Cyclone Landfall / କାଲି ସ୍ଥଳଭାଗ ଛୁଇଁବ ବାତ୍ୟା, କଟକ-ଭୁବନେଶ୍ୱରରେ ହେବ ପ୍ରବଳ ବର୍ଷା ଓ ପବନ
·1 hour ago·1 min read

Key Points
ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ‘ଅକ୍ବାନ’
କାଲି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍
୧୦୦ କିମି ବେଗରେ ବହିବ ପବନ
କାଲି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍
୧୦୦ କିମି ବେଗରେ ବହିବ ପବନ
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ବାତ୍ୟା ‘ଅକ୍ବାନ’ ଧୀରେ ଧୀରେ ଓଡ଼ିଶା ଉପକୂଳ ମୁହାଁ ହେଉଛି । ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି ଏହି ବାତ୍ୟା। ଏହା ବର୍ତ୍ତମାନ ଗୋପାଳପୁରଠାରୁ ୪୧୦ କିଲୋମିଟର ଏବଂ ପୁରୀଠାରୁ ୪୭୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ବାତ୍ୟା ସ୍ଥଳଭାଗ ଅତିକ୍ରମ କରିପାରେ। ସ୍ଥଳଭାଗ ଛୁଇଁବା ସମୟରେ ଏହା ଭୀଷଣ ବାତ୍ୟାର ରୂପ ନେବା ସହ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି ।
ବାତ୍ୟାକୁ ନଜରରେ ରଖି ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଆଜି ଓ ଆସନ୍ତାକାଲି ରେଡ୍ ଆଲର୍ଟ ଜାରି କରାଯାଇଛି ।
ଅନ୍ୟପଟେ କଟକ ଓ ଭୁବନେଶ୍ୱରରେ ପବନ ଅପେକ୍ଷା ବର୍ଷାର ପ୍ରଭାବ ଅଧିକ ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୮୦ କିଲୋମିଟର ଛୁଇଁପାରେ। ତେବେ କଟକରେ ପବନର ବେଗ ଖୋର୍ଦ୍ଧା ତୁଳନାରେ କମ୍ ରହିବ ବୋଲି ସେ କହିଛନ୍ତି ।
ସେହିପରି ଆଜି ରାତିଠାରୁ ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବା ସମ୍ଭାବନା ରହିଛି । ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ ରହିବା ସହ ପ୍ରଶାସନ ଓ ପାଣିପାଗ ବିଭାଗର ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories