Videos
|
Weather-calamities

Cyclone Arnab / ବାତ୍ୟା ଅର୍ଣ୍ଣବ ପ୍ରଭାବ: ବଢ଼ୁଛି ନଦୀର ଜଳସ୍ତର, ଲୋକେ ଜଳବନ୍ଦୀ ଅବସ୍ଥାରେ...

Banajyotshna Ray
Browse all articles by Banajyotshna Ray
·20 mins ago·3 min read
ବାତ୍ୟା ଅର୍ଣ୍ଣବ ପ୍ରଭାବ: ବଢ଼ୁଛି ନଦୀର ଜଳସ୍ତର, ଲୋକେ ଜଳବନ୍ଦୀ ଅବସ୍ଥାରେ...
Cyclone Arnab Impact

Key Points

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ଜଳକା ନଦୀର ଜଳସ୍ତର। 
ମଥାନୀଠାରେ ନଦୀର ସତର୍କ ସଙ୍କେତ ୬.୦୦ ମିଟର ରହିଥିବାବେଳେ ଆଜି ସକାଳ ୯ଟା ସୁଦ୍ଧା ଜଳସ୍ତର ୬.୪୦ ମିଟରରେ ପହଞ୍ଚିଛି।

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ଜଳକା ନଦୀର ଜଳସ୍ତର। ମଥାନୀଠାରେ ନଦୀର ସତର୍କ ସଙ୍କେତ ୬.୦୦ ମିଟର ରହିଥିବାବେଳେ ଆଜି ସକାଳ ୯ଟା ସୁଦ୍ଧା ଜଳସ୍ତର ୬.୪୦ ମିଟରରେ ପହଞ୍ଚିଛି। ଅନ୍ୟପକ୍ଷରେ ନଦୀର ବିପଦ ସଙ୍କେତ ୬.୫୦ ମିଟର ରହିଥିବାରୁ ଜଳସ୍ତର ଆହୁରି ବୃଦ୍ଧି ପାଇଲେ ବିପଦ ସଙ୍କେତ ଅତିକ୍ରମ କରିବାର ଆଶଙ୍କା ରହିଛି। ଫଳରେ ନଦୀକୂଳିଆ ଅଞ୍ଚଳରେ ବନ୍ୟା ଭୟ ଦେଖାଦେଇଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖିବା ସହ ନଦୀକୂଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବା ଆବଶ୍ୟକ।ଏବେବି ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ସେପଟେ ବାଲେଶ୍ୱର ଭୋଗରାଇରେ 185 ମିଳିମିଟର,ଗଞ୍ଜାମ ପାତ୍ରପୁରୁରେ 173, ପୋଲସରରେ 154, ନିମାପଡାରେ 154 ମିଲିମିଟର ଆଜି ସକାଳ 8ଟା 30 ସୁଦ୍ଧା ରେକର୍ଡ ହୋଇଛି ବର୍ଷା।''

ଏହାସହ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚାଷୀମାନେ ପ୍ରଭାବିତ ହୋଇଛନ୍ତି। ଫସଲ କ୍ଷତି ହୋଇଛି। ଏ ବର୍ଷ ଚାଷ ଆରମ୍ଭରୁ ବନ୍ୟା ଆସିଲା। ପାଣିପାଗ ପରିବର୍ତ୍ତନ ପାଇଁ ଏସବୁ ଘଟୁଛି। ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ଆମେ ପୂର୍ବରୁ ପ୍ରସ୍ତୁତି କରିଥିଲୁ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆମେ ପ୍ରଭାବିତ ଜିଲ୍ଲାକୁ ସଚିବ ଓ ମନ୍ତ୍ରୀଙ୍କୁ ପଠାଇଥିଲୁ। ବାତ୍ୟା ଆନ୍ଧ୍ରରେ ଲ୍ୟାଣ୍ଡଫଲ ପରେ ଦିଗ ବଦଳାଇଲା। ଆମେ ମାଲକାନଗିରିରେ ଅଧିକ କ୍ଷତି କରିବ ବୋଲି ଭାବିଥିଲୁ। ହେଲେ ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ କ୍ଷତି କରିଛି। ଆମେ କେନ୍ଦ୍ର ସରକାରଙ୍କ ସହାୟତା ମାଗିଥିଲୁ। ଗୃହମନ୍ତ୍ରୀଙ୍କ ସହ କଥା ହୋଇଥିଲି। କେନ୍ଦ୍ର ସରକାର ଆମକୁ ତୁରନ୍ତ ସହାୟତା ଯୋଗାଇଛନ୍ତି। ଏମିତି କି ହେଲିକ୍ୟାପ୍ଟରରେ ଉଦ୍ଧାର କାର୍ଯ୍ୟ ହୋଇଛି। ଆମ ଟିମ ସମ୍ପୂର୍ଣ୍ଣ ସଜାଗ ରହିଛି ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।''

.ବ୍ରହ୍ମପୁର ଆସକା:

୨୨ଜଳବନ୍ଦୀଙ୍କୁ ଉଦ୍ଧାର କଲା ଓଡ଼୍ରାଫ୍। ଆସିକା ସହରରେ ଧୀରେ ଧୀରେ ବନ୍ୟା ସ୍ଥିତି ସୁଧୁରିବାରେ ଲାଗିଛି । ଆଜି ସକାଳୁ ଜଳସ୍ତର କମିବା ସହ ପାଣିର ବେଗ ଧିମା ହେବାରୁ ଉଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ଜଳବନ୍ଦୀ ଥିବା ବିଭିନ୍ନ ଲୋକଙ୍କୁ ବୋଟ ସାହାଯ୍ୟରେ ବାହାରକୁ ଅଣାଯାଉଛି । ମରାଠୀ ସାହିରେ ଥିବା ଗର୍ଭବତୀ ମହିଳାଙ୍କ ସମେତ ୯ଜଣଙ୍କୁ ଉଦ୍ଧାର କରିଛି ଓଡ଼୍ରାଫ୍ ଟିମ୍ । ସେହିଭଳି ଲକ୍ଷ୍ମିବଜାର, ଏମ ବଜାର, ଷ୍ଟେଟ୍ ବ୍ୟାଙ୍କ ଲାଲା ଶାସନ ଭଳି ଜାଗାରେ ଫସିଥିବା ଲୋକଙ୍କୁ ଓଡ଼୍ରାଫ୍ ଟିମ୍ ବୋଟ ସାହାଯ୍ୟରେ ଉଦ୍ଧାର କରିଛି । ବର୍ତ୍ତମାନ ଉଧାର କାର୍ଯ୍ୟ ଜୋରଦାର କରାଯିବା ସହ ଲୋକଙ୍କ ପାଖରେ ଶୁଖିଲା ଖାଦ୍ୟ ପହଁଚିବା ପାଇଁ ପ୍ରସ୍ତୁତ ଚାଲିଛି ।''

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗଞ୍ଜାମ: ବାତ୍ୟା ପରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ଋଷିକୂଲ୍ୟା ନଦୀର ତାଣ୍ଡବ । ପ୍ରଥମ ଜୀବନ ନେଲା ଗଞ୍ଜାମ ବନ୍ୟା । ସୋରଡ଼ା ବ୍ଲକ୍‌ରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି । ନୂଆଗଡ଼ ଗାଁରେ ୧୫ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ବନ୍ୟା ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକଙ୍କ ମୃତଦେହ ଏକ ଗଛରେ ଲାଗିଥିବାବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଏହାପରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।''

ଏଥିସହ ପଢ଼ନ୍ତୁ: ବନ୍ୟା ପାଣିରେ କୃଷ୍ଣସାର ମୃଗ ,ବନ ବିଭାଗ କହିଲା ନଦୀପାର ହୋଇ ଜଙ୍ଗଲରେ ପହଞ୍ଚିଛନ୍ତି କୃଷ୍ଣସାର

.ଭଞ୍ଜନଗରରେ ଭୟାବହ ସ୍ଥିତି:

ଭଞ୍ଜନଗର ନିକଟସ୍ଥ ଢୁଢୁଆ ଗାଁରେ ବନ୍ୟାଜଳ ପ୍ରବେଶ କରିବା ଯୋଗୁଁ ପୂରା ଗାଁ ଜଳବନ୍ଦୀ ହୋଇପଡ଼ିଛି । ଲୋକଙ୍କ ଘର ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିରହିଥିବାରୁ ସେମାନେ ଜୀବନ ବିକଳରେ ଘର ଛାତ ଉପରେ ଆଶ୍ରୟ ନେଇଛନ୍ତି । ତେବେ କିଛି ଲୋକ ଗାଁରୁ ବାହାରକୁ ଆସିବାକୁ ପ୍ରୟାସ କରୁଥିବା ବେଳେ ବାଟରେ ଏକ କୋଠଘରେ ବନ୍ୟାଜଳରେ ଘେରି ହୋଇ ଜଳବନ୍ଦୀ ହୋଇରହିଥିଲେ । ଖବର ପାଇ ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍ ପହଞ୍ଚି ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଅଗ୍ନିଶମ ବାହିନୀ ପକ୍ଷରୁ ୧୦ଜଣଙ୍କୁ ଉଦ୍ଧାର କରାଯାଇଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ପ୍ରଖର ସୁଅକୁ ଖାତିର ନକରି ଉଦ୍ଧାର ଅଭିଯାନ ଚଳାଇଛନ୍ତି ଅଗ୍ନିଶମ ବାହିନୀ ।''

ଅଧିକ ପଢ଼ନ୍ତୁ ପାଣିପାଗ ଖବର: