Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Weather Update / ୨ରୁ ୩ ଡିଗ୍ରୀ ଖସିବ ପାରଦ; ୨୦ ଡିଗ୍ରୀ ତଳେ ୧୯ ସ୍ଥାନର ତାପମାତ୍ରା

Sushanta Sahoo
Browse all articles by Sushanta Sahoo
·8 months ago·2 min read
୨ରୁ ୩ ଡିଗ୍ରୀ ଖସିବ ପାରଦ; ୨୦ ଡିଗ୍ରୀ ତଳେ ୧୯ ସ୍ଥାନର ତାପମାତ୍ରା

Key Points

ଆଜି ରାଜ୍ୟର ୧୯ଟି ସ୍ଥାନରେ ପାରଦ ୨୦ ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍ ରହିଛି ।
ଭୁବନେଶ୍ଵର: କାର୍ତ୍ତିକ ସରିବା ପରେ ବିଳମ୍ବରେ ମାର୍ଗଶିର ଆରମ୍ଭରୁ ଅନୁଭୂତ ହୋଇଛି ସାମାନ୍ୟ ଶୀତ । ଆଜି ରାଜ୍ୟର ୧୯ଟି ସ୍ଥାନରେ ପାରଦ ୨୦ ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍ ରହିଛି ।

ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ରହିଥିବା ବେଳେ ଅନୁଗୁଳରେ ୧୬ ଡିଗ୍ରୀ, ସୁନ୍ଦରଗଡ଼ରେ ୧୬.୬ ଡିଗ୍ରୀ, କୋରାପୁଟରେ ୧୬.୫ ଡିଗ୍ରୀ, କେନ୍ଦୁଝରରେ ୧୬.୮ ଡିଗ୍ରୀ, ଝାରସୁଗୁଡ଼ାରେ ୧୭.୪ ଡିଗ୍ରୀ ରେକର୍ଡ କରାଯାଇଛି ।

ଏଥିସହ ପଢ଼ନ୍ତୁ: ୨୦୨୭ ସୁଦ୍ଧା ରାଜ୍ୟର ସବୁ ଗାଁକୁ ନିଶ୍ଚିତ ହେବ ବିଦ୍ୟୁତ୍, ପାନୀୟ ଜଳ ଏବଂ ରାସ୍ତା ସଂଯୋଗ

ଦୈତ୍ୟ ନଗରୀ କଟକ, ଭୁବନେଶ୍ଵରରେ ମଧ୍ୟ ପାରଦ ୨୦ ଡିଗ୍ରୀ ତଳକୁ ଖସିଛି । କଟକର ସର୍ବନିମ୍ନ ତାପମାତ୍ରା ୧୮.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ଵରରେ ୧୮.୫ ଡିଗ୍ରୀ ରହିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵରର ଆକଳନ ଅନୁସାରେ, ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଏବେ ଓଡ଼ିଶା ଉପରେ କୌଣସି ପାଣିପାଗ ସିଷ୍ଟମ ସକ୍ରିୟ ନାହିଁ । ଆଗାମୀ ୨ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ସେଭଳି ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ ।

ପରବର୍ତ୍ତୀ ୩ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼ ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଗତକାଲି ଫୁଲବାଣୀରେ ସର୍ବନିମ୍ନ ୧୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଥିବା ବେଳେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୫ ଡିଗ୍ରୀ ରେକର୍ଡ କରାଯାଇଥିଲା ।

ଏଥିସହ ପଢ଼ନ୍ତୁ: କାର୍ତ୍ତିକ ମାସ ଗଲା ପରେ ରାଜ୍ୟରେ ବଢ଼ିଲା ଶୀତ


ପାଣିପାଗ ବିଜ୍ଞାନୀ ବିଶ୍ଵଜିତ ସାହୁଙ୍କ ଅନୁସାରେ, "ରାଜ୍ୟରେ ପାରଦ ଖସିବା ସହ ଶୀତ ବଢ଼ିବ । ଉତ୍ତରା ବାୟୁ ସହିତ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ହ୍ରାସ ଯୋଗୁଁ ୯ ତାରିଖ ବେଳକୁ ପାହାଡ଼ିଆ ଅଞ୍ଚଳର କିଛି ସ୍ଥାନରେ ୧୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିପାରେ । ଭୁବନେଶ୍ୱର ଓ କଟକ ସହରରେ ମଧ୍ୟ ଆଗାମୀ ୭୨ ଘଣ୍ଟାରେ ପାରଦ ୧୬ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ସମ୍ଭାବନା ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Weather: Temperature Drops Below 20°C in 19 Places | Argus News | Argus News