Videos
|
Weather-calamities

Odisha Cyclone Preparedness / 'ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଭିତରେ ସ୍ଥଳଭାଗ ଛୁଇଁବ ସମ୍ଭାବ୍ୟ ବାତ୍ୟା, ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ': ମୁଖ୍ୟମନ୍ତ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·46 mins ago·2 min read
'ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଭିତରେ ସ୍ଥଳଭାଗ ଛୁଇଁବ ସମ୍ଭାବ୍ୟ ବାତ୍ୟା, ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ': ମୁଖ୍ୟମନ୍ତ୍ରୀ
Cyclone Preparedness

Key Points

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ
ସମୀକ୍ଷା ବୈଠକ ପରେ ଜିରୋ କାଜୁଆଲିଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ
୫ ଜିଲ୍ଲାରେ ୨୮ ଓ ୨୯ରେ ସ୍କୁଲ ଓ କଲେଜ ଛୁଟି

ପୂର୍ବ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହି ଲଘୁଚାପ କ୍ଷେତ୍ରଟି ଆଜି ସେହି ଅଞ୍ଚଳରେ ରହିବା ସହ ଅବପାତରେ ପରିଣତ ହେବାର ଅଧିକ ସମ୍ଭାବନା ରହିଛି । ଆସନ୍ତା ୨୬ରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ଭାବ୍ୟ ବାତ୍ୟା ନେଇ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ମୁକାବିଲା ଲାଗି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସରକାରଙ୍କ ଲକ୍ଷ୍ୟ ଜିରୋ କାଜୁଆଲିଟି ରହିଛି । ସବୁ ବିଭାଗ ସହ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ଦାନା ଏବଂ ମନ୍ଥାର ସଫଳ ମୁକାବିଲା କରିଛୁ । ଠିକ ସମୟରେ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚିକିତ୍ସାଧୀନ ଏବଂ ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ପ୍ରଭାବିତ ହେବାକୁ ଥିବା ଅଞ୍ଚଳକୁ ଅଗ୍ନିଶମ, ଓଡ୍ରାଫ, ଏନଡିଆରଏଫ ମୁଭମେଣ୍ଟ ଆରମ୍ଭ ହୋଇଛି । ମାଲକାନଗିରି, ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡା ଜିଲ୍ଲାରେ ୨୮ ଓ ୨୯ ତାରିଖରେ ସ୍କୁଲ ଓ କଲେଜ ଛୁଟି ରହିବ । ଦକ୍ଷିଣ ଓଡିଶା ଏବଂ ଆନ୍ଧ୍ର ଉପକୂଳରେ ୨୮ରେ ଏହି ସମ୍ଭାବ୍ୟ ବାତ୍ୟା ଲ୍ୟାଣ୍ଡଫଲ୍‌ କରିପାରେ । ବିଶେଷ କରି ଗଞ୍ଜାମ, ଗଜପତି, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, କନ୍ଧମାଳ, କଳାହାଣ୍ଡି ପ୍ରଭାବିତ ହେବ । ୮୦ରୁ ୯୦ କିମି ବେଗରେ ପବନ ବହିପାରେ । ଉପକୂଳରେ ବି ୪୦ରୁ ୫୦ କିଲୋମିଟର ବେଗରେ ପବନ ରହିବ । ବର୍ଷା ଅଧିକ ପରିମାଣରେ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ ପରେ କହିଛନ୍ତି ।

ସେପଟେ ସମ୍ଭାବ୍ୟ ବାତ୍ୟା ନେଇ କୃଷି ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ଉପମୁଖ୍ୟମନ୍ତ୍ରୀଙ୍କ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କିଭଳି ପଦକ୍ଷେପ ନିଆଯିବ ସେନେଇ ବୈଠକ ଅନୁଷ୍ଠିତ ହୋଇଛି । କୃଷି ସଚିବ ସଚିନ ରାମଚନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ବିଭିନ୍ନ ଜିଲ୍ଲାର କୃଷି ଅଧିକାରୀ VC ମାଧ୍ୟମରେ ଯୋଡ଼ି ହୋଇଥିଲେ । ପ୍ରବଳ ବର୍ଷାକୁ ଆଖିରେ ରଖି କୃଷି ବିଭାଗକୁ ତ୍ବରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ସଚିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୃଷି ବିଭାଗ ସମୀକ୍ଷା ବୈଠକ ପରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି- କୃଷି ବିଭାଗର ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି । ଚାଷୀଙ୍କ ପାଇଁ ଆଡଭାଇଜାରୀ ଜାରି କରିଛି ବିଭାଗ । ଧାନ ପାଚିଥିଲେ ଅମଳ କରି ଘୋଡ଼ାଇ ରଖିବାକୁ ନିର୍ଦେଶ ଦିଆଯାଇଛି । ଧାନ ପାଚି ନ ଥିଲେ ଅମଳ କରନାହିଁ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲାପାଳଙ୍କୁ ସହ ସମନ୍ୱୟ ରକ୍ଷା କରି ବିଭାଗ ସହ ଯୋଗାଯୋଗରେ ରହିବେ ।