Cyclone Akwan Landfall / ବଦଳୁଛି ବାତ୍ୟାର ଗତିପଥ, ଲ୍ୟାଣ୍ଡଫଲ୍ ପରେ ଓଡ଼ିଶା ଦେଇ ଯିବ 'ଅକ୍ବାନ୍'
·30 mins ago·2 min read

Key Points
ଆଜି ଭୀଷଣବାତ୍ୟାରେ ପରିଣତ ହୋଇପାରେ ବାତ୍ୟା ଅକ୍ବାନ
ଗତ ୬ଘଣ୍ଟା ହେଲା ସମୁଦ୍ରରେ ସମ୍ପୂର୍ଣ୍ଣ ସ୍ଥିର ଥିବାରୁ ହରାଉଛି ବଳ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକ୍ୱାନ୍’ ଏବେ ଧୀରେ ଧୀରେ ଅଧିକ ଘନୀଭୂତ ହେବାରେ ଲାଗିଛି । ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଏହି ବାତ୍ୟା ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ମାତ୍ର ୩ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରିଛି । ବର୍ତ୍ତମାନ ଏହା ଚେନ୍ନାଇଠାରୁ ୫୯୦ କିଲୋମିଟର ପୂର୍ବରେ, ବିଶାଖାପାଟଣାଠାରୁ ୬୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବରେ ଏବଂ ଗୋପାଳପୁରଠାରୁ ପ୍ରାୟ ୭୫୦ କିଲୋମିଟର ଦକ୍ଷିଣରେ ରହିଛି । ଆଜି ଏହା ଭୀଷଣ ସାମୁଦ୍ରିକ ଝଡ଼ ଏବଂ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି ।
ଆସନ୍ତା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନରେ ନେଲ୍ଲୋର ଓ ବିଶାଖାପାଟଣା ମଧ୍ୟରେ ଏହା ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୩୦ କିଲୋମିଟର ଏବଂ ଝଟକା ପବନ ୧୪୫ କିଲୋମିଟର ପର୍ଯ୍ୟନ୍ତ ରହିବା ନେଇ ଆକଳନ କରାଯାଇଛି ।
ସେପଟେ ବାତ୍ୟାର ବାହ୍ୟ ବଳୟ ଓଡ଼ିଶା ଛୁଇଁବ । କିନ୍ତୁ ଓଡ଼ିଶାରେ ବାହ୍ୟ ବଳୟ ଛୁଇଁବା ବେଳକୁ ଏହା ଅବପାତର ରୂପ ନେବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ ବାହ୍ୟ ବଳୟଟି ସ୍ପର୍ଶ କରିବ । ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ବର୍ଷା ହେବ । ଉପକୂଳବର୍ତ୍ତୀ ଜିଲ୍ଲା ସହିତ ମୟୂରଭଞ୍ଜରେ ପାଗ ମେଘୁଆ ରହିବ ଓ ହାଲୁକାରୁ ଅତି ହାଲୁକା ବର୍ଷା ହୋଇପାରେ । ଆଜି ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ । ଅନ୍ୟ ଜିଲ୍ଲାଗୁଡ଼ିକରେ କାଁ ଭାଁ କେତେକ ସ୍ଥାନରେ ବର୍ଷା ହୋଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁରୀ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ୧୯ ତାରିଖରେ ମଧ୍ୟ ରାଜ୍ୟରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏଥିସହ ଅଧିକାଂଶ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଜାରି ହୋଇଛି ୟେଲୋ ଆଲର୍ଟ । ୨୦ ତାରିଖରେ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ରହିବ । ତା ସହିତ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଯେଉଁଠାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।
Related Topics
Explore more stories