|
logo
Live

Argus News - ପ୍ରବଳ ଗ୍ରୀଷ୍ମ ପ୍ରବାହ, ୨୧ ଯାଏଁ ସମସ୍ତ ସ୍କୁଲ-କଲେଜ ଛୁଟି

Weather & Calamities

Schools Closed / ପ୍ରବଳ ଗ୍ରୀଷ୍ମ ପ୍ରବାହ, ୨୧ ଯାଏଁ ସମସ୍ତ ସ୍କୁଲ-କଲେଜ ଛୁଟି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ପ୍ରବଳ ଗ୍ରୀଷ୍ମ ପ୍ରବାହ, ୨୧ ଯାଏଁ ସମସ୍ତ ସ୍କୁଲ-କଲେଜ ଛୁଟି
School Closed

Key Points

ବଲାଙ୍ଗିର ଜିଲ୍ଲାରେ ଆସନ୍ତା ୧୮ରୁ ୨୧ ସ୍କୁଲ ଛୁଟି ଘୋଷଣା
ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିଷ୍ପତ୍ତି
ପରେ ପରିସ୍ଥିତି ଦେଖି ଖରାଛୁଟି ନିଷ୍ପତ୍ତି ନେବ ପ୍ରଶାସନ
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗିରରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି । ସ୍କୁଲ ଓ କଲେଜ ସହ ତାଲିମ ପ୍ରତିଷ୍ଠାନ ବନ୍ଦ ରହିବ । ଏହା ପରେ ପରିସ୍ଥିତି ଦେଖି ପ୍ରଶାସନ ଖରା ଛୁଟି ନିଷ୍ପତ୍ତି ନେବ ।

ସେପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା । ଗତକାଲି ୧୪ ସହରରେ ଦିନ ତାପମାତ୍ରା ୪୦ ପାର୍ କରିଥିଲା । ୪୩.୭ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ପଶ୍ଚିମ ଓଡ଼ିଶାର ୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।

ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଲାଗି ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ପାରଦ ୪୫ ଡିଗ୍ରୀ ଟପିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଇଛି । ବିଶେଷକରି ଉପକୂଳ ଓ ପଶ୍ଚିମ ଓଡ଼ିଶାର ଲୋକେ ଗରମ ଗୁଳୁଗୁଳିରେ ସନ୍ତୁଳି ହେବେ ।

ଆସନ୍ତା ୨୪ ଘଣ୍ଟାରେ ୧୧ ଜିଲ୍ଲା ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ୧୮ ତାରିଖରୁ ପ୍ରବଳ ଖରା ଓ ଗରମ ପାଇଁ ବଲାଙ୍ଗୀର, ଝାରସୁଗୁଡା ଓ ସମ୍ବଲପୁରକୁ ହିଟ୍‌ଓ୍ବେଭ୍‌ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Schools Closed: ପ୍ରବଳ ଗ୍ରୀଷ୍ମ ପ୍ରବାହ, ୨୧ ଯାଏଁ ସମସ୍ତ ସ୍କୁଲ-କଲେଜ ଛୁଟି | Argus News