Videos
|
Weather-calamities

Odisha Weather Today / ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ଆସନ୍ତା ୨୪ ଘଣ୍ଟାରେ ବର୍ଷା; ଭିଜିବ କି ଦଶହରା ?

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ଆସନ୍ତା ୨୪ ଘଣ୍ଟାରେ ବର୍ଷା; ଭିଜିବ କି ଦଶହରା ?
Odisha Weather Today

Key Points

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ
ଭିଜିବ କି ପାର୍ବଣ ?
ଜାଣନ୍ତୁ କିପରି ରହିବ ପାଣିପାଗ
ଭୁବନେଶ୍ଵର: ରାଜ୍ୟରେ ବର୍ତ୍ତମାନ ବର୍ଷାର ପରିମାଣ କମ୍ ରହିଥିବାବେଳେ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା କିଛି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିପାରେ । ବିଶେଷକରି ଅକ୍ଟୋବର ୧୪ରୁ ଉପକୂଳ ଓଡ଼ିଶା ଏବଂ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ବଢ଼ିବାର ପୂର୍ବାନୁମାନ କରାଯାଇଛି । ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା "ଘୂର୍ଣ୍ଣିବଳୟ"। 

ଅକ୍ଟୋବର ୧୩ ତାରିଖରେ ନେବ "ଲଘୁଚାପ"ର ରୂପ । ଏହାର ପ୍ରଭାବରେ ଅକ୍ଟୋବର ୧୪ରୁ ୧୮ ତାରିଖ ମଧ୍ୟରେ ଓଡ଼ିଶାର ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ପ୍ରାୟତଃ ଶୁଖିଲା ରହିବ । କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । 

  • ଏହି ଜିଲ୍ଲାରେ ହେବ ବର୍ଷା
ମୌସୁମୀ ଅପସାରଣ ପ୍ରକ୍ରିୟା ଓ ଉତ୍ତର-ପୂର୍ବ ମୌସୁମୀର ସକ୍ରିୟତା ମଧ୍ୟରେ ଏହି ପାଣିପାଗ ପ୍ରଣାଳୀ ସୃଷ୍ଟି ହେବାକୁ ଯାଉଛି । ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍ ରହିଛି । ଓଡ଼ିଶା ଉପରେ ନାହିଁ ବାତ୍ୟା ଆଶଙ୍କା । କିନ୍ତୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷାର ପ୍ରଭାବ ଅପେକ୍ଷାକୃତ ଅଧିକ ରହିପାରେ । ବିଶେଷ କରି ଅକ୍ଟୋବର ୧୭ ଓ ୧୮ ତାରିଖରେ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାରେ ତୁଳନାତ୍ମକ ଭାବେ ବଡ଼ ଧରଣର ବର୍ଷାର ସମ୍ଭାବନା କମ ରହିଛି ।

ପଢନ୍ତୁ ଏହି ଖବର: ପୂରା ଲାଲ ହୋଇଗଲାଣି ପୃଥିବୀ; ଆସୁନି ଶୀତ, ବଢିଲା 'ସୁପର-ଡୁପର ଏଲ୍ ନିନୋ' ବିପଦ


  • ପାର୍ବଣରେ କେମିତି ରହିବ ପାଗ ?
ଦଶହରା ସମୟରେ ପାଗ ଅପେକ୍ଷାକୃତ ଶୁଖିଲା ରହିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ । ଆସନ୍ତା ୧୪ରୁ ୧୮ ତାରିଖ ଯାଏଁ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ । ଅନ୍ୟପଟେ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ ୭ ଦିନ ମଧ୍ୟରେ ଦିନ ଓ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ ସମ୍ଭାବନା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: