Odisha Rain Forecast / ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇପାରେ ଲଘୁଚାପ, ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ !
·1 hour ago·2 min read

Key Points
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ
ଆସନ୍ତା ୧୫ରେ ଅବପାତରେ ପରିଣତ ହେବା ସମ୍ଭାବନା
ଆଗାମୀ ୭ ଦିନ ରାଜ୍ୟକୁ ନାହିଁ ବର୍ଷା ୱାର୍ଣ୍ଣିଂ
ଆସନ୍ତା ୧୫ରେ ଅବପାତରେ ପରିଣତ ହେବା ସମ୍ଭାବନା
ଆଗାମୀ ୭ ଦିନ ରାଜ୍ୟକୁ ନାହିଁ ବର୍ଷା ୱାର୍ଣ୍ଣିଂ
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆଗାମୀ ୨୪ ଘଣ୍ଟାରେ ଲଘୁଚାପର ରୂପ ନେଇପାରେ । ୧୪ ତାରିଖରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଏବଂ ୧୫ ତାରିଖରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବା ଆଶଙ୍କା ନାହିଁ । ଆଗାମୀ ୭ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ ।
ଅନ୍ୟପଟେ ଶୀତର ପ୍ରକୋପ ମଧ୍ୟ ସାମାନ୍ୟ କମିବା ସମ୍ଭାବନା ରହିଛି । ଏପରି ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ୧୪.୨ ଡିଗ୍ରୀ ଏବଂ ସିମିଳିଗୁଡ଼ାରେ ୧୨.୧ ଡିଗ୍ରୀ ସେଲ୍ସିୟସ୍ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରରେ ୨୧.୧ ଏବଂ କଟକରେ ୧୯.୪ ଡିଗ୍ରୀ ରହିଥିଲା । ସେହିପରି ଗଞ୍ଜାମରେ ୨୮ ମିଲିମିଟର ଓ ଭୁବନେଶ୍ୱରରେ ୦.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ସେପଟେ ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁଯାୟୀ, କେନ୍ଦ୍ରୀୟ ବଙ୍ଗୋପସାଗରରେ ଅନୁକୂଳ ପାଣିପାଗ ପରିସ୍ଥିତି ଯୋଗୁଁ ସୃଷ୍ଟି ହୋଇଥିବା ସିଷ୍ଟମ୍ଟି ଅଧିକ ଘନୀଭୂତ ହୋଇପାରେ । ଏହା ତୀବ୍ର ଅବପାତର ରୂପ ନେବାର ମଧ୍ୟ ଆଶଙ୍କା ରହିଛି । ତେବେ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ ନା ବାଂଲାଦେଶ-ମିଆଁମାର ଆଡ଼କୁ ଗତି କରିବ, ତାହା ଆସନ୍ତା ୨୪ରୁ ୩୬ ଘଣ୍ଟା ମଧ୍ୟରେ ସ୍ପଷ୍ଟ ହେବ ।
ଏପଟେ ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ କମିବ । ୧୪ରୁ ୧୫ ତାରିଖ ପରେ ପୂର୍ବାଳି ବାୟୁ ପ୍ରବେଶ ଯୋଗୁଁ ସର୍ବନିମ୍ନ ତାପମାତ୍ରା ବଢ଼ିପାରେ । ଓଡ଼ିଶାରେ ବର୍ଷା ଓ ପବନର ସ୍ଥିତି କିପରି ରହିବ, ତାହା ଏବେଠାରୁ ଆକଳନ କରିବା ସମ୍ଭବ ନୁହେଁ । ଅବପାତରେ ପରିଣତ ହେବା ପରେ ହିଁ ଏ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ବଙ୍ଗୋପସାଗରରେ ଲଘୁଚାପର ଗତିପଥ ଓ ତୀବ୍ରତାକୁ ନେଇ ଏବେଠାରୁ ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ ଓଡ଼ିଶାବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆଗାମୀ ୭ ଦିନ ବର୍ଷାର ସମ୍ଭାବନା ନାହିଁ । ପାଗ ଶୁଖିଲା ରହିବା ସହ ଶୀତର ପ୍ରକୋପ ମଧ୍ୟ ସାମାନ୍ୟ କମିବ । ଲଘୁଚାପର ପରବର୍ତ୍ତୀ ଗତିବିଧି ଉପରେ ରହିବ ସମସ୍ତଙ୍କ ନଜର ।
Related Topics
Explore more stories