Videos
|
Weather-calamities

Cyclone Landfall Time / କାଲି ୧୨ଟାରୁ ବାତ୍ୟା 'ଅକ୍ବାନ'ର ଲ୍ୟାଣ୍ଡଫଲ୍ ! ୩ ଘଣ୍ଟା ଧରି ଚାଲିବ ପ୍ରକ୍ରିୟା

Santosh Kumar Sahoo
Browse all articles by Santosh Kumar Sahoo
·13 mins ago·1 min read
କାଲି ୧୨ଟାରୁ ବାତ୍ୟା 'ଅକ୍ବାନ'ର ଲ୍ୟାଣ୍ଡଫଲ୍ ! ୩ ଘଣ୍ଟା ଧରି ଚାଲିବ ପ୍ରକ୍ରିୟା
Cyclone Landfall Time

Key Points

ବାତ୍ୟା ଅକ୍ବାନକୁ ନେଇ IMDର ବଡ଼ ସୂଚନା
କାଲି ୧୨ଟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା
୪ ଜିଲ୍ଲାରେ ୯୦ କିମି ପବନ ଆଶଙ୍କା

ଓଡ଼ିଶା ଉପକୂଳ ମୁହାଁ ହେଉଥିବା ଭୀଷଣ ବାତ୍ୟା ‘ଅକ୍ବାନ’କୁ ନେଇ ବଡ଼ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ତାଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ଦିନ ୧୨ଟାରୁ ବାତ୍ୟାର ସ୍ଥଳଭାଗ ଅତିକ୍ରମ ବା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ । ଏହି ପ୍ରକ୍ରିୟା ପ୍ରାୟ ୨ରୁ ୩ ଘଣ୍ଟା ଧରି ଚାଲିବା ସମ୍ଭାବନା ରହିଛି ।

ପ୍ରଥମେ ବାତ୍ୟା ଅକ୍ବାନ ଆନ୍ଧ୍ରପ୍ରଦେଶ ଉପକୂଳର ସଂସ୍ପର୍ଶରେ ଆସିବ। ପରେ ଗୋପାଳପୁର ନିକଟ ଦେଇ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଉଛି । ବାତ୍ୟାର ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ଆଶଙ୍କା ରହିଛି । ଆନ୍ଧ୍ରପ୍ରଦେଶ ଉପକୂଳରେ ପବନର ବେଗ ଅଧିକ ରହିବ ବୋଲି ଆଇଏମଡି ଆକଳନ କରିଛି ।

ଓଡ଼ିଶାରେ ମଧ୍ୟ ବାତ୍ୟାର ପ୍ରଭାବ ଅନୁଭୂତ ହେବ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଘଣ୍ଟାପ୍ରତି ୭୦ରୁ ୯୦ କିଲୋମିଟର ବେଗରେ ପବନ ବହିପାରେ । ଏହା ସହ ପ୍ରବଳ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା ସହ ଡାଳ ଭାଙ୍ଗିବାର ଆଶଙ୍କା ରହିଛି । ଏଥିସହ ବିଦ୍ୟୁତ୍ ଖୁଣ୍ଟ ଓ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବାର ସମ୍ଭାବନା ମଧ୍ୟ ରହିଛି ।

ତେଣୁ ବାତ୍ୟା ପ୍ରଭାବିତ ଜିଲ୍ଲାର ଲୋକମାନଙ୍କୁ ସତର୍କ ରହିବା ସହ ଅଯଥାରେ ଘରୁ ବାହାରକୁ ନଯିବା, ଗଛ ଓ ବିଦ୍ୟୁତ୍ ଖୁଣ୍ଟଠାରୁ ଦୂରରେ ରହିବା ଏବଂ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଉଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: