Videos
|
Weather-calamities

Cyclone Possibility / ପୂଜା ମଉଜ ଭିତରେ ବଢିଲାଣି ବାତ୍ୟା ଛନକା, ଅକ୍ଟୋବର ଶେଷ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା !

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ପୂଜା ମଉଜ ଭିତରେ ବଢିଲାଣି ବାତ୍ୟା ଛନକା, ଅକ୍ଟୋବର ଶେଷ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା !
Cyclone Possibility

Key Points

ଅକ୍ଟୋବର ଶେଷ ସୁଦ୍ଧା ବାତ୍ୟା ଆଶଙ୍କା !
ଆନ୍ଧ୍ର ସହ ଦକ୍ଷିଣ ଓଡ଼ିଶା ଉପରେ ନଜର
ଆସନ୍ତା ୨୨ ବେଳକୁ ଘୂର୍ଣ୍ଣବଳୟ ସୃଷ୍ଟି ହେବା ସମ୍ଭାବନା
ଅକ୍ଟୋବର ଶେଷ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ କି ? ଏହାର ଗତିପଥ କେଉଁ ଦିଗକୁ ରହିବ ? ଏଭଳି ଅନେକ ପ୍ରଶ୍ନ ଏବେ ଉଠୁଥିବାବେଳେ ବିଭିନ୍ନ ପାଣିପାଗ ମଡେଲ୍‌ର ଆକଳନ ଏହି ସମ୍ଭାବନାକୁ ନେଇ ଚର୍ଚ୍ଚା ବଢ଼ାଇଛି । ତେବେ ଏଯାଏଁ ବାତ୍ୟା ସୃଷ୍ଟି ହେବା ନେଇ କୌଣସି ନିଶ୍ଚିତ ସୂଚନା ମିଳିନାହିଁ । ଏହାର ତୀବ୍ରତା ଓ ଗତିପଥକୁ ନେଇ ମଧ୍ୟ ମଡେଲ୍‌ଗୁଡ଼ିକ ମଧ୍ୟରେ ମତଭେଦ ରହିଛି ।

ପାଣିପାଗ ମଡେଲ୍‌ର ଆକଳନ ଅନୁଯାୟୀ, ଅକ୍ଟୋବର ୨୩ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଅକ୍ଟୋବର ୨୭ରୁ ୨୯ ତାରିଖ ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତର ରୂପ ନେଇପାରେ । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ଏବେଠାରୁ ସ୍ପଷ୍ଟ ହୋଇନାହିଁ ।

ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଆଡ଼କୁ ଗତି କରିପାରେ !

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ଆନ୍ଧ୍ରପ୍ରଦେଶ ଏବଂ ସମ୍ଭବତଃ ଦକ୍ଷିଣ ଓଡ଼ିଶା ଆଡ଼କୁ ଗତି କରିପାରେ । ତେବେ ବିଭିନ୍ନ ପାଣିପାଗ ମଡେଲ୍‌ରେ ଏହାର ଗତିପଥ ଓ ତୀବ୍ରତାକୁ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି ।
 
ଏଭଳି ସ୍ଥିତିରେ ଏହା କେଉଁ ଅଞ୍ଚଳ ଦେଇ ଗତି କରିବ କିମ୍ବା ଉପକୂଳରେ ଏହାର କି ପ୍ରଭାବ ପଡ଼ିବ, ସେନେଇ ଏବେଠାରୁ ନିଶ୍ଚିତ ଭାବେ କହିବା ସମ୍ଭବ ନୁହେଁ । ଆସନ୍ତା ୨୨ ତାରିଖ ସୁଦ୍ଧା ଏହି ସମ୍ଭାବ୍ୟ ପାଣିପାଗ ପ୍ରଣାଳୀକୁ ନେଇ ଅଧିକ ସ୍ପଷ୍ଟତା ମିଳିପାରେ ବୋଲି ଆକଳନ କରାଯାଉଛି ।

ଚାଷୀ ଓ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ ପରାମର୍ଶ

ସମ୍ଭାବ୍ୟ ପାଣିପାଗ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ପାକଳ ଫସଲ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି । ସେହିପରି ମତ୍ସ୍ୟଜୀବୀମାନେ ପାଣିପାଗ ବିଭାଗର ସତର୍କ ସୂଚନା ଓ ପରାମର୍ଶ ଅନୁସରଣ କରିବା ଆବଶ୍ୟକ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପକ୍ଷରେ, ସମ୍ଭାବ୍ୟ ଘୂର୍ଣ୍ଣିବଳୟ କେତେ ଘନୀଭୂତ ହେବ ଏବଂ ଏହାର ଗତିପଥ କେଉଁ ଦିଗରେ ରହିବ, ସେନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ଆକଳନ ମିଳିନାହିଁ ବୋଲି ଦିଆଯାଇଥିବା ସୂଚନାରେ କୁହାଯାଇଛି ।

ତେଣୁ ବର୍ତ୍ତମାନ ସମୟରେ ବାତ୍ୟା ଆସିବା ନେଇ ଆତଙ୍କିତ ହେବା ପରିବର୍ତ୍ତେ ପାଣିପାଗ ବିଭାଗର ପରବର୍ତ୍ତୀ ବୁଲେଟିନ୍‌ ଉପରେ ନଜର ରଖିବା ଜରୁରୀ । ଲଘୁଚାପ ସୃଷ୍ଟି ହେବା ପରେ ଏହାର ତୀବ୍ରତା, ଗତିପଥ ଓ ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ ।