Cyclone Akvan / ବଙ୍ଗୋପସାଗରରେ ବାତ୍ୟା 'ଅକଭାନ'; ଓଡ଼ିଶାକୁ ଅରେଞ୍ଜ ଆଲର୍ଟ, ୨୦ ମଧ୍ୟାହ୍ନରେ ଛୁଇଁବ ସ୍ଥଳଭାଗ
·20 mins ago·2 min read

Key Points
ବଙ୍ଗୋପସାଗରରେ ବାତ୍ୟା 'ଅକଭାନ' ସୃଷ୍ଟି ହୋଇଛି । ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ବାତ୍ୟା ପାଇଁ ଆନ୍ଧ୍ର ଉପକୂଳ ସହ ଦକ୍ଷିଣ ଓଡ଼ିଶା ଉପକୂଳକୁ ଭାରତୀୟ ପାଣିପଗ ବିଭାଗ ଅରେଞ୍ଜ ଆଲର୍ଟ ଦେଇଛି ।
ଭୁବନେଶ୍ଵର: ଦକ୍ଷିଣ ବଙ୍ଗୋପସାଗରର ମଧ୍ୟ ଭାଗ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା 'ଅକଭାନ' ସୃଷ୍ଟି ହୋଇଛି । ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ବାତ୍ୟା ପାଇଁ ଆନ୍ଧ୍ର ଉପକୂଳ ସହ ଦକ୍ଷିଣ ଓଡ଼ିଶା ଉପକୂଳକୁ ଭାରତୀୟ ପାଣିପଗ ବିଭାଗ ଅରେଞ୍ଜ ଆଲର୍ଟ ଦେଇଛି ।
ଏବେ ବାତ୍ୟା 'ଅକଭାନ' ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । 'ଅକଭାନ' ଏବେ ଚେନ୍ନାଇ ଠାରୁ ପୂର୍ବରେ ୬୧୦ କିଲୋମିଟରରେ ଦୂରରେ ରହିଥିବା ବେଳେ ଆନ୍ଧ୍ରର ମଛଲିପାଟ୍ଟଣମ୍ ଟାରୁ ଦକ୍ଷିଣ-ପୂର୍ବରେ ୬୬୦ କିମଲୋମିଟର, ବିଶାଖାପାଟ୍ଟଣମ୍ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୭୦ କିଲୋମିଟର ଏବଂ ଗୋପାଳପୁର ଠାରୁ ଦକ୍ଷିଣରେ ୭୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ।
ବାତ୍ୟା 'ଅକଭାନ' କ୍ରମଶଃ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବ । ୧୭ ସନ୍ଧ୍ୟାର 'ଅକଭାନ' ଭୀଷଣ ବାତ୍ୟାରେ ପରିଣତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ । ତାପରେ 'ଅକଭାନ' ଉତ୍ତରପଶ୍ଚିମ ଦିଗ କରି ଆହୁରି ବଳଶାଳୀ ହୋଇ ୧୯ ତାରିଖ ସକାଳେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ ।
ଏଥିସହ ପଢ଼ନ୍ତୁ: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ
କେଉଁଠି ଛୁଇଁବ ସ୍ଥଳଭାଗ ?
ଅତି ଭୀଷଣ ବାତ୍ୟା 'ଅକଭାନ' ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଏବଂ ୟାନମ ଉପକୂଳର ନେଲ୍ଲୋର ଓ ଟୁନି ମଧ୍ୟରେ ଉପକୂଳ ଅତିକ୍ରମ କରିପାରେ । ୨୦ ତାରିଖ ମଧ୍ୟାହ୍ନରେ 'ଅକଭାନ' ଲ୍ୟାଣ୍ଡଫଲ୍ କରିବାର ଆକଳନ କରାଯାଇଛି । ବାତ୍ୟା ଉପକୂଳ ଛୁଇଁବା ବେଳେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଏବଂ ଝଟ୍କା ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୪୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ।
ଓଡ଼ିଶାକୁ ଅରେଞ୍ଜ ଆଲର୍ଟ
ପ୍ରଭାବରେ ୧୮ ତାରିଖଠାରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ୧୮ ତାରିଖରେ ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି । ୧୯ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଦିଆଯାଇଛି । ୨୦ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଏବଂ ୨୧ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି ।
ଓଡ଼ିଶା ଉପକୂଳରେ ୧୮ ତାରିଖରୁ ପବନର ବେଗ ବଢ଼ିପାରେ । ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ଆଶଙ୍କା କରାଯାଉଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୧୮ ତାରିଖକୁ ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

ସୃଷ୍ଟିହେଲା ଚଳିତ ସିଜିନର ତୃତୀୟ ବାତ୍ୟା #ଅକ୍ୱାନ୍ ଦକ୍ଷିଣ ବଙ୍ଗୋପସାଗର ର ମଧ୍ୟ ଭାଗ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହେଲା ବାତ୍ୟା #ଅକ୍ୱାନ୍ ଘଣ୍ଟା ପ୍ରତି ୧୦କିମି ବେଗରେ ଆଗକୁ ବଢୁଥିବା ବେଳେ ବିଶାଖାପାଟନମ ଠାରୁ ୬୭୦କିମି ଏବଂ ଗୋପାଳପୁର ଠାରୁ ଦକ୍ଷିଣରେ ୭୯୦ କିମି ଦୂରରେ କେନ୍ଦ୍ରୀଭୂତ https://t.co/JJ10r6Vd9X
— usd (@usd0705) November 16, 2026
ଓଡ଼ିଶାକୁ ଅରେଞ୍ଜ ଆଲର୍ଟ
ପ୍ରଭାବରେ ୧୮ ତାରିଖଠାରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ୧୮ ତାରିଖରେ ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି । ୧୯ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଦିଆଯାଇଛି । ୨୦ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଏବଂ ୨୧ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି ।
ଓଡ଼ିଶା ଉପକୂଳରେ ୧୮ ତାରିଖରୁ ପବନର ବେଗ ବଢ଼ିପାରେ । ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ଆଶଙ୍କା କରାଯାଉଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୧୮ ତାରିଖକୁ ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories