Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Cyclone Ditwah / ମାଡ଼ି ଆସୁଛି ବାତ୍ୟା 'ଡିଟଓ୍ବା', ବାତିଲ ହେଲା ବିମାନ...ବନ୍ଦ ରହିଲା ସ୍କୁଲ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ମାଡ଼ି ଆସୁଛି ବାତ୍ୟା 'ଡିଟଓ୍ବା', ବାତିଲ ହେଲା ବିମାନ...ବନ୍ଦ ରହିଲା ସ୍କୁଲ

Key Points

ବାତ୍ୟା ଡିଟଓ୍ବା ତଣ୍ଡବ
୫୪ ବିମାନ ବାତିଲ
ସ୍କୁଲ-କଲେଜ୍‌ ଛୁଟି
ଶ୍ରୀଲଙ୍କାରେ ତାଣ୍ଡବ ରଚିବା ପରେ ଭାରତ ଆଡ଼କୁ ମୁହାଁଇଛି ବାତ୍ୟା ଡିଟଓ୍ବା । ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପବନ ଆରମ୍ଭ ହୋଇସାରିଛି । ଶନିବାର ସନ୍ଧ୍ୟା ସୁଦ୍ଧା ଏହା ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି ।

ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନବନ୍ଦର କର୍ତ୍ତୃପକ୍ଷ ୫୪ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି । ସେହିପରି ପୁଡୁଚେରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶନିବାର ଛୁଟି ଘୋଷଣା କରାଯାଇଛି ଏବଂ ବାତ୍ୟା ପାଇଁ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପୁଡୁଚେରୀ, କରିକାଲ, ମାହେ ଏବଂ ୟାନମର ସମସ୍ତ ସ୍କୁଲ ଓ କଲେଜ ସୋମବାର ପର୍ଯ୍ୟନ୍ତ ବନ୍ଦ ରହିବ ।

ବାତ୍ୟା ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କର୍ତ୍ତୃପକ୍ଷ ତାମିଲନାଡୁ ଏବଂ ପୁଡୁଚେରୀର ଅନେକ ଜିଲ୍ଲାରେ ଛୁଟି ଘୋଷଣା କରିଛନ୍ତି । ପେରାମ୍ବାଲୁର, ତିରୁଭାରୁର, ନାଗାପଟ୍ଟିନମ୍, ମୟିଲାଦୁଥୁରାଇ, କୁଡ୍ଡାଲୋର, କଲ୍ଲାକୁରିଚି, ପୁଡୁକୋଟାଇ, ପୁଡୁଚେରୀ, କରିକାଲ, ଭିଲୁପୁରମ୍, ତାଞ୍ଜାଭୁର ଏବଂ ତିରୁଚି ଭଳି ରେଡ୍‌ ଆଲର୍ଟ ଜୋନରେ ସ୍କୁଲ ବନ୍ଦ ରହିଛି ।

ଅଧିକ ପଢ଼ନ୍ତୁ: ମୃତ୍ୟୁର ତାଣ୍ଡବ ରଚୁଛି ବାତ୍ୟା ଦିତଓ୍ବାହ: ବର୍ତ୍ତମାନ ସୁଦ୍ଧା ୪୭ଜଣଙ୍କର ମୃତ୍ୟ, ଶତାଧିକ ନିଖୋଜ


ଚେନ୍ନାଇ ବିମାନବନ୍ଦର ନଭେମ୍ବର ୨୯ରୁ ୩୦ ମଧ୍ୟରେ ୫୪ଟି ବିମାନ ବାତିଲ କରାଯାଇଛି । ବାତ୍ୟା ସମୟରେ ପ୍ରବଳ ପବନ ଓ ବର୍ଷା ବିମାନ ଚଳାଚଳ ପାଇଁ ବିପଦ ସୃଷ୍ଟି କରିପାରେ ଏବଂ ଯାତ୍ରୀମାନଙ୍କୁ ଶେଷ ମୁହୂର୍ତ୍ତରେ ବିମାନ ବନ୍ଦର ନ ଆସିବାକୁ ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ବାତ୍ୟା ସମୟରେ ବିମାନ ବନ୍ଦରର ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସେପଟେ ଶ୍ରୀଲଙ୍କାରେ ଡିଟୱା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନରେ ୧୨୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୦ରୁ ଅଧିକ ନିଖୋଜ ଅଛନ୍ତି । ଚେନ୍ନାଇକୁ ବିମାନ ବାତିଲ ହେବା ଯୋଗୁଁ ଗତ ତିନି ଦିନ ଧରି ପ୍ରାୟ ୩୦୦ ଭାରତୀୟ ଯାତ୍ରୀ କଲମ୍ବୋ ବିମାନବନ୍ଦରରେ ଫସି ରହିଛନ୍ତି ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ବାତ୍ୟା ଡିଟଓ୍ବା ନଭେମ୍ବର ୩୦ ତାରିଖରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ହିଟ୍‌ କରିବ । ଯାହାଫଳରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏମିତିକି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cyclone Ditwah Nears India: Flights Cancelled, Schools Closed in TN & Puducherry | Argus News