Bay of Bengal Cyclone / ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ! ୩ ତାରିଖରେ କରିବ ଲ୍ୟାଣ୍ଡଫଲ୍
·29 mins ago·2 min read

Key Points
ଯାଇନି ଅର୍ଣ୍ଣବ ଦାଗ ଡରାଇଲାଣି ମୁରାସୁ
ଦକ୍ଷିଣ ଓଡ଼ିଶାକୁ ପୁଣି ଏକ ସାଇକ୍ଲୋନ ଟେନସନ୍
ଆଜି ରାତି ସୁଦ୍ଧା ବାତ୍ୟାରେ ହୋଇପାରେ ପରିଣତ
ଦକ୍ଷିଣ ଓଡ଼ିଶାକୁ ପୁଣି ଏକ ସାଇକ୍ଲୋନ ଟେନସନ୍
ଆଜି ରାତି ସୁଦ୍ଧା ବାତ୍ୟାରେ ହୋଇପାରେ ପରିଣତ
ନଭେମ୍ବର ପହିଲାରୁ ଡ଼ରାଇଲାଣି ବାତ୍ୟା । ଅର୍ଣ୍ଣବ ଛାଡ଼ିଥିବା ଦାଗ ଏବେ ବି ସତେଜ ରହିଥିବା ବେଳେ ପୁଣି ଏକ ବାତ୍ୟା ଭୟ ଲୋକଙ୍କ ମନରେ ଛନକା ଭରିଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି । ଆଜି ଅପରାହ୍ନ ସୁଦ୍ଧା ଗଭୀର ଅବପାତ ଏବଂ ମଧ୍ୟରାତ୍ରି ରାତି ଏହା ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶ ଉପକୂଳ ପହଞ୍ଚିବା ଆକଳନ କରାଯାଉଛି । ବର୍ତ୍ତମାନ ଏହା ଚେନ୍ନାଇଠାରୁ ପ୍ରାୟ ୮୩୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବରେ, ବିଶାଖାପାଟଣାଠାରୁ ୮୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ, ମଚ୍ଛଲିପଟନମଠାରୁ ୯୦୦ କିଲୋମିଟର ଦକ୍ଷିଣ-ପୂର୍ବରେ ଏବଂ ଓଙ୍ଗୋଲଠାରୁ ୯୫୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବରେ ରହିଛି ।
ବାତ୍ୟାଟି ଦକ୍ଷିଣ ଆନ୍ଧ୍ରପ୍ରଦେଶର ନେଲୋର ଏବଂ ନରାସପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ଓଡ଼ିଶା ଆଡ଼କୁ ମୁହାଁଉନଥିଲେ ମଧ୍ୟ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଓ ପବନର ଆଶଙ୍କା ରହିଛି । ବିଶେଷ ଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ପାଇଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜରେ ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନର ବେଗ ଘଣ୍ଟାପ୍ରତି ୩୦ ରୁ ୪୦ କିମି ରହିବ । ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ତେବେ ଏହି ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୮୦ ରୁ ୯୦ ରହିବା ଅନୁମାନ କରାଯାଉଛି । ତେବେ ଝଟକା ପବନ ୧୦୦ କିଲୋମିଟର ରହିପାରେ । ଓଡ଼ିଶାରେ ପବନର ବେଗ ୫୦ ରୁ ୬୦ ରହିବା ବେଳେ ଝଟକା ପବନ ୭୦ କିଲୋମିଟର ଯାଏଁ ଯାଇପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ଏଥିଯୋଗୁଁ ୨ ରୁ ୪ ତାରିଖ ଯାଏଁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଛି ।

୨୨କିମି ବେଗରେ ଆଗକୁ ବଢୁଛି ଅବପାତ ବିଶାଖାପାଟନମ ଠାରୁ #୮୮୦କିମି ଏବଂ ଚେନ୍ନାଇ ଠାରୁ #୮୩୦କିମି ଦୂରରେ କେନ୍ଦ୍ରୀଭୂତ ଆଜି ବାତ୍ୟା ଆସନ୍ତା କାଲି ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା https://t.co/iC9OnMqjGD
— usd (@usd0705) November 1, 2026
ବାତ୍ୟାଟି ଦକ୍ଷିଣ ଆନ୍ଧ୍ରପ୍ରଦେଶର ନେଲୋର ଏବଂ ନରାସପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ଓଡ଼ିଶା ଆଡ଼କୁ ମୁହାଁଉନଥିଲେ ମଧ୍ୟ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଓ ପବନର ଆଶଙ୍କା ରହିଛି । ବିଶେଷ ଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ପାଇଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜରେ ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନର ବେଗ ଘଣ୍ଟାପ୍ରତି ୩୦ ରୁ ୪୦ କିମି ରହିବ । ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ତେବେ ଏହି ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୮୦ ରୁ ୯୦ ରହିବା ଅନୁମାନ କରାଯାଉଛି । ତେବେ ଝଟକା ପବନ ୧୦୦ କିଲୋମିଟର ରହିପାରେ । ଓଡ଼ିଶାରେ ପବନର ବେଗ ୫୦ ରୁ ୬୦ ରହିବା ବେଳେ ଝଟକା ପବନ ୭୦ କିଲୋମିଟର ଯାଏଁ ଯାଇପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ଏଥିଯୋଗୁଁ ୨ ରୁ ୪ ତାରିଖ ଯାଏଁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories