Open Drain / ରାଜଧାନୀରେ ମୁକୁଳା ଡ୍ରେନ୍ରେ ଭାସିଗଲେ ଯୁବକ; ୧୧ ବର୍ଷରେ ଗଲାଣି ୭ ଜୀବନ
·1 hour ago·2 min read

Key Points
ରାଜଧାନୀ ଭୁବନେଶ୍ଵରରେ ଗତ ୩ ଦିନ ଧରି ବର୍ଷା ଜାରି ରହିଛି । ଏହାରି ଭିତରେ ମୁକୁଳା ଡ୍ରେନ୍ରେ ପଡ଼ି ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି ।
ଭୁବନେଶ୍ଵର: ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ରାଜ୍ୟର ବିଭିନ୍ନ ଜିଲ୍ଲା ସହ ରାଜଧାନୀ ଭୁବନେଶ୍ଵରରେ ଗତ ୩ ଦିନ ଧରି ବର୍ଷା ଜାରି ରହିଛି । ଏହାରି ଭିତରେ ମୁକୁଳା ଡ୍ରେନ୍ରେ ପଡ଼ି ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି ।
ନିଖୋଜ ଜଣଙ୍କ ବାଣୀବିହାର ପଥରବନ୍ଧ ବସ୍ତିର ବାସିନ୍ଦା ବୋଲି ଜଣାପଡ଼ିଛି । ନିଖୋଜଙ୍କ ନାମ ଅନୀଲ ସିଂ, ତାଙ୍କ ବୟସ ୩୫ ବର୍ଷ ହେବ । ଅନୀଲଙ୍କୁ ଖୋଜିବା କାର୍ଯ୍ୟରେ ମଞ୍ଚେଶ୍ଵର ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛି ।
ଏଥିସହ ପଢ଼ନ୍ତୁ: ପ୍ରବଳ ବର୍ଷା ନେଇ ଆଜି ସାରା ରାଜ୍ୟକୁ ଆଲର୍ଟ,୪ ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା
ଲଗାଣ ବର୍ଷା ଭିତରେ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ୍ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ, ଅନୀଲ ବାଣୀବିହାର ପଥରବନ୍ଧ ବସ୍ତିରେ ରହୁଥିଲେ । ନାଳ ନିକଟରୁ ପ୍ଳାଷ୍ଟିକ ଗୋଟାଇବା ବେଳେ ସେ ଭାସି ଯାଇଥିବା ଜଣାପଡ଼ିଛି ।
ଏବେ ଉକ୍ତ ନାଳରେ ପାଣିର ପ୍ରଖର ସ୍ରୋତ ରହିଛି । ପାଣିର ପ୍ରବଳ ସୁଅ ମଧ୍ୟରେ ଜାରି ରହିଛି ସର୍ଚ୍ଚ ଅପରେସନ୍ । ଜଣେ ଭାସି ଯାଇଥିବା ଜାଣିବା ପରେ ଘଟଣାସ୍ଥଳରେ ବିଏମ୍ସି ମେୟର ସୁଲୋଚନା ଦାସ ପହଞ୍ଚିଛନ୍ତି । ମେୟର କହିଛନ୍ତି, "ଏଠାରେ ଦୁଇ ଜଣ ଥିଲେ । ଜଣେ ଗାଧୋଉଥିବା ବେଳେ ଅନ୍ୟ ଜଣେ ଭାସି ଯାଇଛନ୍ତି । ଖୋଜାଖୋଜି ଜାରି ରହିଛି ।"
ଏଥିସହ ପଢ଼ନ୍ତୁ: ସମୁଦ୍ର ଆଁରେ ଲୀନ ହେଲାଣି ଗାଁ,ଗାଁକୁ ସିଲ୍ କଲା ପ୍ରଶାସନ
ରାଜଧାନୀ, ମୁକୁଳା ଡ୍ରେନ୍ ଆଉ ଅଘଟଣ
ତେବେ ରାଜଧାନୀ ଭୁବନେଶ୍ଵରରେ ଏହା ପ୍ରଥମ ଅଘଟଣ ନୁହେଁ । ୧୧ ବର୍ଷ ମଧ୍ୟରେ ମୁକୁଳା ଡ୍ରେନ୍ର ପଡ଼ି ୭ ଜଣଙ୍କ ମୃତ୍ୟୁ ହେଲାଣି । ପ୍ରତିବର୍ଷ ଡ୍ରେନ୍ରେ ପଡ଼ି ଯାଉଛି ଅନେକ ମୂଲ୍ୟବାନ ଜୀବନ ।
ଗଦାଗଡ଼ ହେଉ କି ଚୂଡ଼ଙ୍ଗ ବିହାର, ଜୟଦେବ ବିହାର ହେଉ କି ଶତାବ୍ଦୀ ନଗର, ମାଳିସାହି ହେଉ କି ସାଲିଆ ସାହି । ସବୁଠି ମୁକୁଳା ପଡ଼ିଛି ଡ୍ରେନ୍ । ୨୦୧୫ ରୁ ୨୦୨୬ ଗଲାଣି ୭ ମୁଣ୍ଡ । ମୁକୁଳା ଡ୍ରେନ୍ ଉପରେ ସ୍ଲାବ୍ ପକାଇବାକୁ ବାରମ୍ବାର ଦାବି ହେଉଥିବା ବେଳେ ବିଏମ୍ସିର ଚେତା ପଶୁନି ।

#Bhubaneswar: A man swept away in an open drain near Vani Vihar amid heavy rain.
— Argus News (@ArgusNews_in) July 4, 2026
The missing person has been identified as Anil Singh of Patharabandha Basti.
Rescue teams have launched a search operation to trace him.#Odisha #BhubaneswarRains #RescueOperation pic.twitter.com/4ys99pXTwq
ଏବେ ଉକ୍ତ ନାଳରେ ପାଣିର ପ୍ରଖର ସ୍ରୋତ ରହିଛି । ପାଣିର ପ୍ରବଳ ସୁଅ ମଧ୍ୟରେ ଜାରି ରହିଛି ସର୍ଚ୍ଚ ଅପରେସନ୍ । ଜଣେ ଭାସି ଯାଇଥିବା ଜାଣିବା ପରେ ଘଟଣାସ୍ଥଳରେ ବିଏମ୍ସି ମେୟର ସୁଲୋଚନା ଦାସ ପହଞ୍ଚିଛନ୍ତି । ମେୟର କହିଛନ୍ତି, "ଏଠାରେ ଦୁଇ ଜଣ ଥିଲେ । ଜଣେ ଗାଧୋଉଥିବା ବେଳେ ଅନ୍ୟ ଜଣେ ଭାସି ଯାଇଛନ୍ତି । ଖୋଜାଖୋଜି ଜାରି ରହିଛି ।"
ଏଥିସହ ପଢ଼ନ୍ତୁ: ସମୁଦ୍ର ଆଁରେ ଲୀନ ହେଲାଣି ଗାଁ,ଗାଁକୁ ସିଲ୍ କଲା ପ୍ରଶାସନ
ରାଜଧାନୀ, ମୁକୁଳା ଡ୍ରେନ୍ ଆଉ ଅଘଟଣ
ତେବେ ରାଜଧାନୀ ଭୁବନେଶ୍ଵରରେ ଏହା ପ୍ରଥମ ଅଘଟଣ ନୁହେଁ । ୧୧ ବର୍ଷ ମଧ୍ୟରେ ମୁକୁଳା ଡ୍ରେନ୍ର ପଡ଼ି ୭ ଜଣଙ୍କ ମୃତ୍ୟୁ ହେଲାଣି । ପ୍ରତିବର୍ଷ ଡ୍ରେନ୍ରେ ପଡ଼ି ଯାଉଛି ଅନେକ ମୂଲ୍ୟବାନ ଜୀବନ ।
ଗଦାଗଡ଼ ହେଉ କି ଚୂଡ଼ଙ୍ଗ ବିହାର, ଜୟଦେବ ବିହାର ହେଉ କି ଶତାବ୍ଦୀ ନଗର, ମାଳିସାହି ହେଉ କି ସାଲିଆ ସାହି । ସବୁଠି ମୁକୁଳା ପଡ଼ିଛି ଡ୍ରେନ୍ । ୨୦୧୫ ରୁ ୨୦୨୬ ଗଲାଣି ୭ ମୁଣ୍ଡ । ମୁକୁଳା ଡ୍ରେନ୍ ଉପରେ ସ୍ଲାବ୍ ପକାଇବାକୁ ବାରମ୍ବାର ଦାବି ହେଉଥିବା ବେଳେ ବିଏମ୍ସିର ଚେତା ପଶୁନି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories