Balasore School Holiday / ମାଡ଼ି ଆସୁଛି ଭୟଙ୍କର ବାତ୍ୟା, କାଲି ଏହି ଜିଲ୍ଲାରେ ବନ୍ଦ ରହିବ ସବୁ ସ୍କୁଲ
·1 hour ago·1 min read

Key Points
ଉପକୂଳ ମୁହାଁ ଭୀଷଣ ବାତ୍ୟା
ପିଲାଙ୍କ ସୁରକ୍ଷା ପାଇଁ ବଡ଼ ନିଷ୍ପତ୍ତି
କାଲି ବାଲେଶ୍ୱରରେ ସ୍କୁଲ ଛୁଟି
ପିଲାଙ୍କ ସୁରକ୍ଷା ପାଇଁ ବଡ଼ ନିଷ୍ପତ୍ତି
କାଲି ବାଲେଶ୍ୱରରେ ସ୍କୁଲ ଛୁଟି
ବଙ୍ଗୋପସାଗରରେ ଭୟଙ୍କର ରୂପ ନେଇଛି ବାତ୍ୟା ‘ଅକ୍ବାନ୍’ । ଭୀଷଣ ବାତ୍ୟାରେ ପରିଣତ ହେବା ପରେ ଏବେ ଉପକୂଳକୁ ମାଡ଼ି ଆସୁଛି ଏହି ଭୟଙ୍କର ସାମୁଦ୍ରିକ ଝଡ଼ । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରିଛି ବାତ୍ୟା । ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନରସାପୁରରୁ ପୁରୀ ମଧ୍ୟରେ, ଗୋପାଳପୁର ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।
ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ଏହାକୁ ଦୃଷ୍ଟିରେ ରଖି ଜୋରଦାର ପ୍ରସ୍ତୁତ ଜାରି ରଖିଛନ୍ତି ରାଜ୍ୟ ସରକାର ।
ସେପଟେ ଭୀଷଣ ବାତ୍ୟ ଅକ୍ବାନ ପ୍ରଭାବରେ ହେବାକୁ ଥିବା ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛନ୍ତି ବାଲେଶ୍ବର ଜିଲ୍ଲାପାଳ । ଆସନ୍ତାକାଲି ଅର୍ଥାତ ୨୦ ନଭେମ୍ବରରେ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷାଦୃଷ୍ଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories