Odisha Weather News / ଆଣ୍ଡାମାନ ସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ନେବ ଲଘୁଚାପ ରୂପ… ୧୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା
·1 hour ago·2 min read

Key Points
ରାଜ୍ୟରୁ ଶୀଘ୍ର ବିଦାୟ ନେବାକୁ ଯାଉଛି ମୌସୁମୀ
ରାଜ୍ୟରୁ ଶୀଘ୍ର ବିଦାୟ ନେବାକୁ ଯାଉଛି ମୌସୁମୀ। ଗତକାଲି ରାଜ୍ୟର ଆହୁରି କିଛି ଅଞ୍ଚଳରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇଥିବା ବେଳେ, ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଦେଶ ସମେତ ରାଜ୍ୟର ଅବଶିଷ୍ଟ ଅଞ୍ଚଳରୁ ଏହା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାବର୍ତ୍ତନ କରିବ। ସେପଟେ ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଥିବା ବେଳେ ଆଜି ଏହା ଲଘୁଚାପର ରୂପ ନେବ। ତେବେ ଏହା ଅଧିକ ଘନୀଭୂତ ହେବ କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପରିସ୍ଥିତି ଅଧିକ ଅନୁକୂଳ ନଥିବାରୁ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍ ରହିଛି ଏବଂ ଓଡ଼ିଶା ଉପରେ କୌଣସି ବାତ୍ୟା ଆଶଙ୍କା ନାହିଁ ବୋଲି ପ୍ରାଥମିକ ଆକଳନ କରାଯାଇଛି।
ବର୍ତ୍ତମାନ ରାଜ୍ୟରେ କୌଣସି ବର୍ଷାର ସତର୍କତା ନଥିଲେ ମଧ୍ୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣର ୧୫ଟି ଜିଲ୍ଲା ଯଥା- ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଅକ୍ଟୋବର ୧୭ ଏବଂ ୧୮ ତାରିଖରେ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ପଶ୍ଚିମ ଓଡ଼ିଶାରେ ବଡ଼ ଧରଣର ବର୍ଷାର ସମ୍ଭାବନା କମ୍ ଥିବାବେଳେ ଦଶହରା ସମୟରେ ପାଗ ଅପେକ୍ଷାକୃତ ଶୁଖିଲା ରହିବାର ସମ୍ଭାବନା ଅଧିକ ଅଛି। ଅନ୍ୟପଟେ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ୭ ଦିନ ମଧ୍ୟରେ ଦିନ ଓ ରାତ୍ରି ତାପମାତ୍ରାରେ କୌଣସି ବଡ଼ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।
ଏଥି ସହ ପଢନ୍ତୁ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ଆସନ୍ତା ୨୪ ଘଣ୍ଟାରେ ବର୍ଷା; ଭିଜିବ କି ଦଶହରା ?
ସେହିପରି ଦିଲ୍ଲୀ-ଏନସିଆରରେ ପାଗ ପରିବର୍ତ୍ତନ ହୋଇଛି। ଗତକାଲି ରାତି ଏବଂ ସକାଳେ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି। ଆସନ୍ତାକାଲି ରାଜଧାନୀରେ ମଧ୍ୟ ବର୍ଷା ହେବାର ସମ୍ଭାବନା ଅଛି। ଏହି ବର୍ଷା ଏବଂ ଥଣ୍ଡା ପବନ ଯୋଗୁଁ ତାପମାତ୍ରା ହଠାତ୍ ହ୍ରାସ ପାଇଛି ଏବଂ ସକାଳ ଏବଂ ସନ୍ଧ୍ୟାରେ ସାମାନ୍ୟ ଥଣ୍ଡା ଅନୁଭୂତ ହେବା ଆରମ୍ଭ ହୋଇଛି। କାଲି ସର୍ବାଧିକ ତାପମାତ୍ରା ୩୩ରୁ ୨୪ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ, ଆର୍ଦ୍ରତା 80 ରୁ 70 ପ୍ରତିଶତ ମଧ୍ୟରେ ରହିବ। ଆଂଶିକ ମେଘୁଆ ଆକାଶ ହେବ, କିଛି ସ୍ଥାନରେ ହାଲୁକା ବର୍ଷା ହେବ। ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି, ବିଜୁଳି ଏବଂ ୪୦-୫୦ କିମି/ଘଣ୍ଟା ବେଗରେ ପ୍ରବଳ ପବନ ବହିବାର ପୂର୍ବାନୁମାନ କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories