Red Warning / ପଶ୍ଚିମ ଓଡ଼ିଶାକୁ ନାହିଁ ନିସ୍ତାର; ୩ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି
·1 hour ago·2 min read

Key Points
ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ତାମପାତ୍ରା ୪୪ ଡିଗ୍ରୀ, ହୀରାକୁଦରେ ୪୨ ଡିଗ୍ରୀ, ଭୁବନେଶ୍ଵରରେ ୩୭.୬ ଡିଗ୍ରୀ ଓ ଝାରସୁଗୁଡ଼ାରେ ପାରଦ ୩୪.୨ ଡିଗ୍ରୀ ରେକର୍ଡ ହୋଇଛି । ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ଲହରୀ ଏବଂ ଉଷ୍ଣ ରାତି ସ୍ଥିତି ଜାରି ରହିବ ।
ଭୁବନେଶ୍ଵର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । ଗ୍ରୀଷ୍ମ ଲହରୀ ସାଙ୍ଗକୁ ଗରମ ଓ ଗୁଳୁଗୁଳି ଏବଂ ଉଷ୍ମ ରାତି ପରିସ୍ଥିତି ଜାରି ରହିବ ।
ସୋମବାର ଦିନ ସାଢ଼େ ୧୧ଟା ସୁଦ୍ଧା ସମ୍ବଲପୁରର ତାପମାତ୍ର ୪୧.୪ ଡିଗ୍ରୀ ରହିଥିବା ବେଳେ ହୀରାକୁଦରେ ପାରଦ ୪୦.୨ ଡିଗ୍ରୀ, ଝାରସୁଗୁଡ଼ାରେ ୪୦ ଡିଗ୍ରୀ, ରାଉରକେଲାରେ ୩୭ ଡିଗ୍ରୀ ଏବଂ ଭୁବନେଶ୍ଵରରେ ୩୬.୨ ଡିଗ୍ରୀ ରେକର୍ଡ ହୋଇଛି ।
ଏଥିସହ ପଢ଼ନ୍ତୁ: ଆହୁରି ୫ ଦିନ ପର୍ଯ୍ୟନ୍ତ ଜଳିବ ଓଡ଼ିଶା, ୫ ଦିନ ପରେ ବର୍ଷା ସମ୍ଭାବନା,ଖରାରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି
ଦିନ ବଢ଼ିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ବଢ଼ିଛି । ତେବେ ଝାରସୁଗୁଡ଼ାରେ କାଳବୈଶାଖୀ ପ୍ରଭାବରେ ହ୍ରାସ ପାଇଛି ତାପମାତ୍ରା । ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ତାମପାତ୍ରା ୪୪ ଡିଗ୍ରୀ, ହୀରାକୁଦରେ ୪୨ ଡିଗ୍ରୀ, ଭୁବନେଶ୍ଵରରେ ୩୭.୬ ଡିଗ୍ରୀ ଓ ଝାରସୁଗୁଡ଼ାରେ ପାରଦ ୩୪.୨ ଡିଗ୍ରୀ ରେକର୍ଡ ହୋଇଛି ।
ଗ୍ରୀଷ୍ମ ଲହରୀ ଓ ଉଷ୍ମ ରାତି
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵରର ଆକଳନ ଅନୁସାରେ- ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ଲହରୀ ଏବଂ ଉଷ୍ଣ ରାତି ସ୍ଥିତି ଜାରି ରହିବ । ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ । ଏନେଇ ସମ୍ବଲପୁର, ବଲାଙ୍ଗିର ଓ ବୌଦ୍ଧ ଜିଲ୍ଲାକୁ ୨୭ ତାରିଖ ପର୍ଯ୍ୟନ୍ତ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅରେଞ୍ଜ ଆଲର୍ଟ
ସେହିଭଳି ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ସୋନପୁର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ରହିଛି ଅରେଞ୍ଜ ଆଲର୍ଟ । ଗ୍ରୀଷ୍ମ ଲହରୀ ନେଇ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।
ଉପକୂଳ ଓ ଆଭ୍ୟନ୍ତରୀଣରେ ଗରମ ଓ ଗୁଳୁଗୁଳି
ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ଯାଜପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଗରମ ଏବଂ ଗୁଳୁଗୁଳି ଲାଗି ରହିବ ।
ପ୍ରଭାବ ଓ କ'ଣ କରିବେ ?
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଶିଶୁ, ବୃଦ୍ଧ, ଗର୍ଭବତୀ ଓ ଅସୁସ୍ଥ ବ୍ୟକ୍ତିଙ୍କ ସ୍ଵାସ୍ଥ୍ୟକୁ ପ୍ରଭାବିତ କରିପାରେ । ଦିନର ସର୍ବାଧିକ ଗରମ ସମୟ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବାହାରକୁ ଯିବାବେଳେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରନ୍ତୁ ।
ଏଥିସହ ପଢ଼ନ୍ତୁ: ୪୫ ଡିଗ୍ରୀ ଉପରେ ୬ ସହର; ୨୮ରୁ କାଚିବ, ଉଡ଼େଇବ
ଫୁଟୁଛି ପଶ୍ଚିମ ଓଡ଼ିଶା
ସୂର୍ଯ୍ୟଙ୍କ ତତଲା କଡ଼େଇରେ ଭାଜି ହେଉଛି ସାରା ରାଜ୍ୟ । ଫୁଟୁଛି ପଶ୍ଚିମ ଓଡ଼ିଶା । ରବିବାର ପଶ୍ଚିମ ଓଡ଼ିଶାର ୯ ସ୍ଥାନରେ ପାରଦ ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ୬ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ରହିଛି ।
ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୫.୮ ଡିଗ୍ରୀ ରେକର୍ଡ କରାଯାଇଛି । ବୌଦ୍ଧରେ ସର୍ବାଧିକ ପାରଦ ୪୫.୬ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣାରେ ୪୫.୪ ଡିଗ୍ରୀ, ସମ୍ବଲପୁରରେ ୪୫.୩ ଡିଗ୍ରୀ, ସୋନପୁରରେ ୪୫.୨ ଡିଗ୍ରୀ ଓ ବଲାଙ୍ଗିରରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ ହୋଇଛି ।
ଦିନ 2ଟା 30ସମୟରେ ରେକର୍ଡ ତାପମାତ୍ରା
— usd (@usd0705) May 25, 2026
ଝାରସୁଗୁଡା ରେ କଳାବୈଶାଖୀ ପ୍ରଭାବରେ ଖସିଲା ତାତି pic.twitter.com/qTFNYmftOt

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories