Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଋତୁଚକ୍ରରେ ପରିବର୍ତ୍ତନ ପାଇଁ ମାଡ଼ିଆସୁଛି ବିପଦ...

Weather & Calamities

Weather Alert / ଋତୁଚକ୍ରରେ ପରିବର୍ତ୍ତନ ପାଇଁ ମାଡ଼ିଆସୁଛି ବିପଦ...

Rashmita Mishra
Browse all articles by Rashmita Mishra
·1 hour ago·2 min read
ଋତୁଚକ୍ରରେ ପରିବର୍ତ୍ତନ ପାଇଁ ମାଡ଼ିଆସୁଛି ବିପଦ...
Weather Alert

Key Points

ଋତୁଚକ୍ରରେ ପରିବର୍ତ୍ତନ ପାଇଁ ମାଡ଼ିଆସୁଛି ବିପଦ...
ଦିନ ଛଡ଼ା ରାତିରେ ହେବ ଜୀବନ ଛାଡ଼ିଲା ଭଳି ଗରମ ।
ଜୀବନ ଜୀବିକା ଉପରେ ପଡ଼ିବ ସାଂଘାତିକ ପ୍ରଭାବ ।

ଋତୁଚକ୍ରରେ ପରିବର୍ତ୍ତନ ପାଇଁ ମାଡ଼ିଆସୁଛି ବିପଦ... ଦିନ ଛଡ଼ା ରାତିରେ ହେବ ଜୀବନ ଛାଡ଼ିଲା ଭଳି ଗରମ । ଜୀବନ ଜୀବିକା ଉପରେ ପଡ଼ିବ ସାଂଘାତିକ ପ୍ରଭାବ । ଘରୁ ବାହାରିଲେ ଗରମ... ଘରେ ରହିଲେ ବି ଗରମ । ଦିନରେ ଗରମର ରାତିରେ ବି ଗରମ । ମଣିଷ ମାନେ ଏବେ କୁଆଡ଼େ ଯିବ । ଋତୁଚକ୍ରରେ ପରିବର୍ତ୍ତନ ଏବେ ସାଂଘାତିକ ରୂପ ନେଇଛି ।

ଦିନରେ ଯାହା ଗରମ ହେଉଥିଲା ଏବେ ରାତିରେ ବି ହେବ ଦିନ ଠାରୁ ଅଧିକ ଗରମ । ହିଟ୍‌ଓ୍ବେଭ୍‌ ଏବେ ସୀମା ଲଂଘନ କରିବାକୁ ଯାଉଛି । ୪୦୦ ପ୍ରତିଶତ ବଢ଼ିବାକୁ ଯାଉଛି ହିଟ୍‌ଓ୍ବେଭ୍‌ । ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ମୁଣ୍ଡରେ ହାତଦେଲେଣି ବିଶେଷଜ୍ଞ ।

ପୁରା ଭାରତ ଏବେ ପ୍ରଚଣ୍ଡ ଗରମ କାରଣରୁ ସିଝୁଛି । ପଶ୍ଚିମରୁ ଉପକୂଳ ଓଡ଼ିଶା ସବୁଠି ଖଇ ଫୁଟିଲାଭଳି ଖରା । ଅସହ୍ୟ ଖରା ଏବଂ ଗୁଳୁଗୁଳି କାରଣରୁ ଅଂଶୁଘାତର ଶିକାର ହେଉଛନ୍ତି ଲୋକେ । ଅଂଶୁଘାତରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଗଲାଣି ।

ଯଦି ଦେଖିବା ଏବେ ସବୁଠାରୁ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ସାମ୍ନାକୁ ଆସିଛି । ହିଟ୍‌‌ଓ୍ବେଭ ଚଳିତ ଶତାବ୍ଦୀ ଶେଷ ବେଳକୁ ୩୦୦ରୁ ୪୦୦ ପ୍ରତିଶତ ବଢ଼ିଯାଇପାରେ । ଯାହାର ପ୍ରଭାବ ପଡ଼ିବା ଏବେ ଆରମ୍ଭ ହୋଇଗଲାଣି । ଏବେ ହିଟ୍‌ଓ୍ବେଭ କାରଣରୁ ଗରମ ଦିନ ତୁଳନାରେ ରାତିରେ ଅଧିକ ଗରମ ବଢ଼ିଯିବା ନେଇ ଆଶଙ୍କା କରାଯାଉଛି।

ଏଥିସହ ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାକୁ ନାହିଁ ନିସ୍ତାର; ୩ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି 

ଯାହାକି ସତକୁ ସତ ରାତିରେ ଏବେ ଗରମ ପରିମାଣ ବଢ଼ିଯାଇଛି । ଭଲରେ ଟିକେ ରାତିରେ ଶୋଇ ହେଉ ନାହିଁ । ଗୁଳୁଗୁଳିରେ ଦେହମୁଣ୍ଡ ଝାଳରେ ଭିଜିଯାଉଛି । ଚଳିତ ଶତାବ୍ଦୀ ଶେଷ ବେଳକୁ ଗରମ ଦିନ ସଂଖ୍ୟାରେ ୫୫ ପ୍ରତିଶତ ବୃଦ୍ଧି ହେବ ଆଉ ରାତି ସଂଖ୍ୟାରେ ଗରମ ୭୦ ପ୍ରତିଶତ ବୃଦ୍ଧ ହୋଇପାରେ ।

ଆଗକୁ ଏହି ସ୍ଥିତି ଅଧିକ ଭୟଙ୍କର ହେବାକୁ ଯାଉଛି । ବର୍ଷାର ପରିମାଣ କମିବ ଯାହା ଫଳରେ ମରୁଡ଼ି ପଡ଼ିବାର ଆଶଙ୍କା କରାଯାଉଛି । କମ ବର୍ଷା କାରଣରୁ ଚାଷ କାର୍ଯ୍ୟରେ ଘୋର ଅବହେଳା ଦେଖିବାକୁ ମିଳିଲାଣି । ବର୍ଷାକୁ ଚାହିଁ ମୁଣ୍ଡରେ ହାତ ଦେଲେଣି ଚାଷୀ ।

୨୦୨୪ ମହିହାର ଏକ ତଥ୍ୟ ଅନୁଯାୟୀ ୧୯୯୦ରୁ ୧୯୯୯ ମଧ୍ୟରେ ତାତି ପାଇଁ ବାର୍ଷିକ ଯେତିକି ଶ୍ରମ ଘଣ୍ଟା ହରାଇବାକୁ ପଡ଼ିଥିଲା ତାହା ଏବେ ୧୨୪ ପ୍ରତିଶତ ବଢ଼ି ଯାଇଛି । ଏହାଫଳରେ ଯେଉଁ ଅର୍ଥନୈତିକ କ୍ଷତି ହୋଇଛି ସେଥିରେ କୃଷିର ଭାଗ ରହିଛି ୬୬ ପ୍ରତିଶତ ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Weather Alert | Climate Change Warning: Seasonal Imbalance Bringing New Dangers | Argus News