Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Cyclone Montha / 'ମୋନ୍ଥା' ମୁକାବିଲା ପାଇଁ BMC ପ୍ରସ୍ତୁତ, ଜଳାର୍ଣ୍ଣବ ସ୍ଥିତିର ମୁକାବିଲା ପାଇଁ କର୍ମଚାରୀ ସଜାଗ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·3 min read
'ମୋନ୍ଥା' ମୁକାବିଲା ପାଇଁ BMC ପ୍ରସ୍ତୁତ, ଜଳାର୍ଣ୍ଣବ ସ୍ଥିତିର ମୁକାବିଲା ପାଇଁ କର୍ମଚାରୀ ସଜାଗ

Key Points

ମୋନ୍ଥା ପାଇଁ BMCର ପ୍ରସ୍ତୁତି
ରାଜଧାନୀରେ ମୋନ୍ଥା ମୁକାବିଲା ପାଇଁ ପ୍ରସ୍ତୁତ ବିଏମ୍‌ସି
ଗଛ କାଟିବା ସହ ଜଳାର୍ଣ୍ଣବ ସ୍ଥିତିର ମୁକାବିଲା ପାଇଁ କର୍ମଚାରୀ ସଜାଗ
ଆସନ୍ତାକାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ମୋନ୍ଥା । ସନ୍ଧ୍ୟାରୁ ରାତି ଭିତରେ ଆନ୍ଧ୍ରପ୍ରଦେଶର କାକିନାଡାରେ ହେବ ଲ୍ୟାଣ୍ଡଫଲ । ଏବେ ଗୋପାଳପୁରଠୁ ୭୨୦, କାକିନାଡ଼ାଠୁ ୫୩୦କିମି ଦୂରରେ ରହିଛି ମୋନ୍ଥା । ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୧୦ କିଲୋମିଟର ମଧ୍ୟରେ ରହିବ । ବାତ୍ୟା ମୋନ୍ଥାର ସ୍ଥିତି, ଗତିପଥ, ଓ ପ୍ରଭାବ ନେଇ ଆଇଏମଡି ଡିଜି କହିଛନ୍ତି, ଆନ୍ଧ୍ରପ୍ରଦେଶ ସମେତ ଦକ୍ଷିଣ ଓଡ଼ିଶାରେ ପଡିବ ସର୍ବାଧିକ ପ୍ରଭାବ ।

ସେପଟେ ବାତ୍ୟା ମୋନ୍ଥାକୁ ନେଇ ବିଏମସିର ପ୍ରସ୍ତୁତି । ବାତ୍ୟାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ୟେଲୋ ଜୋନ୍‌ରେ ରହିଛି । ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବା ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ବର୍ଷା ପ୍ରଭାବରେ ଜଳବନ୍ଦୀ, ବନ୍ୟା, ଗଛ ପଡ଼ିବା, କରେଣ୍ଟ ତାର ଛଣ୍ଡିବାର ସମ୍ଭାବନା ରହିଛି । ଏନେଇ ବିଏମସରେ କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି । ବିଏମସି, ଫାୟାର, ପୋଲିସ, PWD, ବିଡିଏ, ଇଡକୋ, ଜାତୀୟ ରାଜପଥ, ବନ ବିଭାଗ, TPCODL ସହିତ ଆଲୋଚନା ହେବା ସହିତ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି । କିଭଳି ସଫେଇ ହେବ, ଡ୍ରେନେଜ ସମସ୍ୟା ନ ହେବ ସେନେଇ ଯୋଜନା ହୋଇଛି । ଡ୍ରେନ୍‌ କିଭଳି ଚୋକ ନ ହେବ ସେନେଇ ଆଜି ସଫା କରାଯାଇଛି । ଫାୟାର ଓ ଡ୍ରେନେଜ ଡିଭିଜନର ଟିମମାନଙ୍କୁ ଯାନ ଓ ତେଲ ଦେଇ ସମ୍ବେଦନଶୀଳ ଜାଗାରେ ମୁତୟନ କରାଯାଇଛି ।

ଅଧିକ ପଢ଼ନ୍ତୁ: 'ମାଲକାନଗିରି ଦେଇ ଛତିଶଗଡ଼ ମୁହାଁ ହେବ ବାତ୍ୟା, ଜିରୋ କାଜୁଆଲିଟି ଲକ୍ଷ୍ୟ'

ସେହିପରି ଯେଉଁ ଜାଗାରେ ସମସ୍ୟା ଦେଖାଦେବ ସ୍ଥାନୀୟ କର୍ପୋରେଟରଙ୍କୁ ଜଣାଇବେ । ଏହା ସହିତ ହେଲ୍ପଲାଇନ ନମ୍ବର ୧୯୨୯ ନମ୍ବରରେ ଯୋଗାଯୋଗ କରିବା ନେଇ କମିଶନର ଅପିଲ କରିଛନ୍ତି । ବନ୍ୟା ଓ ଜଳବନ୍ଦୀକୁ ନଜରରେ ରଖି କଲ୍ୟାଣ ମଣ୍ଡପ ଓ ସ୍କୁଲ ଗୁଡ଼ିକରେ ରହିବା ପାଇଁ ପ୍ରସ୍ତୁତି କରାଯାଇଛି । ଲୋକମାନେ ଭୟ କରିବା ଦରକାର ନାହିଁ। ମୁକାବିଲା ନେଇ ବିଏମସି ପୂରା ପ୍ରସ୍ତୁତ ଅଛି ବୋଲି ବିଏମ୍‌ସି କମିଶନର ଚଞ୍ଚଲ ରାଣା କହିଛନ୍ତି ।

ସେପଟେ କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ମୋନ୍ଥା । ମଙ୍ଗଳବାର ସନ୍ଧ୍ୟାରୁ ରାତି ଭିତରେ ଆନ୍ଧ୍ରପ୍ରଦେଶ କାକିନାଡା ପାଖରେ ହେବ ଲ୍ୟାଣ୍ଡଫଲ । ସ୍ଥଳଭାଗ ଛୁଇଁଲା ବେଳକୁ ୯୦ରୁ ୧୧୦ କିଲୋମିଟର ମଧ୍ୟରେ ରହିବ ପବନର ବେଗ । ବାତ୍ୟା ମୋନ୍ଥାର ସ୍ଥିତି, ଗତିପଥ ଓ ପ୍ରଭାବ ନେଇ ଆଜି ବଡ଼ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ଆନ୍ଧ୍ରପ୍ରଦେଶ ସମେତ ଦକ୍ଷିଣ ଓଡ଼ିଶାରେ ପଡ଼ିବ ବାତ୍ୟାର ସର୍ବାଧିକ ପ୍ରଭାବ । ୨୮ ଓ ୨୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ପବନ ଓ ବର୍ଷାରେ ଫସଲରୁ ନେଇ ଘରଦ୍ବାର ସବୁ କ୍ଷୟକ୍ଷତିର ଆଶଙ୍କା ରହିଛି । ପାହାଡିଆ ଅଂଚଳରେ ରହିଛି ଭୂସ୍ଖଳନର ସମ୍ଭାବନା ।

ସେହିପରି ଆଗାମୀ ୨୪ ଘଣ୍ଟା ପାଇଁ ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ଏସବୁ ଜିଲ୍ଲାରେ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ଓ ଝଟକା ପବନ ୬୦ କିମି ପ୍ରତି ଘଣ୍ଟାରେ ରହିବ । ଆସନ୍ତାକାଲି ବାତ୍ୟା ଲ୍ୟାଣ୍ଡଫଲ୍ କରିବାକୁ ଥିବା ବେଳେ ଓଡ଼ିଶାରେ କିଛି ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ।

କାଲି ପାଇଁ ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟକୁ ରେଡ଼ ଆଲର୍ଟ ଜାରି କରାଯାଇଛି । ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡା ଓ ବରଗଡ ଜିଲ୍ଲା ଅରେଞ୍ଜ ଆଲର୍ଟରେ ରହିଛି । ୨୯ ତାରିଖରେ ମଧ୍ୟ ମାଲକାନଗିରି, ରାୟଗଡା, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରରେ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହିପରି ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର କୂଳକୁ ଯିବାକୁ ମନା କରାଯାଇଛି । ବନ୍ଦରଗୁଡିକ ପାଇଁ ୨ ନମ୍ବର ବିପଦ ସଂକେତ ଜାରି ହୋଇଛି । ଭୂସ୍ଖଳନ ଭୟ ରହିଥିବାରୁ ତଳୁଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BMC Gears Up for Cyclone Montha, Sets Up Control Room and Rescue Teams | Argus News