Weather Update / ଆଜିଠୁ ବଢିବ ଶୀତର ପ୍ରକୋପ, ଦକ୍ଷିଣ ଓଡ଼ିଶାରେ ଦିନରେ ବି ଖସିବ ପାରଦ
·8 months ago·2 min read

Key Points
ଶୁକ୍ରବାର ରାତିରୁ ରାଜ୍ୟରେ ଶୀତ ବଢ଼ିବ
ରବିବାର ରାତି ସୁଦ୍ଧା ପାରଦ ଆଉ ୩ରୁ ୫ ଡିଗ୍ରୀ ଖସିଯିବ
ରାଉରକେଲା, ତୁରୁମୁଙ୍ଗା, ବାଲିଗୁଡ଼ା ଓ ଗଜାପୁରରେ ପାରଦ ୧୨ ଡିଗ୍ରୀକୁ ଖସି ଯାଇପାରେ

ଶୁକ୍ରବାର ରାତିରୁ ରାଜ୍ୟରେ ଶୀତ ବଢ଼ିବ । ରବିବାର ରାତି ସୁଦ୍ଧା ପାରଦ ଆଉ ୩ରୁ ୫ ଡିଗ୍ରୀ ଖସିଯିବ । ରାଉରକେଲା, ତୁରୁମୁଙ୍ଗା (କେନ୍ଦୁଝର), ବାଲିଗୁଡ଼ା (କନ୍ଧମାଳ) ଓ ଗଜାପୁର(ଗଜପତି)ରେ ପାରଦ ୧୨ ଡିଗ୍ରୀକୁ ଖସି ଯାଇପାରେ । ସମ୍ବଲପୁର, ଭବାନୀପାଟଣା, ଝାରସୁଗୁଡ଼ା ଓ ମୋହନାରେ ରାତି ତାପମାତ୍ରା ୧୪ ଡିଗ୍ରୀକୁ ଖସିପାରେ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି।
ଏହାସହ ପଢ଼ନ୍ତୁ: ୨ରୁ ୩ ଡିଗ୍ରୀ ଖସିବ ପାରଦ; ୨୦ ଡିଗ୍ରୀ ତଳେ ୧୯ ସ୍ଥାନର ତାପମାତ୍ରା
ଆସନ୍ତା ଦୁଇ ସପ୍ତାହ ଯାଏ ରାଜ୍ୟର ବହୁ ସ୍ଥାନରେ ଅଧିକ ଶୀତ ଅନୁଭୂତ ହେବ । ଦକ୍ଷିଣ ଅଭ୍ୟନ୍ତରରେ ଦିନ ତାପମାତ୍ରା ୨୪ ଡିଗ୍ରୀ, ଉତ୍ତର ଅଭ୍ୟନ୍ତରରେ ୨୪ରୁ ୨୫ ଡିଗ୍ରୀ, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ୨୭ରୁ ୨୮ ଡିଗ୍ରୀ ରହିବ ବୋଲି ସେ ଆକଳନ କରିଛନ୍ତି । ଶୁକ୍ରବାରରୁ ରବିବାର ଯାଏ ବାଲେଶ୍ୱରରେ ୧୬ ଡିଗ୍ରୀ ଓ ଭୁବନେଶ୍ୱରରେ ରାତି ବେଳା ତାପମାତ୍ରା ୧୮ ଡିଗ୍ରୀ ରହିବ ବୋଲି ସେ କହିଛନ୍ତି ।
ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବ । ପରବର୍ତ୍ତୀ ତିନି ଦିନରେ ପାରଦ ପ୍ରାୟ ୨ରୁ ୩ ଡିଗ୍ରୀ ଖସିବ । ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ବେଲ ନୋଲ୍ ଇସିଏମଡବ୍ଲୁଏଫ୍ ମଡେଲକୁ ଆଧାର କରି କହିଛନ୍ତି, ୨୦୨୬ର ଆରମ୍ଭରୁ ଲା ନିନାରୁ ଏଲ୍ନିନୋ ସ୍ଥିତିକୁ ଆସିବ । ପଶ୍ଚିମ ପ୍ରଶାନ୍ତ ମହାସାଗରର ଜଳରାଶି ହଠାତ୍ ଉତ୍ତପ୍ତ ହେବା ଯୋଗୁ ଏହା ପୂର୍ବ ଦିଗକୁ ମୁହାଁଇବା ସହ ଏଲ ନିନୋ ସ୍ଥିତି ସୃଷ୍ଟି ହେବ ।
ଯଦି ଏଭଳି ସ୍ଥିତି ସୃଷ୍ଟି ହେଲା ତେବେ ୨୦୨୭ରେ ବିଶ୍ୱର ତାପମାତ୍ରା ବଢ଼ିବ ବୋଲି ସେ କହିଛନ୍ତି। ବୁଧବାର ଫୁଲବାଣୀର ରାତି ତାପମାତ୍ରା ସର୍ବନିମ୍ନ ୧୩ ଡିଗ୍ରୀ ରେକର୍ଡ ହୋଇଥିଲା । ଅନୁଗୁଳରେ ୧୬, କୋରାପୁଟରେ ୧୬.୫, ସୁନ୍ଦରଗଡ଼ରେ ୧୬.୬, ରାଉରକେଲାରେ ୧୭.୩ ଓ ଝାରସୁଗୁଡ଼ାରେ ୧୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେପଟେ ଅଭ୍ୟନ୍ତରୀଣ ଓ ପାହାଡିଆ ଅଞ୍ଚଳରେ ତଳ ମୁହାଁ ପାରଦ। ଉତ୍ତରା ବାୟୁ ସହିତ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ହ୍ରାସ ଯୋଗୁଁ ୯ ତାରିଖ ବେଳକୁ ପାହାଡିଆ ଅଞ୍ଚଳର କିଛି ସ୍ଥାନରେ ୧୦ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ତାପମାତ୍ରା । ଭୁବନେଶ୍ୱର ଓ କଟକ ସହରରେ ମଧ୍ୟ ଆଗାମୀ ୭୨ ଘଣ୍ଟାରେ ୧୬ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବା ସମ୍ଭାବନା ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories