Videos
|
Weather-calamities

Heavy Rainfall Warning / ୨୮ ଅକ୍ଟୋବରରେ କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶ ଉପକୂଳରେ ଭୀଷଣ ବାତ୍ୟା ମାଡ଼ ହେବା ସମ୍ଭାବନା

Ritu Das
Browse all articles by Ritu Das
·56 mins ago·3 min read
୨୮ ଅକ୍ଟୋବରରେ କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶ ଉପକୂଳରେ ଭୀଷଣ ବାତ୍ୟା ମାଡ଼ ହେବା ସମ୍ଭାବନା
India

Key Points

୨୮ ଅକ୍ଟୋବରରେ ବାତ୍ୟା ଆଶଙ୍କା: ଆନ୍ଧ୍ରପ୍ରଦେଶର ୟାନାମ୍–କାକିନାଡ଼ା ଉପକୂଳ ଅତିକ୍ରମ କରିପାରେ ବାତ୍ୟା
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା
ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟାକୁ ନେଇ ଦକ୍ଷିଣ ଓଡ଼ିଶାରେ ଚିନ୍ତା ବଢ଼ିଛି। ପାଣିପାଗ ମଡେଲ୍‌ର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୮ ଅକ୍ଟୋବର ଭୋରରେ ବାତ୍ୟା ଆନ୍ଧ୍ରପ୍ରଦେଶର ୟାନାମ୍–କାକିନାଡ଼ା ଉପକୂଳ ଅତିକ୍ରମ କରିପାରେ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ଏବଂ ଝଟକା ପବନର ବେଗ ୧୨୫ରୁ ୧୪୦ କିଲୋମିଟର ରହିବାର ଆକଳନ କରାଯାଇଛି। ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଝଡ଼ ପବନ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଚାଷୀ ଓ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବା ସହ ଆବଶ୍ୟକ ସୁରକ୍ଷା ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ସମ୍ପର୍କରେ ସଦ୍ୟତମ ସରକାରୀ ପାଣିପାଗ ସୂଚନା ଉପରେ ନଜର ରଖିବା ଜରୁରୀ।

ଏଥି ସହ ପଢନ୍ତୁ:  ସୃଷ୍ଟି ହେଲା ବାତ୍ୟା “ଅର୍ଣ୍ଣବ”…ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ…୧୨୫ କିମିରୁ ୧୪୦ କିମି ପର୍ଯ୍ୟନ୍ତ ଝଟକା ପବନ ବହିବ

୧. ବାତ୍ୟାର ବର୍ତ୍ତମାନ ଅବସ୍ଥା ଓ ଗତି
ଗତକାଲିର ପୂର୍ବାନୁମାନ ଅନୁଯାୟୀ, ଗତ ରାତିରେ ବଙ୍ଗୋପସାଗରରେ ଥିବା ଅବପାତ ଏକ ବାତ୍ୟାରେ ପରିଣତ ହୋଇଛି। ଆଜି ସକାଳ ୫ଟା ୩୦ ମିନିଟ୍‌ରେ ବାତ୍ୟା କାକିନାଡ଼ାଠାରୁ ପ୍ରାୟ ୭୪୦ କିମି ପୂର୍ବରେ ଥିଲା। ସକାଳ ୮ଟା ୩୦ ମିନିଟ୍‌ରେ ଏହା ପ୍ରାୟ ୬୮୫ କିମି ଦୂରରେ ଥିବା ଆକଳନ କରାଯାଇଛି।
ବାତ୍ୟାର କେନ୍ଦ୍ର ଚାରିପଟେ ପବନର ବେଗ ଘଣ୍ଟାକୁ ୬୫ କିମି ଓ ଝଟକା ପବନ ୮୩ କିମି ରହିଛି। ବାତ୍ୟାର ଉତ୍ତର-ପଶ୍ଚିମ ପାର୍ଶ୍ୱରେ ପବନ ଅଧିକ ଜୋରରେ ବହୁଛି। ସମୁଦ୍ରରେ ଢେଉର ଉଚ୍ଚତା ପ୍ରାୟ ୩.୭ ମିଟର ରହିଛି। ଗତ ୬ ଘଣ୍ଟାରେ ବାତ୍ୟା ଘଣ୍ଟାକୁ ପ୍ରାୟ ୯ କିମି ବେଗରେ ପଶ୍ଚିମ ଦିଗକୁ ଗତି କରିଛି।

୨. ବାତ୍ୟା କେତେ ଶକ୍ତିଶାଳୀ ହେବ?
୨୬ ଅକ୍ଟୋବର: ଆଜି ସନ୍ଧ୍ୟା ସୁଦ୍ଧା ପବନର ବେଗ ଘଣ୍ଟାକୁ ୯୩ କିମି ଓ ଝଟକା ପବନ ୧୨୦ କିମି ହୋଇପାରେ। ଆଜି ରାତି କିମ୍ବା ଆସନ୍ତାକାଲି ସକାଳେ ଏହା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ।
୨୭ ଅକ୍ଟୋବର: ସକାଳେ ପବନର ବେଗ ଘଣ୍ଟାକୁ ୧୧୧ କିମି ଓ ଝଟକା ପବନ ୧୩୯ କିମି ହୋଇପାରେ।
ସନ୍ଧ୍ୟା ୫ଟା ୩୦ ମିନିଟ୍ ବେଳକୁ ବାତ୍ୟା ସବୁଠାରୁ ଅଧିକ ଶକ୍ତିଶାଳୀ ହେବା ସମ୍ଭାବନା ରହିଛି। ସେତେବେଳେ ପବନର ବେଗ ଘଣ୍ଟାକୁ ୧୨୦ କିମି ଓ ଝଟକା ପବନ ୧୪୮ କିମି ହୋଇପାରେ।
୨୮ ଅକ୍ଟୋବର: ଉପକୂଳ ନିକଟରେ ପହଞ୍ଚିବା ବେଳକୁ ବାତ୍ୟା ସାମାନ୍ୟ ଦୁର୍ବଳ ହେବ।
ଏହା ଭୀଷଣ ବାତ୍ୟା ଭାବେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ। ସେତେବେଳେ ପବନର ବେଗ ଘଣ୍ଟାକୁ ୧୦୦–୧୧୦ କିମି ଓ ଝଟକା ପବନ ୧୨୫–୧୪୦ କିମି ହୋଇପାରେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ଥଳଭାଗରେ ପ୍ରବେଶ କରିବା ପରେ ବାତ୍ୟା ଦୁର୍ବଳ ହେବ।
- ୨୮ ଅକ୍ଟୋବର ସନ୍ଧ୍ୟା: ପବନ ୭୪ କିମି, ଝଟକା ୯୩ କିମି।
- ୨୯ ଅକ୍ଟୋବର ସକାଳ: ପବନ ୫୬ କିମି, ଝଟକା ୭୪ କିମି।
୩. ବାତ୍ୟା କେଉଁଠି ଓ କେତେବେଳେ ସ୍ଥଳଭାଗ ଛୁଇଁବ?

ସମ୍ଭାବ୍ୟ ସ୍ଥାନ: ଆନ୍ଧ୍ରପ୍ରଦେଶର ୟାନାମ୍–କାକିନାଡ଼ା ଉପକୂଳ
ସମ୍ଭାବ୍ୟ ସମୟ: ୨୮ ଅକ୍ଟୋବର ଭୋର
- ଭୋର ୨ଟାରୁ ୫ଟା: ଉପକୂଳ ଅତିକ୍ରମ ଆରମ୍ଭ ହୋଇପାରେ
- ସକାଳ ୫ଟାରୁ ୯ଟା: ବାତ୍ୟାର କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ସ୍ଥଳଭାଗକୁ ପ୍ରବେଶ କରିପାରେ।
ବାତ୍ୟା ପ୍ରଥମେ ଘଣ୍ଟାକୁ ୧୭–୨୦ କିମି ବେଗରେ ପଶ୍ଚିମ ଦିଗକୁ ଗତି କରିବ। ଉପକୂଳ ନିକଟରେ ଏହାର ଗତି ଘଣ୍ଟାକୁ ପ୍ରାୟ ୭ କିମି ହୋଇପାରେ

୪. ସ୍ଥଳଭାଗ ଅତିକ୍ରମ ପରେ ବାତ୍ୟାର ଗତିପଥ
ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ପରେ ବାତ୍ୟା ଉତ୍ତର ଦିଗକୁ ଗତି କରି ଦକ୍ଷିଣ ଛତିଶଗଡ଼ ଆଡ଼କୁ ଯିବ
୨୯ ଅକ୍ଟୋବର ସକାଳ ୫ଟା ୩୦ ମିନିଟ୍ ସୁଦ୍ଧା ଏହାର କେନ୍ଦ୍ର ଓଡ଼ିଶା ସୀମାର ପଶ୍ଚିମରେ ଥିବା ସୁକମା–ବସ୍ତର ଅଞ୍ଚଳରେ ପହଞ୍ଚିପାରେ ସେତେବେଳେ ପବନର ବେଗ ଘଣ୍ଟାକୁ ପ୍ରାୟ ୫୬ କିମି ଓ ଝଟକା ପବନ ୭୪ କିମି ହୋଇପାରେ।

ବାତ୍ୟାର କେନ୍ଦ୍ର ଓଡ଼ିଶା ଭିତରକୁ ପ୍ରବେଶ କରିବା ସମ୍ଭାବନା ନାହିଁ
- ଗଞ୍ଜାମ, ଗଜପତି ଓ ମାଲକାନଗିରି: ଘଣ୍ଟାକୁ ୩୦–୪୫ କିମି
- ରାୟଗଡ଼ା ଓ କୋରାପୁଟ: ଘଣ୍ଟାକୁ ୨୫–୪୦ କିମି

୨୮ ଅକ୍ଟୋବର: ସବୁଠାରୁ ଅଧିକ ପବନ
ଜିଲ୍ଲା| ପବନର ବେଗ (କିମି/ଘଣ୍ଟା)| ଝଟକା ପବନ
ମାଲକାନଗିରି: ୪୦–୬୦।୭୦
କୋରାପୁଟ: ୩୫–୫୫।୬୫
ରାୟଗଡ଼ା: ୩୫–୫୦। ୬୦
ଗଜପତି: ୩୫–୫୦।୬୦
ଗଞ୍ଜାମ: ୩୦–୪୫।୫୫
ନବରଙ୍ଗପୁର: ୩୦–୪୫ ସ୍ଥାନେ ସ୍ଥାନେ ଅଧିକ

ବାତ୍ୟା ପାଇଁ ଚାଷୀମାନଙ୍କୁ ପାଇଁ ପରାମର୍ଶ ଜାରି
୨୭–୨୯ ଅକ୍ଟୋବରରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାର ଚାଷୀମାନେ ନିମ୍ନ ପଦକ୍ଷେପ ନିଅନ୍ତୁ।
୧. ଧାନ: ପାଚିଯାଇଥିବା ଧାନକୁ ସମ୍ଭବ ଓ ନିରାପଦ ହେଲେ ଶୀଘ୍ର କାଟି ନିଅନ୍ତୁ। କଟା ଧାନକୁ ବର୍ଷାରୁ ସୁରକ୍ଷିତ ରଖନ୍ତୁ।

୨. ଜଳ ନିଷ୍କାସନ: ଧାନ ଓ ପନିପରିବା ଜମିରୁ ପାଣି ବାହାରିବା ପାଇଁ ନାଳ ସଫା କରନ୍ତୁ।

୩. ଫଳ ଓ ପନିପରିବା: କଦଳୀ, ଅମୃତଭଣ୍ଡା ଗଛ ଓ ପନିପରିବା ମଞ୍ଚାକୁ ମଜଭୁତ କରନ୍ତୁ।

୪. ସାର ଓ କୀଟନାଶକ: ପ୍ରବଳ ବର୍ଷା ସମୟରେ ସାର, କୀଟନାଶକ ପ୍ରୟୋଗ ଓ ଜଳସେଚନ ବନ୍ଦ ରଖନ୍ତୁ।

୫. ଗୃହପାଳିତ ପଶୁ: ଗୋରୁଗାଈ ଓ ଅନ୍ୟ ପଶୁମାନଙ୍କୁ ନିରାପଦ ସ୍ଥାନରେ ରଖନ୍ତୁ। ଗୋଖାଦ୍ୟକୁ ବର୍ଷାରୁ ସୁରକ୍ଷିତ ରଖନ୍ତୁ।

୬. ପ୍ରବଳ ବର୍ଷା ଓ ପବନ ସମୟରେ ଚାଷ କାମ ବନ୍ଦ ରଖନ୍ତୁ। ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯାଆନ୍ତୁ ନାହିଁ।

ଜରୁରୀ କୃଷି ସୁରକ୍ଷା କାମ ୨୬ ଅକ୍ଟୋବର ସନ୍ଧ୍ୟା ସୁଦ୍ଧା, ନିରାପଦ ଭାବେ ଶେଷ କରନ୍ତୁ।

୭. ମୁଖ୍ୟ ସୂଚନା

୨୮ ଅକ୍ଟୋବର ଭୋରରେ ବାତ୍ୟା ଆନ୍ଧ୍ରପ୍ରଦେଶର ୟାନାମ୍–କାକିନାଡ଼ା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ସେତେବେଳେ ପବନର ବେଗ ଘଣ୍ଟାକୁ ୧୦୦–୧୧୦ କିମି ଓ ଝଟକା ପବନ ୧୨୫–୧୪୦ କିମି ହୋଇପାରେ। ଏହାପରେ ବାତ୍ୟା ଦୁର୍ବଳ ହୋଇ ଦକ୍ଷିଣ ଛତିଶଗଡ଼ ଆଡ଼କୁ ଗତି କରିବ।