Videos
|
Weather-calamities

Cyclone Landfall / ଭୀଷଣ ବାତ୍ୟାର ରୂପ ନେଲା 'ଅକ୍ବାନ୍‌', ଘଣ୍ଟା ପ୍ରତି ୩ କିମି ବେଗରେ ଆଗକୁ ବଢ଼ୁଛି

Santosh Kumar Sahoo
Browse all articles by Santosh Kumar Sahoo
·7 mins ago·2 min read
ଭୀଷଣ ବାତ୍ୟାର ରୂପ ନେଲା 'ଅକ୍ବାନ୍‌', ଘଣ୍ଟା ପ୍ରତି ୩ କିମି ବେଗରେ ଆଗକୁ ବଢ଼ୁଛି
Cyclone Akvan

Key Points

ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅକ୍ୱାନ୍’
ଘଣ୍ଟାକୁ ମାତ୍ର ୩ କିମି ବେଗରେ ଆଗକୁ ବଢୁଛି
ଓଡ଼ିଶା ପାଇଁ ବଢ଼ିଲା ଚିନ୍ତା
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକ୍ୱାନ୍’ ଏବେ ଧୀରେ ଧୀରେ ଅଧିକ ଘନୀଭୂତ ହେବାରେ ଲାଗିଛି । ଭୀଷଣ ବାତ୍ୟାରେ ପରିଣତ ହୋଇଛି ଅକ୍ବାନ୍‌ । ଆଜି ସକାଳ ୫ଟା ୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ ବାତ୍ୟା ଅକ୍ବାନ୍ ଘଣ୍ଟା ପ୍ରତି ୩କିମି ବେଗରେ ଆଗକୁ ବଢ଼ି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ବିଶାଖାପାଟନମ ଠାରୁ ୬୧୦କିମି ଏବଂ ଗୋପାଳପୁର ଠାରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଏହି ବାତ୍ୟା ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ମାତ୍ର ୩ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରିଛି । ବର୍ତ୍ତମାନ ବାତ୍ୟାଟି ଚେନ୍ନାଇଠାରୁ ପ୍ରାୟ ୫୮୦ କିଲୋମିଟର ପୂର୍ବରେ, ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୬୫୦ କିଲୋମିଟର ଉତ୍ତର-ପୂର୍ବରେ, ଆନ୍ଧ୍ରପ୍ରଦେଶର ମଚ୍ଛଲିପଟନମ୍‌ଠାରୁ ୬୧୦ କିଲୋମିଟର ଦକ୍ଷିଣ-ପୂର୍ବରେ, ବିଶାଖାପାଟଣାଠାରୁ ୬୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଏବଂ ଓ ଓଡ଼ିଶାର ଗୋପାଳପୁରଠାରୁ ୭୩୦ କିଲୋମିଟର ଦକ୍ଷିଣରେ ରହିଛି ।

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନରେ ନେଲ୍ଲୋର ଓ ବିଶାଖାପାଟଣା ମଧ୍ୟରେ ଏହା ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୩୦ କିଲୋମିଟର ଏବଂ ଝଟକା ପବନ ୧୪୫ କିଲୋମିଟର ପର୍ଯ୍ୟନ୍ତ ରହିବା ନେଇ ଆକଳନ କରାଯାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: