Videos
|
Weather-calamities

Cyclone Arnab Update / ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା 'ଅର୍ଣ୍ଣବ', ଘଣ୍ଟାକୁ ୧୫ କିମି ବେଗରେ ବଢୁଛି ଆଗକୁ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା 'ଅର୍ଣ୍ଣବ', ଘଣ୍ଟାକୁ ୧୫ କିମି ବେଗରେ ବଢୁଛି ଆଗକୁ
Cyclone Arnab Update

Key Points

ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା 'ଅର୍ଣ୍ଣବ'
ମାଲକାନଗିରି ଠାରୁ ୬୦ କିମି ଦକ୍ଷିଣରେ କେନ୍ଦ୍ରୀଭୂତ
ଘଣ୍ଟାକୁ ୧୫ କିମି ବେଗରେ ଉତ୍ତରକୁ ବଢୁଛି 'ଅର୍ଣ୍ଣବ'
ଦୁର୍ବଳ ହେଲା ବାତ୍ୟା ‘ଅର୍ଣ୍ଣବ’ । ବାତ୍ୟା ‘ଅର୍ଣ୍ଣବ’ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରି ଏହା ଦକ୍ଷିଣ ଓଡ଼ିଶା, ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଛତିଶଗଡ଼ ଏବଂ ଉତ୍ତର-ପୂର୍ବ ତେଲେଙ୍ଗାନାର ସଂଲଗ୍ନ ଅଞ୍ଚଳ ଉପରେ ରହିଛି ।

ଆନ୍ଧ୍ରପ୍ରଦେଶ ଉପକୂଳ ଓ ୟାନମ୍‌ ସମେତ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସକ୍ରିୟ ବାତ୍ୟା ‘ଅର୍ଣ୍ଣବ’ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଅର୍ଣ୍ଣବ ଉତ୍ତର ଦିଗକୁ ଗତି ଜାରି ରଖିବ । ଆଜି ସକାଳ ସୁଦ୍ଧା ଏହା ଅବପାତରେ ଏବଂ ସନ୍ଧ୍ୟା ସୁଦ୍ଧା ଏକ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଏହି ପାଣିପାଗ ପ୍ରଣାଳୀ ଉପରେ ଗୋପାଳପୁର, ରାୟପୁର ଓ ସମ୍ବଲପୁରରେ ଥିବା ଡପଲର୍ ପାଣିପାଗ ରାଡାର ଜରିଆରେ ନିରନ୍ତର ନଜର ରଖାଯାଇଛି ।



ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୮ ଅକ୍ଟୋବର ରାତି ୧୧ଟା ୩୦ ସୁଦ୍ଧା ଏହାର କେନ୍ଦ୍ରସ୍ଥଳ ମାଲକାନଗିରିଠାରୁ ପ୍ରାୟ ୬୦ କିଲୋମିଟର ଦକ୍ଷିଣରେ ରହିଥିଲା । ସେହିପରି ଆନ୍ଧ୍ରପ୍ରଦେଶର ପାଡେରୁଠାରୁ ୯୦ କିଲୋମିଟର ପଶ୍ଚିମ-ଦକ୍ଷିଣପଶ୍ଚିମ, ଛତିଶଗଡ଼ର ଜଗଦଲପୁରଠାରୁ ୧୪୦ କିଲୋମିଟର ଦକ୍ଷିଣରେ ଏବଂ ତେଲେଙ୍ଗାନାର ଖମ୍ମମଠାରୁ ୧୯୦ କିଲୋମିଟର ପୂର୍ବ-ଉତ୍ତରପୂର୍ବରେ ଅବସ୍ଥିତ ଥିଲା ।

ପାଣିପାଗ ବିଭାଗ ପକ୍ଷରୁ ୬ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଏବଂ ୨୦ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଗଜପତି, ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାରେ ପରିସ୍ଥିତି ସବୁଠାରୁ ସଙ୍ଗୀନ ହୋଇପଡ଼ିଛି ।

ସେପଟେ ଅର୍ଣ୍ଣବ ପ୍ରଭାବରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ୮ ଜିଲ୍ଲା ହେଉଛି: ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼, କେଉଁଝର, ମୟୂରଭଞ୍ଜ ଓ ବାଲେଶ୍ବର ।



Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: