Videos
|
Weather-calamities

Cyclone New Track / କେଉଁଠି ମାଡ଼ ହେବ ଭୀଷଣ ବାତ୍ୟା 'ଅକ୍ବାନ୍‌' ? ପାଣିପାଗ ବିଭାଗ ଜାରି କଲା ନୂଆ ଗତିପଥ

Santosh Kumar Sahoo
Browse all articles by Santosh Kumar Sahoo
·47 mins ago·2 min read
କେଉଁଠି ମାଡ଼ ହେବ ଭୀଷଣ ବାତ୍ୟା 'ଅକ୍ବାନ୍‌' ? ପାଣିପାଗ ବିଭାଗ ଜାରି କଲା ନୂଆ ଗତିପଥ
Cyclone New Track

Key Points

ଓଡ଼ିଶା ଉପକୂଳ ମୁହାଁ ବାତ୍ୟା 'ଅକ୍ୱାନ୍' !
୨୦ ନଭେମ୍ବରରେ ସ୍ଥଳଭାଗ ଛୁଇଁବ
ପବନର ବେଗ ୧୧୦ କି.ମି.
ବଙ୍ଗୋପସାଗରରେ ଭୟଙ୍କର ରୂପ ନେଇଛି ସାମୁଦ୍ରିକ ଝଡ଼ 'ଅକ୍ୱାନ୍' । ଧୀରେ ଧୀରେ ଏହି ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିବା ବେଳେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ପାଇଁ ବିପଦ ସୃଷ୍ଟି କରିଛି । ଭାରତୀୟ ପାଣିପାଗ ବିଭାଗ (IMD)ର ନଭେମ୍ବର ୧୮ ତାରିଖ ସକାଳ ୮ଟା ୩୦ ମିନିଟ୍‌ର ବୁଲେଟିନ୍ ଅନୁସାରେ, ଏହି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରୁଛି ।

ପୁରୀଠାରୁ ୭୭୦ କି.ମି. ଦୂରରେ ବାତ୍ୟା

ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା 'ଅକ୍ୱାନ୍' ବଙ୍ଗୋପସାଗରର କେନ୍ଦ୍ରୀୟ ଦକ୍ଷିଣ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ରହିଛି । ବର୍ତ୍ତମାନ ଏହା ଚେନ୍ନାଇଠାରୁ ୫୭୦ କିଲୋମିଟର ପୂର୍ବରେ, ବିଶାଖାପାଟଣାଠାରୁ ୫୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ, ମଛଲିପଟନମ୍‌ଠାରୁ ୫୯୦ କିଲୋମିଟର ଦକ୍ଷିଣ-ପୂର୍ବରେ ରହିଛି। ସେହିପରି ଓଡ଼ିଶାର ଗୋପାଳପୁରଠାରୁ ୭୧୦ କିଲୋମିଟର ଦକ୍ଷିଣରେ ଏବଂ ପୁରୀଠାରୁ ୭୭୦ କିଲୋମିଟର ଦକ୍ଷିଣରେ ରହିଛି ।



୨୦ ନଭେମ୍ବରରେ ସ୍ଥଳଭାଗ ଛୁଇଁବା ସମ୍ଭାବନା

IMDର ପୂର୍ବାନୁମାନ ଅନୁସାରେ, ବାତ୍ୟାଟି ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖିବ। ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ୟାନାମ୍ ସହ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟବର୍ତ୍ତୀ ଅଞ୍ଚଳରେ ନରସାପୁରରୁ ପୁରୀ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଅତିକ୍ରମ ସମୟରେ ଏହା ଏକ ଭୀଷଣ ସାମୁଦ୍ରିକ ଝଡ଼ ଭାବେ ରହିବା ସହ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିପାରେ । ଏହା ସହିତ ପବନର ଝଟକା ବେଗ ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: