HeavyRain / ଲଘୁଚାପ ବର୍ଷାରେ ବେହାଲ ରାଜଧାନୀ: ବିଭିନ୍ନ ସ୍ଥାନରେ ଜଳବନ୍ଦୀ

Key Points
ଲଘୁଚାପ ବର୍ଷାରେ ଜଳବନ୍ଦୀ ରାଜଧାନୀ
ସେପଟେ କଟକ ସିଡିଏରେ ଧସୁଛି ରାସ୍ତା
ଲଗାଣ ବର୍ଷାରେ ଜଳାର୍ଣ୍ଣବ ରାଜଧାନୀ । ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଜଳବନ୍ଦୀ ସମସ୍ୟା। ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ଜଳ ପଶିଯିବା ଫଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଡ୍ରେନେଜ୍ ଅବ୍ୟବସ୍ଥା ଏବଂ ନାଳ ଜବରଦଖଲ କାରଣରୁ ଏଭଳି ସ୍ଥିତି ଉପୁଜିଛି ବୋଲି କ୍ୟାପିଟାଲ ବାସିନ୍ଦା ଅଭିଯୋଗ କରିଛନ୍ତି । ସହରବାସୀଙ୍କ ସୁରକ୍ଷା ପାଇଁ ବିଏମସି କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ତରଫରୁ କରାଯାଉଛି ଲାଇଭ ମନିଟରିଂ ।
ଲଗାଣ ବର୍ଷାରେ ଜଳାର୍ଣ୍ଣବ ପାଲଟିଛି ରାଜଧାନୀ ଭୁବନେଶ୍ୱର । ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଜଳବନ୍ଦୀ ସମସ୍ୟା । ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ଜଳ ପଶିଯିବା ଫଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଡ୍ରେନେଜ୍ ଅବ୍ୟବସ୍ଥା ଏବଂ ନାଳ ଜବରଦଖଲ କାରଣରୁ ଏଭଳି ସ୍ଥିତି ଉପୁଜିଛି ବୋଲି କ୍ୟାପିଟାଲ ବାସିନ୍ଦା ଅଭିଯୋଗ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ରାଜଧାନୀରେ ମୁକୁଳା ଡ୍ରେନ୍ରେ ଭାସିଗଲେ ଯୁବକ; ୧୧ ବର୍ଷରେ ଗଲାଣି ୭ ଜୀବନ
ଏସବୁ ଭିତରେ ଆଜି ମେୟର ସୁଲୋଚନା ଦାସ ୪ ନମ୍ବର ୱାର୍ଡର ବିଭିନ୍ନ ଜଳବନ୍ଦୀ ଅଞ୍ଚଳ ବୁଲି ଦେଖିବା ସହ ଡ୍ରେନ୍ ଜବରଦଖଲ କରିଥିବା ବିଲ୍ଡର୍ସ ମାନଙ୍କୁ କଡ଼ା ତାଗିଦ୍ କରିଛନ୍ତି । ସେପଟେ ସହରବାସୀଙ୍କ ସୁରକ୍ଷା ପାଇଁ ବିଏମସି କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ତରଫରୁ କରାଯାଉଛି ଲାଇଭ ମନିଟରିଂ ।
କିଛି ଦିନ ତଳେ କଟକ ସହରରେ ହୋଇଥିବା ବର୍ଷା ପରେ କିପରି ଗୋଟିଏ ପରେ ଗୋଟିଏ ରାସ୍ତା ଧସୁଛି।କଟକର ସାଟେଲାଇଟ ସିଟି ସିଡିଏ ରାସ୍ତା ଧସୁଛି । ସିଡିଏ ସେକ୍ଟର ୯ ନମ୍ବର ଓ ୧୦ ନମ୍ବର ଥିବା ମୁଖ୍ୟ ରାସ୍ତା ଗୁଡ଼ିକ ମଧ୍ୟ ଧସିବାରେ ଲାଗିଛି ।
ଖାଲି ରାସ୍ତା କାହିଁକି କିଛି ସ୍ଥାନରେ ପାଚେରା ମଧ୍ୟ ଧସୁଛି । ନିମ୍ନ ମାନର କାମ ଓ ଡ୍ରେନଜ ବ୍ୟବସ୍ଥା ସଠିକ ନଥିବାରୁ ଏପରି ପରିସ୍ଥିତି ବାରମ୍ବାର ଉପୁଜୁ ଥିବା ଅଭିଯୋଗ ହୋଇଛି । ଯୁଗ୍ମ ସହରରେ ବିପର୍ଯ୍ୟସ୍ତ ଭିତ୍ତିଭୂମି ଏବେ ସହରବାସୀଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ ।
📱 Get Argus News App
✨Related Topics
Explore more stories
