Odisha Cyclone Rumours / ବାତ୍ୟାକୁ ନେଇ ମିଛ ଖବର ପ୍ରଚାର କରୁଛନ୍ତି କି ? ସାବଧାନ ! ଗୁଜବ ପ୍ରଚାର କଲେ ହେବ ଜେଲ୍
·1 hour ago·2 min read

Key Points
ବାତ୍ୟାକୁ ନେଇ ବଡ଼ ଆଲର୍ଟ
ବାତ୍ୟା ‘ଅର୍ଣ୍ଣବ’କୁ ନେଇ SRCଙ୍କ କଡ଼ା ଚେତାବନୀ
ଗୁଜବ ପ୍ରଚାର କଲେ ହେବ ଜେଲ୍ ?
ବାତ୍ୟା ‘ଅର୍ଣ୍ଣବ’କୁ ନେଇ SRCଙ୍କ କଡ଼ା ଚେତାବନୀ
ଗୁଜବ ପ୍ରଚାର କଲେ ହେବ ଜେଲ୍ ?
ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ରାଜ୍ୟରେ ପ୍ରଶାସନିକ ପ୍ରସ୍ତୁତି ଚାଲିଥିବା ବେଳେ ବାତ୍ୟା ସମ୍ପର୍କରେ ଗୁଜବ ପ୍ରଚାରକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ବାତ୍ୟାକୁ ନେଇ ସୋସିଆଲ ମିଡିଆରେ ମନଗଢ଼ା ତଥ୍ୟ ଓ ଗୁଜବ କଲେ ହେବ ଜେଲ୍ । ସୋସିଆଲ ମିଡିଆରେ ମନଗଢ଼ା ତଥ୍ୟ, ଅଣପ୍ରମାଣିତ ପାଣିପାଗ ଆକଳନ ଓ ବାତ୍ୟାର ଗତିପଥ ସମ୍ପର୍କରେ ମିଥ୍ୟା ସୂଚନା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ଉପରେ ସାଇବର ପୋଲିସ ନଜର ରଖିଛି ।
ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ପକ୍ଷରୁ ଏନେଇ କଡ଼ା ଚେତାବନୀ ଦିଆଯାଇଛି । ବିନା ବୈଜ୍ଞାନିକ ପ୍ରମାଣରେ ବାତ୍ୟାର ଗତିପଥ, ସ୍ଥଳଭାଗ ଛୁଇଁବା ସ୍ଥାନ ବା ଲ୍ୟାଣ୍ଡଫଲ୍କୁ ନେଇ ମନଇଚ୍ଛା ପୂର୍ବାନୁମାନ କରି ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ।
ପ୍ରଶାସନର ସୂଚନା ଅନୁସାରେ, ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୫୪ ଅନୁଯାୟୀ ବିପର୍ଯ୍ୟୟ ସମ୍ପର୍କରେ ମିଥ୍ୟା ସତର୍କ ସୂଚନା ଦେଇ ଆତଙ୍କ ସୃଷ୍ଟି କରିବା ଦଣ୍ଡନୀୟ ଅପରାଧ । ଏଥିରେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ କିମ୍ବା ଜୋରିମାନା ହୋଇପାରେ । ସେହିପରି ଧାରା ୫୧ ଅନୁଯାୟୀ ବିପର୍ଯ୍ୟୟ ମୁକାବିଲା ସମ୍ପର୍କିତ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କଲେ ମଧ୍ୟ ଆଇନ ଅନୁଯାୟୀ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।
ଏହି ପରିପ୍ରେକ୍ଷୀରେ ଗୁଜବ ପ୍ରଚାରକାରୀଙ୍କୁ ଚିହ୍ନଟ କରି ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ସାଇବର କ୍ରାଇମ୍ ବିଭାଗ ଓ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଜିଲ୍ଲାପାଳମାନଙ୍କୁ ଲୋକଙ୍କ ପାଖରେ ସଠିକ୍ ଓ ଅଧିକୃତ ସୂଚନା ତୁରନ୍ତ ପହଞ୍ଚାଇବାକୁ କୁହାଯାଇଛି ।
ତେଣୁ ବାତ୍ୟାକୁ ନେଇ ସୋସିଆଲ ମିଡିଆରେ କୌଣସି ଖବର ସେୟାର କରିବା ପୂର୍ବରୁ ତାହାର ସତ୍ୟତା ଯାଞ୍ଚ କରିବା ଜରୁରୀ । କେବଳ ସରକାରୀ ସୂଚନା ଓ ଅଧିକୃତ ପାଣିପାଗ ବିଭାଗର ବୁଲେଟିନ୍କୁ ଭରସା କରିବା ସହ ଗୁଜବଠାରୁ ଦୂରେଇ ରହିବାକୁ ପ୍ରଶାସନ ପକ୍ଷରୁ ଆହ୍ୱାନ ଦିଆଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories