଳେ ଆଗାମୀ 28 ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରଯାଇଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ନିମନ୍ତେ ଜିଲ୍ଲାର ସମସ୍ତ ତହସିଲ ଓ ବ୍ଲକ କାର୍ଯ୍ୟାଳୟର କର୍ମଚାରୀଙ୍କୁ ହାଇଆଲର୍ଟରେ ରଖାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର


ତେବେ ପାଗର ସାମାନ୍ୟ ପରିବର୍ତ୍ତନ ହୋଇଥିବାବେଳେ ଜିଲ୍ଲାରେ ଭୟର ବାତାବରଣ ଦୂର ହୋଇଛି । ତେବେ ସରକାରୀ ଓ ବେସରସକାରୀ ଶିକ୍ଷା ଅନୁଷ୍ଠାନରେ ଛାତ୍ରଛାତ୍ରୀ ଆସିନଥିବାବେଳେ ବିଧ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟରେ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି । ସମ୍ଭାବ୍ୟ ପରସ୍ଥତିକୁ ମୁକାବିଲା ପାଇଁ ବ୍ଲକ, ତହସିଲ ଓ ପୋଲିସ ପ୍ରଶାସନ ସଜାଗ ଥିବାର ଜଣାପଡିଛି । ଏହାସହ ନଦୀ ନାଳକୁ ନ ଯିବା ପାଇଁ ପ୍ରଶାସନ ଲୋକଙ୍କୁ ବାରଣ କରିବା ସହ 326 ଜାତୀୟ ରାଜପଥ ଉପରେ ଥିବା ଖାଲୁଆ ବ୍ରିଜ ଉପରେ ପୋଲିସ କଡା ନଜର ରଖିଛି ।


ଆକଳନ ଅନୁସାରେ ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାରେ ବର୍ଷାର କୌଣସି ସମ୍ଭାବନା ନଥିବାବେଳେ ଆଜି ସକାଳୁ ପାଗ ହାଲୁକା ମେଘୁଆ କରିଥିବାବେଳେ ମଧ୍ୟାହ୍ନରେ ଖରା ହୋଇଥିଲା । ତେବେ ମହାରାଷ୍ଟ୍ର, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଥିବାବେଳେ ମୋଟୁ ପ୍ରତି ବିପଦ ଦେଖାଦେଇଛି । ଭଦ୍ରାଞ୍ଚଳମ ଠାରେ ଗୋଦାବରୀ ନଦୀ ଦିନ 12 ଟା ସୁଦ୍ଧା ଏକ ନମ୍ବର ବିପଦ ସଙ୍କେତ ଅର୍ଥାତ 43 ଫୁଟ ଅତିକ୍ରମ କରିଥିବାବେଳେ ଆଜି ସନ୍ଧ୍ୟା ସୁଦ୍ଧା ଦୁଇ ନମ୍ବର ବିପଦ ସଙ୍କେତ ଅର୍ଥାତ୍ 48 ଫୁଟ ଅତିକ୍ରମ କରିବ ବୋଲି ଆଶଙ୍କା କରାଯାଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଯଦି ଏଭଳି ବର୍ଷା ଲାଗି ରହେ ତେବେ 2022 ଭଳି ପୁନର୍ବାର ମୋଟୁରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି ।


ଆହୁରି ପଢନ୍ତୁ ଅକ୍ଟୋବର ୧ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା; ରେଡ୍ ଆଲର୍ଟ ପରେ ବ୍ରହ୍ମପୁରରେ ୩ ମନ୍ତ୍ରୀଙ୍କ ଡେରା


ପ୍ରବଳ ବର୍ଷା ପାଇଁ ମାଲକାନଗିରି ଜିଲ୍ଲାକୁ ସର୍ତକ ସୂଚନା ମିଳିଥିବାବେଳେ ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ତେବେ ପଡୋଶୀ ରାଜ୍ୟରେ ଯଦି ବର୍ଷା ଏଭଳି ଲାଗି ରହେ ତାହାଲେ ମାଲକାନଗିରି ଜିଲ୍ଲାର ମୋଟୁକୁ ବନ୍ୟା ବିପଦ ସୃଷ୍ଟି ହେବ ।


ସେହିପରି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିକୁ ନେଇ କଳାହାଣ୍ଡି ଜିଲ୍ଲା ରେଡ୍ ଜୋନରେ ଥିବା କାରଣରୁ ଜିଲ୍ଲାପାଳ, ସମସ୍ତ ଅଧିକାରୀ କର୍ମଚାରୀଙ୍କ ୨୮ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରିଛନ୍ତି ।ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୁଷ୍ଟିରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି।

Related Topics

Explore more stories