Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Cyclone Alert Odisha / ଆଜି ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୨୫ କିମ୍ବା ୨୬ରେ ନେଇପାରେ ବାତ୍ୟାର ରୂପ !

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଆଜି ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୨୫ କିମ୍ବା ୨୬ରେ ନେଇପାରେ ବାତ୍ୟାର ରୂପ !

Key Points

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର
୨୪ରେ ଅବପାତରେ ପରିଣତ ହେବା ନେଇ ପୂର୍ବାନୁମାନ
୨୫ କିମ୍ବା ୨୬ରେ ନେଇପାରେ ବାତ୍ୟାର ରୂପ
ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର ମଧ୍ୟ ଭାଗରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଅଧିକ ଘନୀଭୂତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି । ନଭେମ୍ବର ୨୫ରୁ ୨୬ ତାରିଖ ଭିତରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ପ୍ରଭାବରେ, ଓଡ଼ିଶାରେ ଚାରି ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ନଭେମ୍ବର ୨୫ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ୱିଣ୍ଡିର ଆକଳନ ଅନୁସାରେ ଓଡ଼ିଶାକୁ ହିଟ୍ କରିପାରେ ବାତ୍ୟା । ଡିସେମ୍ବର ୧ରେ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି । ସେହିପରି ଆମେରିକୀୟ ପାଣିପାଗ ମଡେଲ୍ GFS ଅନୁମାନ କରିଛି, ନଭେମ୍ବର ୨୬ କିମ୍ବା ୨୭ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ। ଏହା ୨୯ ନଭେମ୍ବର ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି। ସେହିପରି ୟୁରୋପୀୟ ମଡେଲ ECMWF ପୂର୍ବାନୁମାନ କରିଛି, ନଭେମ୍ବର ୨୫ ବେଳକୁ ବାତ୍ୟା ସୃଷ୍ଟି ହୋଇପାରେ । ଯଦି ଏହା ବାତ୍ୟା ହୁଏ, ତେବେ ଏହାର ନାଁ ରହିବ ସେନ୍ୟାର ।

ଅଧିକ ପଢ଼ନ୍ତୁ: ଓ୍ବିଣ୍ଡିର ଆକଳନ ଓଡ଼ିଶାରେ ମାଡ଼ ହୋଇପାରେ ବାତ୍ୟା

ଅକ୍ଟୋବରରେ ଆସିଥିବା ବାତ୍ୟା ‘ମୋନ୍ଥା’ ଯୋଗୁଁ ଓଡ଼ିଶାର ଗଜପତି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିଲା । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ କେତେକ ସ୍ଥାନରେ ଭୂସ୍ଖଳନ ହୋଇଥିବା ସୂଚନା ରହିଥିଲା । ଗଜପତି ଜିଲ୍ଲାରେ ଭୟଙ୍କର ତାଣ୍ଡବ ରଚିଥିଲା ବାତ୍ୟା । ଆର୍.ଉଦୟଗିରି ବ୍ଳକ ଅନଘା ପଞ୍ଚାୟତରୁ ସାମ୍ନାକୁ ଆସିଥିଲା ଭୟଙ୍କର ଦୃଶ୍ୟ । ଯେତିକି ବିପଜ୍ଜନକ ସେତିକି ଚିନ୍ତାଜନକ । ପାହାଡ଼ରୁ ବିରାଟ କାୟ ପଥର ସବୁ ରାସ୍ତା ଉପରେ ଖସିବା ଫଳରେ ପୁରା ଠପ୍ ହୋଇଯାଇଥିଲା ଯାତାୟାତ। ଗଜପତି ଓ ଗଞ୍ଜାମ ଜିଲ୍ଲା ମଧ୍ୟରେ ବିଚ୍ଛିନ୍ନ ହେଇଥିଲା ଯୋଗାଯୋଗ । ଆଉ ଏବେ ବାତ୍ୟା 'ମୋନ୍ଥା'ର ଗୋଟିଏ ମାସ ମଧ୍ୟରେ ଆଉ ଏକ ବାତ୍ୟା ସମ୍ଭାବନା ଥିବାରୁ ଲୋକଙ୍କ ମନରେ ଛନକା ସୃଷ୍ଟି ହୋଇଛି ।

ସେପଟେ ଆଣ୍ଡାମାନ-ନିକୋବରରେ ଆଗାମୀ ୨ ଦୁଇ ଦିନ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ପୋର୍ଟବ୍ଲେୟାରରେ ଏଥିପାଇଁ ୩ ନଂ ବିପଦ ସଙ୍କେତ ଜାରି ହୋଇଥିବା ବେଳେ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କୁ ସତର୍କ ରହିବାକୁ କୁହାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Low-Pressure Forms Today; Cyclone Likely by Nov 25–26, Heavy Rain for Odisha | Argus News